କରୋନା ସଂକ୍ରମଣ ଭୟ: ଶିରିଡି ସାଇ ବାବା ଏବଂ ସିଦ୍ଧିବିନାୟକ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

Published By : Prameya-News7 Bureau | April 05, 2021 IST

ମୁମ୍ବାଇ ୫/୪: ମହାରାଷ୍ଟ୍ରରେ ଶିରିଡି ସାଇ ବାବା ମନ୍ଦିର ସୋମବାର ରାତି ୮ରୁ ବନ୍ଦ କରିଦିଆଯାଇଛି। ବାବାଙ୍କ ଏହି ବିଶ୍ବ ପ୍ରସିଦ୍ଧ ମନ୍ଦିର ୩୦ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ। ମନ୍ଦିର ବନ୍ଦ ରହିଲେ ବି ଅନ୍ୟ ସମସ୍ତ ପୂଜା ବିଧି ଚାଲୁ ରହିବ । ପରମ୍ପରା ଅନୁସାରେ ଏଠାରେ ହେଉଥିବା ୪ ଥର ଆଳତୀ ଏବଂ ପୂଜା ପାଠ ସମେତ ଅନ୍ୟ ରୀତି ନୀତି ପଣ୍ଡିତମାନଙ୍କ ଦ୍ବାରା ଜାରି ରହିବ।

ମନ୍ଦର ସମେତ ଏଠାକାର ପ୍ରସାଦାଳୟ ଏବଂ ଭକ୍ତ ନିବାସ ଆଦି ବନ୍ଦ ରହିବ। କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଥିବା ମହାରାଷ୍ଟ୍ର ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। କରୋନା ସଂକ୍ରମଣକୁ ନଜରରେ ରଖି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର ମଧ୍ୟ ବନ୍ଦ ରହିବ। ସୋମବାର ରାତି ୮ରୁ ପରବର୍ତ୍ତୀ ନିର୍ଦେଶ ଯାଏ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି ।

ସେପଟେ ନିୟମିତ ଆଳତୀ ଏବଂ ପୂଜା ବିଧି ଆଦି ପୂର୍ବବତ ଚାଲୁ ରହିବ। ସେପଟେ ମହାରାଷ୍ଟ୍ରରେ କରୋନା ସଂକ୍ରମଣକୁ ନଜରରେ ରଖି ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ରାତି ୮ରୁ ସକାଳ ୭ ଯାଏ ଲୋକଙ୍କୁ ଘରୁ ବାହାରିବା ଉପରେ ରୋକ ଲଗାଯାଇଛି। ଏହା ବ୍ୟତୀତ ରାଜ୍ୟରେ ସପ୍ତାହନ୍ତ ଲକ୍‌ଡାଉନ୍ ପାଇଁ ଘୋଷଣା କରିଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.