ଶିରିଡି ସାଇବାବାଙ୍କ ଜନ୍ମସ୍ଥାନ ବିବାଦ: ଅପରାହ୍ନରେ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

Published By : Prameya-News7 Bureau | January 20, 2020 IST

ନୂଆଦିଲ୍ଲୀ ୨୦/୧: ଶିରିଡି ସାଇବାବାଙ୍କ ଜନ୍ମସ୍ଥାନ ବିବାଦକୁ ନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ସଚିବାଳୟ ଠାରେ ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଶିରିଡି ମନ୍ଦିର ଟ୍ରଷ୍ଟର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ବୈଠକରେ ଶ୍ରୀ ସାଇବାବା ସଂସ୍ଥାନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଦୀପକ ମୁଗଲିକର ସାଂସଦ ସଦାଶିବ ଲୋଖଣ୍ଡେ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ ଏବଂ ପଥରି ସହରର କିଛି ଲୋକ ଯୋଗ ଦେବେ। ପଥରି ସହରକୁ ମୁଖ୍ୟମନ୍ତ୍ରୀ ଠାକ୍ ରେ ସାଇ ବାବାଙ୍କ ଜନ୍ମସ୍ଥାନ ବୋଲି ଦର୍ଶାଇ ସେଠାରେ ବିକାଶ ନିମନ୍ତେ ୧୦୦ କୋଟି ଟଙ୍କା ପ୍ୟାକେଜ୍  ଘୋଷଣା କରିବା ପରେ ଶିରିଡ଼ିବାସୀ ଏହାର ପ୍ରବଳ ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବୟାନ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଶିରିଡ଼ିର ବିଭିନ୍ନ ସଂଗଠନ ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.