ବିଦେଶୀ ଯୁବତୀ ନଗ୍ନ ହୋଇ ଡେଇଁଲେ ନଦୀକୁ : ଥାନା ଅଧିକାରୀ ନିଜ ଜୀବନକୁ ବାଜିରେ ଲଗାଇ ବଞ୍ଚାଇଲେ ତାଙ୍କୁ,ଏହାପରେ….

Published By : Prameya-News7 Bureau | August 12, 2019 IST

ଜୟପୁର ୧୨/୮: ରାଜସ୍ତାନର ରାଜଧାନୀ ଜୟପୁରରେ  ପୋଲିସର ଜଣେ ଏସଏଚଓଙ୍କ ବାସ୍ତବ ସିଂଘମ୍ ରୂପ ସାମନାକୁ ଆସିଛି। ଏହି ଏସଏଚଓ ଜଣକ ନିଜ ଜୀବନକୁ ବାଜି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବିଦେଶୀ ଯୁବତୀଙ୍କୁ ବଞ୍ଚାଇଥିଲେ। ସୂଚନା ଅନୁସାରେ ଜୟପୁରର ଶିପ୍ରାପଥ ଥାନା ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଜଣେ ବିଦେଶୀ ଯୁବତୀ ଦ୍ରବ୍ୟବତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଶିପ୍ରାପଥ ଥାନା ଅଧିକାରୀ ସୁରେନ୍ଦ୍ର ଯାଦବ ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ବଞ୍ଚାଇଥିଲେ। ଏହି ଯୁବତୀଙ୍କ ନାଁ ଓଶିନ ମିଶେଲ ଭାକରେ। ସେ ଜଣେ ପ୍ରବାସୀ ଭାରତୀୟ। ସେ ଓମାନର ରାଜଧାନୀ ମସ୍କଟରେ ରୁହନ୍ତି। ବର୍ତ୍ତମାନ ସେ ଦୁର୍ଗାପୁରା ସ୍ଥିତ ଡାଲଡା ଫ୍ୟାକ୍ଟ୍ରି ପାଖରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ।

  ଏହି ଯୁବତୀ ସନ୍ଧ୍ୟାରେ ଦ୍ରବ୍ୟବତୀ ନଦୀ କୂଳରେ ବୁଲୁଥିବା ଦେଖାଯାଇଥିଲା। ଏହି ସମୟରେ ହଠାତ୍ ସେ ତାଙ୍କ ପୋଷାକ ଖୋଲି ନଗ୍ନ ହୋଇ ନଦୀକୁ ଡେଇଁଥିଲେ। ଯୁବତୀ ନଦୀକୁ ଡେଇଁବାର ସୂଚନା ପାଇ ଏସଏଚଓ ସୁରେନ୍ଦ୍ର ଯାଦବ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେ ସମୟ ନଷ୍ଟ ନକରି ସେଠାରେ ଉପସ୍ଥିତ ଥିବା ଗାର୍ଡ଼ଙ୍କଠୁ ଦଉଡ଼ି ନେଇ ନିଜ ଅଣ୍ଟାରେ ବାନ୍ଧିଥିଲେ ଏବଂ ଖାକି ପୋଷାକରେ ନଦୀକୁ ଡେଇଁଥିଲେ। କିଛି ସମୟ ପରେ ସେ ଯୁବତୀଙ୍କୁ ନଦୀରୁ ବାହାର କରିଥିଲେ ଏବଂ ତାଙ୍କୁ ଜୟପୁର ହସ୍ପିଟାଲକୁ ନେଇ ପହଞ୍ଚାଇଥିଲେ।

ସୁରେନ୍ଦ୍ର ଯାଦବ ଯୁବତୀଙ୍କୁ ପାଣିରୁ ବାହାର କରିବା ସମୟରେ ଯୁବତୀ ଏହାର ବିରୋଧ କରିଥିଲେ ଏବଂ ହାତ ଗୋଡ଼ ଛାଟିଥିଲେ। ଏହା ସହ ସୁରେନ୍ଦ୍ରଙ୍କୁ କାମୁଡ଼ି ଦେଇଥିଲେ। ଅନେକ କଷ୍ଟରେ ସେ ଯୁବତୀଙ୍କୁ ସକୁଶଳ ନଦୀରୁ ବାହାର କରି ପାରିଥିଲେ। ସେଠାରେ ଉପସ୍ଥିତ ଥିବା ମହିଳାମାନେ ଯୁବତୀଙ୍କ ଶରୀରରେ ଓଢ଼ଣୀ ଢାଙ୍କି ଦେଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଯୁବତୀ କାହିଁକି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଜଣାପଡ଼ିନାହିଁ।  

ଏହି ଘଟଣା ପରେ ଜୟପୁର ପୋଲିସ୍ ନିଜ ଫେସବୁକ୍ ପେଜରେ ଏସଏଚଓ ସୁରେନ୍ଦ୍ର ଯାଦବଙ୍କ ଉତ୍ସାହିତ କରିବା ପାଇଁ ଲେଖିଛନ୍ତି ଯେ ଆମେ ଅଭିନନ୍ଦନ ଜଣାଉଛୁ ଯେ ଆମ ହୀରୋ ସୁରେନ୍ଦ୍ର ଯାଦବ ନିଜ ଜୀବନକୁ ବାଜି ଲଗାଇ ଦ୍ରବ୍ୟବତୀ ନଦୀକୁ ଡେଇଁ ଯୁବତୀଙ୍କ ଜୀବନ ବଞ୍ଚାଇଥିଲେ। ସେ କୈାଣସି ଉପକରଣ ବିନା ନଦୀକୁ ଡେଇଁଥିଲେ ଏବଂ ଯୁବତୀଙ୍କ ଜୀବନ ବଞ୍ଚାଇଥିଲେ।

{"id":143568}

ସୁରେନ୍ଦ୍ର ଯାଦବ ୧୯୯୭ମସିହାରେ ଏସଆଇ ଭାବେ ପୋଲିସ୍ ବାହିନୀରେ ସାମିଲ ହୋଇଥିଲେ। ୨୦୧୫ମସିହାରେ ଇନସ୍ପେକ୍ଟର ଭାବେ ତାଙ୍କର ପଦୋନ୍ନତି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.