Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଉଦ୍ଧାର ହେଲା ଚିଲିକା କୂଳରେ ଫସିଥିବା ମାଲେସିଆ ଜାହାଜ ଜେନହାଓ୍ବା-୩୨, କୋଲକତା ଅଭିମୁଖେ ଯାତ୍ରା କଲା


କୃଷ୍ଣପ୍ରସାଦ ୧୫।୦୯- ଚିଲିକା ରାଜହଂସ ନିକଟରେ ଫସିଥିବା ମାଲେସିଆର ଜାହାଜକୁ ଉଦ୍ଧାର କରାଯାଇଛି । ସିଙ୍ଗାପୁରରୁ ଆସିଥିବା ଜାହାଜ ଏମ୍‌ଭି ଚିତା ଏହାକୁ ଉଦ୍ଧାର କରିଛି ।ମାଲେସିଆ ଜାହାଜ ନିକଟରୁ ଜେସିବି ସାହାଯ୍ୟରେ ବାଲି କଢାଯାଇଥିଲା । ସକାଳେ ଉଦ୍ଧାର ପାଇଁ ଉଦ୍ୟମ ସଫଳ ହୋଇ ନଥିଲା । ମାତ୍ର ସନ୍ଧ୍ୟା ସମୟରେ ବଡ ଜୁଆର ଆସିବାରୁ ମାଲେସିଆ ଜାହାଜକୁ ପାଣି ଭିତରକୁ ନିଆଯାଇ ପାରିଥିଲା । ଏହାପରେ ମାଲେସିଆ ଜାହାଜ କୋଲକତା ଅଭିମୁଖେ ଯାତ୍ରା କରିଛି ।

ଚିଲିକା ରାଜହଂସ ନିକଟରେ ଫସିରହିଥିବା ମାଲେସିଆ ଜହାଜକୁ ଉଦ୍ଧାର କରିବା ପାଇଁ ରବିବାର ସକାଳେ ଜାହାଜରେ ଚଢିଥିବା ବାଲିକୁ ଜେସିବି ମାଧ୍ୟମରେ କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।ସେପଟେ ଉଚ୍ଚ ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ପୁଣି ଜାହାଜ ରେ ବାଲି ଚଢ଼ିଯାଇଥିଲା । ସିଙ୍ଗାପୁର ଜାହାଜ ଏମ୍‌ଭି ଚିତା ମାଲେସିଆ ଜାହାଜ କୁ ଉଦ୍ଧାର କରିପାରି ନଥିଲା ।
୩୭ ଦିନ ଧରି ଫସି ରହିଥିବା ଜାହାଜ ଜେନହାଓ୍ବା-୩୨ ରବିବାର ମାଲେସିଆ ଫେରିଯିବାର ଆଶା ସଫଳ ହୋଇଛି ।
ଗତ ଅଗଷ୍ଟ ୯ରୁ ଚିଲିକା ଉପକୂଳ ରାଜହଂସରେ ଅଟକି ରହିଥିଲା ମାଲେସିଆ ଜାହାଜ ଜେନହାଓ୍ବା-୩୨ । ଅଚଳ ଜାହାଜକୁ ଟାଣି ନେବାକୁ ଶନିବାର ସିଙ୍ଗାପୁରରୁ ଆସି ପହଞ୍ଚିଥିଲା ଜାହାଜ ଏମ୍‌ଭି ଚିତା । ଏହାକୁ ଗଭୀର ସମୁଦ୍ର ମଧ୍ୟକୁ ଟାଣି ନେବା ପାଇଁ ଏମ୍‌ଭି ଚିତା ସଫଳ ହୋଇଛି । ଜାହାଜଟି କୋଲକତା ଅଭିମୁଖେ ଯାତ୍ରା କରିଛି ।

319 Views

   ସମ୍ବନ୍ଧିତ ଖବର