Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଶ୍ଚର୍ଯ୍ୟ! ସାଧାରଣ କାଚ ଭାବି ଉଠାଇଲେ, ପରିଣତ ହେଲା ୯.୦୭ କ୍ୟାରେଟ୍ ହୀରାରେ

25/09/2020 at 3:50 PM

ଅରକାନସାସ ୨୫/୦୯: ସାଧାରଣ କାଚ ପାଲିଟାଲ ହୀରା !ଦକ୍ଷିଣ-ପୂର୍ବ ଅରକନାସାସର ଷ୍ଟେଟ୍ ପାର୍କରେ ବ୍ୟାଙ୍କ ମ୍ୟାନେଜର କେଭିନ୍ କିନାର୍ଡ ୯.୦୭ କ୍ୟାରେଟ ହୀରାର ସନ୍ଧାନ ପାଇଛନ୍ତି। ପ୍ରଥମେ ଏହି ମୂଲ୍ୟବାନ ରତ୍ନକୁ ସେ ସାଧାରଣ କାଚ ​‌ବୋଲି ଭାବିଥିଲେ।

କେଭିନ୍ ଲେବର ଡେ ପାର୍କରେ କ୍ରେଟର ଅଫ୍ ଡାଇମଣ୍ଡ ଷ୍ଟେଟ୍ ପାର୍କର ୪୮ ବର୍ଷ ଇତିହାସ​‌ରେ ଏହା ହେଉଛି ଦ୍ବିତୀୟ ସବୁଠୁ ବଡ଼ ହୀରା। ଯାହାକୁ ସେ ପାଇଛନ୍ତି। ସେପ୍ଟେମ୍ବର ୭ରେ ଏହି ହୀରା​‌ ତାଙ୍କୁ ମିଳିଛି। ପିଲାଟି ବେଳୁ କିନାର୍ଡ କ୍ରାଟର ଡାଇମଣ୍ଡକୁ ସବୁବେଳ ବୁଲିବାକୁ ଆସନ୍ତି। ସେ ଓ ତାଙ୍କ ସାଙ୍ଗ ଏଠାକୁ ଉପକରଣ ରଖିବା ବେଳେ କୌଣସି ହୀରା ଭଳି ଚିକ ଚିକ କରୁଥିବା ବସ୍ତୁ ଦେଖି ନ ଥିଲେ। ଖୋଳିବା ବେଳେ ସେ ହଠାତ୍ କେବଳ ଏକ ଚକଚକ କରୁଥିବା ଜିନିଷ ପାଇଥିଲେ ଓ ତାକୁ ତାଙ୍କ ବ୍ୟାଗରେ ରଖିଲେ। ତାହା ଦେଖିବାକୁ ଥିଲା ମାର୍ବଲ ଆକାରର ଏକ କ୍ରିଷ୍ଟାଲ।

ତେବେ​‌ ସେ ଏହାକୁ ସାଧାରଣ କାଚ ବୋଲି ଭାବିଥିଲେ। କିଛି ସମୟ ପରେ କିନାର୍ଡ ଆଉ ତାଙ୍କ ସାଙ୍ଗ ପାର୍କର ଡାଇମଣ୍ଡ ଡିସ୍କଭରି ସେଣ୍ଟରକୁ ଗଲେ । ସେଠାରେ ପର୍ଯ୍ୟଟକ ମାନେ ଯାହା ପାଇଥାଆନ୍ତି ସେଠାରେ ପଞ୍ଜିକରଣ କରାଯାଏ। ସେ ପାଇଥିବା ଜିନିଷକୁ ଚେକ୍ କରିବାକୁ କାହାକୁ ଦେଇ ନ ଥିଲେ। କାରଣ ତାଙ୍କୁ ଲାଗିଥିଲା ତାହା ଥିଲା ଅତି ସାଧାରଣ କାଚ। ତେବେ ଜଣେ କର୍ମଚାରୀ କହିଲେ ତାଙ୍କୁ ଗୋଟେ ହୀରା ମିଳିଛି। ଏକଥା ଶୁଣି କିନାର୍ଡଙ୍କୁ ଶକ୍ତି ଝଟକା ଲାଗିଥିଲା ଓ ସେ ଚକିତ ହୋଇ ପଡ଼ିଥିଲେ।

ଗତ ବୁଧବାର ଦିନ ସେଠାରୁ ୨୬୪ରୁ ଅଧିକ ହୀରା ମିଳିଛି ଯାହାର ଓଜନ ୫୯.୨୫ କ୍ୟାରେଟ୍। ଏହି ପାର୍କରୁ ଲୋକମାନଙ୍କୁ ନିତିଦିନ ଦୁଇରୁ ତିନିଟା ହୀରା ମିଳିଥାଏ।

   Related Posts