Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ସରକାର ନେଲେ ନିଷ୍ପତ୍ତି, ଏହି ରାଜ୍ୟରେ ଜୁନ୍ ୧ରୁ ଗଡିବ ବସ୍

23/05/2020 at 7:27 PM

ସିମଲା ୨୩।୦୫: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଅଧ୍ୟକ୍ଷତାରେ ଶନିବାର କ୍ୟାବିନେଟ୍ ବୈଠକ ହୋଇଛି। ଏହି ବୈଠକରେ ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି ଦିଆଯାଇଛି। ଏହା ସହିତ ସ୍କୁଲ ଫିକୁ ନେଇ ମଧ୍ୟ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଶିକ୍ଷା ମନ୍ତ୍ରୀ ସୁରେଶ ଭରଦ୍ଵାଜ କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।

ଶିକ୍ଷା ମନ୍ତ୍ରୀ କହିଛନ୍ତି ଲକ୍‌ଡାଉନ୍‌ ସମୟରେ ରାଜ୍ୟରେ ଘରୋଇ ସ୍କୁଲ କେବଳ ଟ୍ୟୁସନ୍‌ ଫି ନେଇ ପାରିବେ। ଯେଉଁ ସ୍କୁଲ ଅନ୍‌ଲାଇନ୍‌ ପାଠ ପଢାଉଛନ୍ତି ସେମାନେ ମଧ୍ୟ ଟ୍ୟୁସନ୍‌ ଫି ନେଇ ପାରିବେ। ଏହା ସହିତ ସ୍କୁଲ ନିଜର କର୍ମଚାରୀଙ୍କୁ ବାହାର  କରି ପାରିବେ ନାହିଁ ଏବଂ ବେତନ ମଧ୍ୟ ବନ୍ଦ କରି ପାରିବେ ନାହିଁ।

ବସ୍‌ ଚଳାଚଳ ନେଇ ନିଷ୍ପତ୍ତି

ସେ କହିଛନ୍ତି, ଜୁନ ୧ରୁ ରାଜ୍ୟରେ ସବୁ ସ୍ଥାନରେ ସରକାରୀ ଏବଂ ଘରୋଇ ବସ୍ ଚଳାଚଳ କରିବ। କିନ୍ତୁ ରାଜ୍ୟ ବାହାରକୁ  ବସ୍‌ ଯାଇ ପାରିବ ନାହିଁ। ଏହା ବ୍ୟତୀତ ଟ୍ୟାକ୍ସି ଓ ଅଟୋ ମଧ୍ୟ ଚଳାଇବାକୁ ମଞ୍ଜୁରୀ ଦିଆଯାଇଛି। ସେ କହିଛନ୍ତି ୬୦ ପ୍ରତିଶତ କ୍ଷମତା ସହିତ ବସ୍‌ ଚଳାଚଳ କରିବ। କଣ୍ଟେନମେଣ୍ଟ ଜୋନ୍‌ ଇଲାକା ଦେଇ ବସ୍‌ ଯାତାୟାତ କରି ପାରିବ, କିନ୍ତୁ ଏହି ଅଞ୍ଚଳରେ କୌଣସି ଜାଗାରେ ବି ଅଟକିବାକୁ ଅନୁମତି ମିଳିବ ନାହିଁ। ବସ୍‌ ଭଡା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇନଥିବା ଶିକ୍ଷା ମନ୍ତ୍ରୀ କହିଛନ୍ତି। ଆର୍ଥିକ ଗତିବିଧି ପୁଣି ଆରମ୍ଭ କରିବା ଲାଗି ଆଗାମୀ ବୁଧବାର ପୁଣି ଥରେ କ୍ୟାବିନେଟ୍ ବୈଠକ ଡକାଯିବ।

   Related Posts