Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ବହୁଚର୍ଚ୍ଚିତ ଗୁଡିୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଏବେ ସୁଦ୍ଧା ଖର୍ଚ୍ଚ କରିଛି ୨୧ ଲକ୍ଷ ୭୦ ହଜାର, ଯାଞ୍ଚ ପ୍ରକ୍ରିୟା ନେଇ ଉଠିଲା ପ୍ରଶ୍ନ

24/10/2020 at 6:17 PM

ଶିମଲା ୨୪/୧୦ : ବହୁଚର୍ଚ୍ଚିତ ଗୁଡିୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଯାଞ୍ଚକୁ ତିନି ବର୍ଷ ପୁରିଛି। କିନ୍ତୁ ପରିଜନଙ୍କୁ ଏବେ ସୁଦ୍ଧା ନ୍ୟାୟ ମିଳିନାହିଁ। ସିବିଆଇର କାର୍ଯ୍ୟ ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି। ତଦାନର ନାଁରେ ଖର୍ଚ୍ଚକୁ ନେଇ ସରକାର ଚୁପ। ଏହି ତଦନ୍ତ ସରକାରଙ୍କୁ ବହୁତ ମହଙ୍ଗା ପଡିଛି। ସିବିଆଇ ଟିମ୍ ଶିମଲାରେ ରହିବା ଓ ଖାଇବା ଖର୍ଚ୍ଚ ୨୧ ଲକ୍ଷ ୭୦ ହଜାର ପାର କରିଛି। ସିବିଆଇ ଟିମ ୨୦୧୭ ଜୁଲାଇ ୨୫ ତାରିଖରୁ ଷ୍ଟେଟ ଗେଷ୍ଟ ପିଟରହଫ୍ ରେ ଡେରା ପକାଇଛି। ପିଟରହଫରେ ରୁମ ନମ୍ବର ୧୦୧, ୧୦୨ ଓ ୧୦୩ ଏବେ ମଧ୍ୟ ବୁକ ଅଛି। ପିଟରହଫ୍ ପ୍ରବନ୍ଧନ ସୂଚନା ଦେଇଛନ୍ତି ଯେ ସିବିଆଇ ଅଧିକାରୀ କେବେ କେବେ ଏଠାକୁ ଆସନ୍ତି। ଗତ ୬ ମାସରେ ଠାରେ ମାତ୍ର ଆସିଥିଲେ। ବାକି ଟଙ୍କା ପାଇଁ ପର୍ଯ୍ୟଟନ ନିଗମ ଅନେକଥର ସିବିଆଇ ଓ ସରକାରଙ୍କୁ ପତ୍ର ଲେଖିଛି କିନ୍ତୁ ଏବେ ଯାଏଁ ଟଙ୍କାଟିଏ ବି ମିଳିନି।

ଗୁଡିୟା ଦୁଷ୍କର୍ମ ଓ ହତ୍ୟା ମାମଲା ଜିଲ୍ଲା ଅଦାଲତରେ ଚାଲିଛି ଏବଂ ଏହା ସହ ଜଡିତ ସୁରଜ ହତ୍ୟାକାଣ୍ଡ ମାମଲା ଚଣ୍ଡୀଗଡ଼ ସିବିଆଇ କୋର୍ଟରେ ଚାଲିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଫଣ୍ଡର ଦୁରୁପଯୋଗ ହେଉଛି କି ? ଗତ ବର୍ଷ ଟ୍ୟାକ୍ସି ଭଡା ୬୪ ହଜାର ଟଙ୍କା ଆସିଥିଲା। ଏନେଇ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନରେ ଅଭିଯୋଗ ହୋଇଥିଲା। ଗୁଡିୟାଙ୍କ ପରିଜନ ଏବେ ସୁଦ୍ଧା ନ୍ୟାୟ ପାଇଁ ଲଢ଼ୁଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ପୁଣି ହାଇକୋର୍ଟଙ୍କ ଶରଣ ନେଇଛନ୍ତି। ଗତ ଅକ୍ଟୋବର ୧୫ ତାରିଖରେ ପୁଣି ଆବେଦନ କରାଯାଇଛି।

ସିବିଆଇ ଦାବି କରିଛି ଯେ ଏହି ଜଘନ୍ୟ ଅପରାଧ ୪ ଫୁଟର ଅନିଲ କୁମାର କରିଛି। ଡିଏନଏ ଟେଷ୍ଟ ପରେ ସିବିଆଇ ଅନିଲକୁ ମୁଖ୍ୟ ଅଭିଯୁକ୍ତ ବୋଲି କହିଛି। ଗଣଦୁଷ୍କର୍ମ ହୋଇଥିବା ଶିମଲା ପୋଲିସ ଦାବି କରିଥିଲା। କିନ୍ତୁ ସିବିଆଇ କହିବାନୁଯାୟୀ ଏହି ଜଘନ୍ୟ ଅପରାଧ ଅନିଲ କୁମାର ଏକା ଘଟାଇଛି। ତଦନ୍ତ ନେଇ ବର୍ତ୍ତମାନ ନାନା ପ୍ରଶ୍ନ ଉଠିଛି।

ଦୁଷ୍କର୍ମ ଓ ହତ୍ୟା ମାମଲାରେ କେବେ କଣ ହୋଇଥିଲା ଜାଣନ୍ତୁ:

୨୦୧୭ ଜୁଲାଇ ୪ ତାରିଖରେ ଗୁଡିୟା ନିଖୋଜ ହୋଇଥିଲେ, ୫ ତାରିଖରେ ପରିବାର ଲୋକ ଖୋଜାଖୋଜି କରିଥିଲେ

ଜୁଲାଇ ୬ରେ ଗୁଡିୟାଙ୍କ ଉଲଗ୍ନ ଶବ ଜଙ୍ଗଲରୁ ଜବତ ହୋଇଥିଲା

୭ ତାରିଖରେ ଶବ ବ୍ୟବଛେଦ ରିପୋର୍ଟରେ ଦୁଷ୍କର୍ମ ମାମଲା ସ୍ପଷ୍ଟ ହୋଇଥିଲା

୧୦ ତାରିଖରେ ଏସଆଇଟି ଟିମ ଗଠନ ହୋଇଥିଲା

୧୧ ତାରିଖରେ ୪ ଯୁବକଙ୍କୁ ହେପାଜତକୁ ନେଇ ପଚରାଉଚୁରା ହୋଇଥିଲା

୧୩ ତାରିଖରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ୫୫ ଘଣ୍ଟା ମଧ୍ୟରେ ମାମଲାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ, ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା

ଜୁଲାଇ ୧୮ ତାରିଖରେ ପୋଲିସ ହେପାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା

୧୯ ତାରିଖରେ ଥାନାରେ ନିଆଁ ଲଗାଯାଇଥିଲା, ହାଇକୋର୍ଟ ସିବିଆଇ ତଦନ୍ତ ଆଦେଶ ଦେଇଥିଲେ

୨୨ ତାରିଖରେ ସିବିଆଇ ଦିଲ୍ଲୀରେ ଦୁଇଟି ଭିନ୍ନ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା

୨୯ ଅଗଷ୍ଟରେ ସିବିଆଇ ଆଇଜି ସମେତ ୮ ପୋଲିସକର୍ମୀଙ୍କୁ ଗିରଫ କରିଥିଲା

ନଭେମ୍ବର ୧୬ ତାରିଖରେ ଶିମଲା ପୂର୍ବତନ ଏସପି ଡିଡବ୍ଲୁ ନେଗୀ ଗିରଫ ହୋଇଥିଲେ

୨୫ ତାରିଖରେ ପୋଲିସ ହେପାଜତରେ ସୁରଜ ମୃତ୍ୟୁ ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା

୨୦୧୮ ଏପ୍ରିଲ ୧୩ ତାରିଖରେ ସିବିଆଇ ଅନିଲକୁ ଗିରଫ କରିଥିଲା

ଏପ୍ରିଲ ୨୫ ତାରିଖରେ ସିବିଆଇ ହାଇକୋର୍ଟରେ ଫାଇନାଲ ଷ୍ଟେଟସ ରିପୋର୍ଟ ପେଶ କରିଥିଲା 

ମେ ୨୯ ରେ ସିବିଆଇ ଅନିଲ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା

   Related Posts