ଅନଲାଇନ୍ ଠକେଇ ପ୍ରତି ସାବଧାନ ! ଅନଲାଇନ୍ ପିଜ୍ଜା ଅର୍ଡର କରିଥିଲେ ଡାକ୍ତର, ଆକାଉଣ୍ଟରୁ କଟିଗଲା ୬୦ ହଜାର ଟଙ୍କା

Published By : Prameya-News7 Bureau | August 14, 2020 IST

ଶିମଲା ୧୪/୦୮ : ହିମାଚଳ ପ୍ରଦେଶରେ ଅନଲାଇନ ଠକେଇ ମାମଲା ଲଗାତାର ସାମ୍ନାକୁ ଆସୁଛି | ଶିମଲାରୁ ଏହିଭଳି ଏକ ଅନଲାଇନ ଠକେଇ ମାମଲା ସାମ୍ନାକୁ ଆସିଛି | ଅନଲାଇନ ପିଜ୍ଜା ଅର୍ଡର କରିବା ପରେ ମହିଳା ଡାକ୍ତରଙ୍କ ଆକାଉଣ୍ଟରୁ ୬୦ ହଜାର ଟଙ୍କା ଲୁଟ ହୋଇଛି | ମହିଳା ଡାକ୍ତର ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି | ମହିଳା ଡାକ୍ତରଙ୍କ ବୟାନ ଆଧାରରେ ଶିମଲା ଛୋଟ ଥାନାରେ ମାମଲା ରୁଜ୍ଜୁ କରାଯାଇଛି |

{"id":314451,"sizeSlug":"large"}

ସୂଚନା ଅନୁଯାୟୀ, ଶିମଲାରେ କମଳା ନେହରୁ ହସ୍ପିଟାଲରେ ନିୟୋଜିତ ଥିବା ଜଣେ ମହିଳା ଡାକ୍ତର ଅନଲାଇନ ପିଜ୍ଜା ଅର୍ଡର କରିଥିଲେ | ଏହାପରେ ମହିଳାଙ୍କ ଆକାଉଣ୍ଟରୁ ୬ଥର ଟଙ୍କା କଟିଯାଇଥିଲା | ମହିଳାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଖାତାରୁ ଏହି ଟଙ୍କା କଟିଯାଇଥିଲା | ମହିଳା ନିଜ ଅଭିଯୋଗରେ କହିଛନ୍ତି ଯେ, ଗୋଟିଏ ପିଜ୍ଜା ଅର୍ଡର କଲେ ଆଉ ଗୋଟିଏ ଫ୍ରି ଅଫର ଥିଲା | ସେ ଏକ ଲିଙ୍କରେ କ୍ଲିକ କରିଥିଲେ | ଏହାପରେ ତାଙ୍କ ଖାତାରେ ଟଙ୍କା କଟିଯାଇଥିଲା | ମହିଳାଙ୍କ ବ୍ୟାଙ୍କ ଖାତାରୁ ୫୯ ହଜାର ୯୫୪ ଟଙ୍କା ଠକେଇ ହୋଇଛି | ମହିଳା ନିଜ ଅଭିଯୋଗରେ କହିଛନ୍ତି ଯେ ଅନଲାଇନ ପେମେଣ୍ଟ ପରେ ମଧ୍ୟ ପିଜ୍ଜା ଡେ଼ଲିଭର ହୋଇନଥିଲା କିନ୍ତୁ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.