Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କଙ୍ଗନା ମାମଲାରେ ତେଜିଲା ରାଜନୀତି: ଶିବସେନାକୁ ଚୁଡ଼ି ପଠାଇବ ବିଜେପି, ସିମଲା କଂଗ୍ରେସ କାର୍ଯ୍ୟାଳୟରେ ହୋହାଲ୍ଲା

10/09/2020 at 2:22 PM

ସିମଲା ୧୦/୦୯ : ମୁମ୍ବାଇରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଫିସ ଭାଗିବ ମାମଲାରେ ହିମାଚଳ ରାଜନୀତିରେ ଝଡ ସୃଷ୍ଟି ହୋଇଛି | ବୁଧବାର ଦିନ ଘଟିଥିବା ଘଟଣା ବିରୋଧରେ ଗୁରୁବାର ଦିନ ବିଜେପି ମହିଳା ମୋର୍ଚ୍ଚା ସମେତ ଅନେକ ସାମାଜିକ ସଂଗଠନ ଓ ବିଜେପି କାର୍ଯ୍ୟକର୍ତ୍ତା ରାସ୍ତାକୁ ଓହ୍ଲାଇଛନ୍ତି | ସିମଲାରେ କଙ୍ଗନାଙ୍କ ବିରୋଧରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଦର୍ଶନ ହୋଇଛି | କଂଗ୍ରେସ ପ୍ରଦେଶ କାର୍ଯ୍ୟାଳୟ ରାଜୀବ ଭବନ ବାହାରେ ନାରାବାଜି ହୋଇଥିଲା ଏବଂ ଏହି ପ୍ରସଙ୍ଗରେ କଂଗ୍ରେସର ନୀରବତା ଉପରେ ପ୍ରଶ୍ନ ଉଠାଇଥିଲେ |

ବିଜେପି ପ୍ରଦେଶ ମହିଳା ମୋର୍ଚ୍ଚା ଅଧ୍ୟକ୍ଷ ରଶ୍ମୀଧର ସୁଦ, ପ୍ରଦେଶ ମହାମନ୍ତ୍ରୀ ଶୀତଳ ବ୍ୟାସ, ବିଜେପି ପ୍ରଦେଶ ଓ ଜିଲ୍ଲା ପଦାଧିକାରୀ, ସିମଲା ଜିଲ୍ଲା ବିଜେପି ଅଧ୍ୟକ୍ଷ ରବି ମେହତା ସମେତ ସିମଲା ସହର ମଣ୍ଡଳ ଅଧ୍ୟକ୍ଷ ରାଜେଶ ସାରଦାଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ | ବିଜେପି ମହିଳା ନେତ୍ରୀ ପ୍ରଦର୍ଶନ ସମୟରେ ସାଂଗରେ ଚୁଡ଼ି ନେଇ ଆସିଥିଲେ | ଚୁଡ଼ି କୁରିୟର ଜରିଆରେ ମହାରାଷ୍ଟ୍ର ଶିବସେନା ସରକାରଙ୍କୁ ପଠାଇବେ ବୋଲି କହିଥିଲେ |

ପ୍ରଦେଶ ମହାମନ୍ତ୍ରୀ ଶୀତଳ ବ୍ୟାସ କହିଛନ୍ତି ଯେ କଙ୍ଗନାଙ୍କ ପ୍ରତି ନିଆଯାଇଥିଲା କାର୍ଯ୍ୟାନୁଷ୍ଠାନ ଭୁଲ | ଶିବସେନା ବିଲୁଆ ଦଳ ହୋଇ ରହିଯାଇଛି | ଯେଉଁ ଆଦର୍ଶରେ ଵାଲା ସାହେବ ଠାକରେ ଦଳ ଛିଡା କରିଥିଲେ ତାକୁ ଉଦ୍ଧବ ଠାକରେ ଧ୍ବଂସ କରିଦେଇଛନ୍ତି | ମହିଳାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଶିବସେନାକୁ ଚୁଡ଼ି ପଠାଉଛୁ, ପିନ୍ଧି ପକାନ୍ତୁ ବୋଲି କହିଛନ୍ତି ମହିଳା ମୋର୍ଚ୍ଚା |

ସୂଚନାଯୋଗ୍ୟ ଯେ, ବିଜେପି ପ୍ରଦେଶ ମହିଳା ମୋର୍ଚ୍ଚା ଅଧ୍ୟକ୍ଷ ରଶ୍ମୀଧର ସୁଦ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବାକୁ ନେଇ ତା ବଦଳରେ ସିମଲାରେ ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳା ଭାଙ୍ଗିବାକୁ ଧମକ ଦେଇଛନ୍ତି | ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଚୁଡ଼ି ପଠାଇବାକୁ କହିଛନ୍ତି | ହିମାଚଳ ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁରେଶ କଶ୍ୟପଃ ମଧ୍ୟ କଙ୍ଗନାଙ୍କ ମାମଲାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି | କଂଗ୍ରେସକୁ ଏହି ମାମଲାରେ ଟାର୍ଗେଟ କରି କହିଛନ୍ତି ଯେ ହିମାଚଳ କଂଗ୍ରେସ ଏହି ମାମଲାରେ ନୀରବ ରହିଛି | କଙ୍ଗନା ହିମାଚଳ ଝିଅ | ତଥାପି କଂଗ୍ରେସ ଏହି ମାମଲାରେ ମୁହଁ ଖୋଲିନି |

   Related Posts