ସିଦ୍ଧାର୍ଥଙ୍କ ବିରୋଧରେ ଅଭିଯୋଗ ଆଣିଲେ ବିଗ୍‌ବସ୍‌ର ପୂର୍ବତନ ବିଜେତା ଶିଳ୍ପା

Published By : Prameya-News7 Bureau | February 17, 2020 IST

ମୁମ୍ବାଇ୧୭|୨:କଲର୍ସ ଚ୍ୟାନେଲରେ ପ୍ରସାରିତ ହୋଇଆସିଥିବା ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍ ବସ୍ ସିଜିନ-୧୩ ର ବିଜେତା ହୋଇଛନ୍ତି ସିଦ୍ଧାର୍ଥ ଶୁକ୍ଳା।ସିଦ୍ଧାର୍ଥଙ୍କ ପ୍ରଶଂସକ ବହୁତ ଖୁସି ଅଛନ୍ତି। ଅପରପକ୍ଷରେ ବିଗ୍ ବସ୍ ସିଜିନ-୧୧ ର ବିଜେତା ଶିଳ୍ପା ସିନ୍ଦେ ଏନେଇ ଜମା ବି ଖୁସି ନାହାନ୍ତି। ନିକଟରେ ଶିଳ୍ପା ଏକ ଏମିତି ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

{"id":225355,"sizeSlug":"large"}

ଏକ ସାକ୍ଷାତକାରରେ ଶିଳ୍ପା, ସିଦ୍ଧାର୍ଥଙ୍କ ବିରୋଧରେ ମାର୍‌ପିଟ୍‌ର ଅଭିଯୋଗ ଆଣିଛନ୍ତି। ଶିଳ୍ପା କହିଛନ୍ତି ଯେ, ସେ ସିଦ୍ଧାର୍ଥଙ୍କ ସହ ରିଲେସନ୍‌ଶିପ୍‌ରେ ଥିଲେ। ସିଦ୍ଧାର୍ଥ ତାଙ୍କ ସହିତ ବହୁତ ଆଗ୍ରେସିଭ୍‌ ଥିଲେ। ସବୁବେଳେ ରାଗିକି କଥାବର୍ତ୍ତା କରୁଥିଲେ। ସିର୍ଦ୍ଦାର୍ଥ ତାଙ୍କ ସହ ମାର୍‌ପିଟ୍‌ ମଧ୍ୟ କରିଛନ୍ତି। ଶିଳ୍ପାଙ୍କ ଏଭଳି ବୟାନ୍‌ ପରେ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଖବର ଏବେ ଚାରିଆଡ଼େ ଚର୍ଚ୍ଚାରେ ଅଛି। 

{"id":225356,"sizeSlug":"large"}

ଶୋ'ର ପ୍ରତିଯୋଗୀ ରଶ୍ମି ଦେଶାଇ ମଧ୍ୟ ବହୁତ ଥର ସିଦ୍ଧାର୍ଥଙ୍କ ବିଷୟରେ ଅନେକ କଥା କହିଥିଲେ।  ଏଥିପାଇଁ  ଶିଳ୍ପାଙ୍କ ବୟାନ୍‌କୁ କିଛି ଜଣ ସଠିକ୍‌ ମଧ୍ୟ କହିଛନ୍ତି। ତେବେ କିଛି ଲୋକ ଶିଳ୍ପାଙ୍କୁ ସମର୍ଥନ କରୁଥିବାବେଳେ ଆଉ କିଛି ସିଦ୍ଧାର୍ଥଙ୍କ ସପକ୍ଷରେ ବାହାରିଛନ୍ତି। କେବଳ ସେତିକି ନୁହେଁ ଶିଳ୍ପାଙ୍କୁ ଅନେକ ଟ୍ରୋଲ୍‌ ମଧ୍ୟ କରୁଛନ୍ତି।

{"id":225357,"sizeSlug":"large"}

ଶିଳ୍ପାଙ୍କର ବିବାଦ ସହ ପୁରୁଣା ସମ୍ପର୍କ ରହିଛି। ଶୋ' 'ଭାବି ଜୀ ଘର ପର ହୈ'ରେ କାମ କରୁଥିବାବେଳେ ଶିଳ୍ପା ଓ ତାଙ୍କ ପ୍ରଯୋଜକଙ୍କ ମଧ୍ୟରେ ବହୁତ ଝଗଡ଼ା ହୋଇଥିଲା। ଏଥିପାଇଁ ତାଙ୍କୁ ଶୋ'ରୁ ବାହାରିବାକୁ ପଡ଼ିଥିଲା। ଅନେକ ଦିନ ପରେ ତାଙ୍କୁ 'ବିଗ୍‌ ବସ୍‌ ୧୧'ରେ ଦେଖିବାକୁ ମିଳିଥିଲା। ସେଠାରେ ମଧ୍ୟ ସେ ପ୍ରତିଯୋଗୀ ବିକାଶ ଗୁପ୍ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ଏବେ ପୁଣି ସିଦ୍ଧାର୍ଥଙ୍କ ବିଷୟରେ କହି ସେ ବିବାଦକୁ ଆସିଛନ୍ତି। ଏ ନେଇ ସିଦ୍ଧାର୍ଥଙ୍କର ଏଯାଏଁ କିଛି ପ୍ରତିକ୍ରିୟା ଆସିନାହିଁ। ତାଙ୍କ ପ୍ରତିକ୍ରିୟା ପାଇଁ ଦର୍ଶକ ଅପେକ୍ଷାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.