'ଜୟ ମାତା ଦି' ଜପ କରି ବୈଷ୍ଣୋ ଦେବୀରେ ପହଞ୍ଚିଲେ ଶିଳ୍ପା ସେଟ୍ଟୀ: ଏପଟେ ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଏର୍

Published By : Prameya-News7 Bureau | September 16, 2021 IST

ମୁମ୍ବାଇ ୧୬/୦୯ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରିବାର ପାଇଁ ସମୟ ଖରାପ ଚାଲିଛି। ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଦୁଇ ମାସରୁ ଅଧିକ ହେଲାଣି ଜେଲରେ ଅଛନ୍ତି। ଇତି ମଧ୍ୟରେ ଶିଳ୍ପା ସେଟ୍ଟୀ ଜାମ୍ମୁ କାଶ୍ମୀରରେ ବୈଷ୍ଣୋ ଦେବୀ ମନ୍ଦିର ମାତାଙ୍କ ଦର୍ଶନ ପାଇଁ ଯାଇଛନ୍ତି। ଏପଟେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ବିରୋଧରେ ପର୍ଣ୍ଣୋଗ୍ରାଫି ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ଦାଏର କରିଛି।

{"id":512534,"sizeSlug":"full","linkDestination":"none"}

ପୋଲିସ ଅଧିକାରୀ ସମାଚାର ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ଶିଳ୍ପା ସେଟ୍ଟୀ ବୁଧବାର ଦିନ ଗୁମ୍ଫା ମନ୍ଦିର ଆଧାର ଶିବିର କଟରାରେ ପହଞ୍ଚିଥିଲେ। ପହଞ୍ଚିବାର ତୁରନ୍ତ ପରେ ଶିଳ୍ପା ପୋଲିସ କର୍ମୀଙ୍କ ସହ ଘୋଡାରେ ବସି ମନ୍ଦିର ଦର୍ଶନ ପାଇଁ ବାହାରି ପଡ଼ିଥିଲେ। ଯାତ୍ରା ସମୟରେ ସେ 'ଜୟ ମାତା ଦି' ଜପ କରୁଥିଲେ। ସାମ୍ବାଦିକଙ୍କ ସହ କଥା ହୋଇ ସେ କହିଛନ୍ତି ଯେ ଏଠାକୁ ଆସି ସେ ବହୁତ ଖୁସି। ବୈଷ୍ଣୋ ମାତା ଚାହୁଁଥିଲେ ସେଥିପାଇଁ ସେ ତାଙ୍କ ଆଶୀର୍ବାଦ ନେବାକୁ ଆସିଛନ୍ତି।

{"id":512538,"sizeSlug":"full","linkDestination":"none"}

ମୁମ୍ବାଇ ପୋଲିସ ବୁଧବାର ଦିନ ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ଦାଏର କରିଛି। କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ରୟାନ ଥୋର୍ପଙ୍କ ବିରୋଧରେ ପ୍ରାୟ ୧୫୦୦ ପୃଷ୍ଠାର ଚାର୍ଜସିଟ ମାଜିଷ୍ଟ୍ରେଟ କୋର୍ଟରେ ଦାଏର କରିଛି। ତାଙ୍କ ବିରୋଧରେ ଯୌନ ଶୋଷଣ, ଠକେଇ ସମ୍ବନ୍ଧିତ ଆଇପିସି ଧାରା ସହ ଆଇଟି ଆକ୍ଟ ଓ ମହିଳାଙ୍କ ଅଶ୍ଳୀଳ ପ୍ରତିନିଧିତ୍ବ ଆକ୍ଟ ପ୍ରାବଧାନ ଅନୁସାରେ ମାମଲା ରୁଜ୍ଜୁ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.