ଆକ୍ଟିଂ ବାହାରେ ଆହୁରି ଇନକମ୍ : ରିୟଲିଟି ଶୋ ଜଜ୍ ହୋଇ ସେଲିବ୍ରିଟି କରୁଥିବା ଆୟ ଶୁଣିଲେ ଚମକି ପଡ଼ିବେ ଆପଣ

Published By : Prameya-News7 Bureau | July 19, 2020 IST

ମୁମ୍ବାଇ ୧୯/୭: ବଲିଉଡ ଷ୍ଟାର କେବଳ ଫିଲ୍ମରୁ ଆୟ କରିନଥାନ୍ତି ବରଂ ବିଜ୍ଞାପନ ଏବଂ ଯେକୌଣସି ରିୟଲିଟି ଶୋ’ର ଜଜ୍ ହୋଇ ବହୁତ ଆୟ କରିଥାନ୍ତି। ଅମିତାଭ ବଚ୍ଚନଙ୍କଠୁ ଆରମ୍ଭ କରି ଅନେକ ଫିଲ୍ମ ଷ୍ଟାର ରିୟଲିଟି ଟିଭି ଶୋରେ ନଜର ଆସି ସାରିଛନ୍ତି। ଆପଣ ଜାଣନ୍ତି କି ଏହି ଷ୍ଟାରମାନେ ଏହି ଶୋରେ ଜଜ୍ ହେବା ପାଇଁ କେ​‌ତେ ଟଙ୍କା ଫିସ୍ ନେଇଥାନ୍ତି?ତେବେ ଆସନ୍ତୁ ଜାଣିବା

{"id":302495,"sizeSlug":"large"}

 ୧.ହ୍ରିତିକ ରୋଶନ- ଗ୍ରୀକ୍ ଗଡ ହ୍ରିତିକ ରୋଶନ ଡାନ୍ସ ରିୟଲିଟି ଶୋ ‘ଜଷ୍ଟ ଡାନ୍ସ’ର ଜଜ୍ ରହି ସାରିଛନ୍ତି। ସୂଚନା ମୁତାବକ ଏହି ଶୋର ଗୋଟିଏ ସିଜନକୁ ଜଜ କରିବା ପାଇଁ ହ୍ରିତିକ ରୋଶନଙ୍କୁ ୧୨କୋଟି ଟଙ୍କା ଦିଆଯାଇଥିଲା।

{"id":302496,"sizeSlug":"large"}

୨. କରଣ ଜୋହର- ବଲିଉଡର ପ୍ରସିଦ୍ଧ ଡାଇରେକ୍ଟର କରଣ ଜୋହର ଅନେକ ଶୋ ହୋଷ୍ଟ କରିଛନ୍ତି। ଯେଉଁଥିରେ ଝଲକ ଦିଖଲାଜା,କଫି ଓ୍ବିଥ କରଣ ଏବଂ ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟ ଭଳି ନାଁ ସାମିଲ ରହିଛି। କରଣ ଗୋଟିଏ ସିଜନ ପାଇଁ ୧୦କୋଟି ଟଙ୍କା ଚାର୍ଜ କରନ୍ତି।

{"id":302497,"sizeSlug":"large"}

୩. ଶିଳ୍ପା ସେଟ୍ଟୀ- ଶିଳ୍ପା ସେଟ୍ଟୀଙ୍କୁ ବଡ଼ ସ୍କ୍ରିନରେ ସଫଳତା ନ ମିଳିଥିଲେ ବି ସେ ଯାହା ଚାହୁଁଥିଲେ ତାହା ହୋଇଛି। ଛୋଟ ପରଦାରେ ସେ ସୁପରହିଟ୍। ସେ ଝଲକ ଦିଖଲାଜା,ନଚ ବଲିୟେ,ସୁପର ଡାନ୍ସର ଭଳି ରିୟଲିଟି ଶୋର ଜଜ୍ ହୋଇ ସାରିଛନ୍ତି।

{"id":302498,"sizeSlug":"large"}

୪.ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ - ସିଂହଳୀ ସୁନ୍ଦରୀ ଜ୍ୟାକଲିନ୍ ମଧ୍ୟ ଡାନ୍ସ ରିୟଲିଟି ଶୋ ଝଲକ ଦିଖଲା ଜା ର ଗୋଟିଏ ସିଜନ ଜଜ କରି ସାରିଛନ୍ତି। ଏହି ଶୋ’ର ପ୍ରତି ଏପିସୋଡ ପାଇଁ ଜ୍ୟାକଲିନଙ୍କୁ ୧କୋଟି ଟଙ୍କା ଫିସ୍ ଦିଆଯାଉଥିଲା।

{"id":302501,"sizeSlug":"large"}

୫. ଶାହିଦ କପୁର- ଏହି ନାଁ ତାଲିକାରେ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ କିନ୍ତୁ ଶାହିଦ ମଧ୍ୟ ଝଲକ ଦିଖଲାଜାର ଅଷ୍ଟମ ସିଜନକୁ ଜଜ୍ କରି ସାରିଛନ୍ତି। ସେହି ସମୟରେ ତାଙ୍କୁ ପ୍ରତି ଏପିସୋଡ ପାଇଁ ୧.୭୫କୋଟି ଟଙ୍କା ଫିସ୍ ମିଳୁଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.