ରାଜ କୁନ୍ଦ୍ରା ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ୍ କରିବା ପରେ ଶିଳ୍ପା ସେୟାର କଲେ ନୋଟ୍, ଭାଇରାଲ ହେଉଛି ପୋଷ୍ଟ

Published By : Prameya-News7 Bureau | November 03, 2021 IST

ନୂଆଦିଲ୍ଲୀ ୦୩/୧୧: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ କରିଦେଇଛନ୍ତି। ଗିରଫ ପୂର୍ବରୁ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ ଏବଂ ସେ ତାଙ୍କର ମଜାଳିଆ ଭିଡିଓ ପୋଷ୍ଟ କରି ଚାଲିଥିଲେ। ଅନେକ ଥର ଶିଳ୍ପା ମଧ୍ୟ ତାଙ୍କ ସହ ଭିଡିଓରେ ନଜର ଆସିଥିଲେ, କିନ୍ତୁ ଏବେ ରାଜ କୁନ୍ଦ୍ରା ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଡିଲିଟ୍ କରିବାର କିଛି ସମୟ ପରେ ଶିଳ୍ପା ଏକ ପୁସ୍ତକର ନୋଟ ସେୟାର କରିଛନ୍ତି। ଶିଳ୍ପାଙ୍କ ଦ୍ୱାରା ସେୟାର ହୋଇଥିବା କୋଟରେ ଲେଖାଯାଇଛି, ‘ଏଲାନ୍ ଅଲ୍ଡା।’

{"width":720,"height":405}
Shilpa Shetty Post Social Media

ୱାଇଲ୍ଡଲେନ୍ସ ଅଫ୍ ଇଣ୍ଟୁଏସନ୍ ପୁସ୍ତକରୁ ଏକ ଅଂଶ ସେୟାର କରି ଶିଳ୍ପା କହିଛନ୍ତି, ଏକ ବଡ କ୍ଷତି ଆମକୁ ସେଠାକୁ ନେଇଯାଏ ଯେଉଁଠାକୁ ଆମେ ଯିବାକୁ ଚିନ୍ତା କରି ନ ଥାଉ। ଶିଳ୍ପା ଯେଉଁ ପୁସ୍ତକ ନୋଟ୍ ସେୟାର କରିଛନ୍ତି ତାହା ଅନୁଯାୟୀ, ଆପଣଙ୍କୁ ଆରାମର ଜଙ୍ଗଲ ଛାଡି ଇଣ୍ଟୁଏସନ୍ ଜଙ୍ଗଲକୁ ଯିବାକୁ ପଡିବ। ସେଠାରେ ଆପଣ ଯାହା ପାଇବେ ତାହା ଆଶ୍ଚର୍ଯ୍ୟଜନକ ହେବ। ସେଠାରେ ଆପଣ ନିଜକୁ ପାଇବେ।

ଅଶ୍ଳୀଳ ଭିଡିଓ ମାମଲା ରାଜ କୁନ୍ଦ୍ରା ଜେଲରୁ ଆସିବା ପରେ, ଶିଳ୍ପା ତାଙ୍କ ସହ କୌଣସି ଫଟୋ ସେୟାର କରିନାହାଁନ୍ତି। କରୱାଚୌଥ ଦିନ ମଧ୍ୟ ରାଜ କୁନ୍ଦ୍ରଙ୍କ ସହ ଇନଷ୍ଟା କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶିଳ୍ପା ସେୟାର କରିନଥିଲେ। ଶିଳ୍ପା ସ୍ୱାମୀ ରାଜଙ୍କ ପାଇଁ ବ୍ରତ ରଖିଥିଲେ କିନ୍ତୁ ପୂଜାର ଫଟୋ ସେୟାର କରିନଥିଲେ। ବର୍ତ୍ତମାନ ପ୍ରଶଂସକ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ଉଭୟଙ୍କ ସମ୍ପର୍କ କିପରି ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.