Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

‘ଚାହିଁଲେ ବି ସେ ଭୁଲଗୁଡିକୁ ସୁଧାରି ପାରିବିନି’: କେଉଁ ‘ନୂଆ ଅନ୍ତ’ ଆଡକୁ ଇସାରା କରୁଛି ଶିଳ୍ପା ସେଟ୍ଟୀଙ୍କ ପୋଷ୍ଟ

18/09/2021 at 5:25 PM

ମୁମ୍ବାଇ ୧୮/୦୯ : ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଜେଲରେ ଅଛନ୍ତି। ଶିଳ୍ପା ପାଇଁ ବର୍ତ୍ତମାନ ସମୟ ଭଲ ଚାଲିନି। ଏହି ପରିସ୍ଥିତିରୁ ବାହାରିବାକୁ ଲଗାତାର ଚେଷ୍ଟା କରୁଛନ୍ତି। ସ୍ୱାମୀ ଗିରଫ ହେବାପରେ ଶିଳ୍ପା ନିଜକୁ ଲୋକଙ୍କ ଠାରୁ ଓ ସୋସିଆଲ ମିଡ଼ିଆରୁ ଅଲଗା କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ସେ ଧୀରେ ଧୀରେ ପୁଣି ଇନଷ୍ଟାଗ୍ରାମରେ ଆକ୍ଟିଭ ହୋଇଯାଇଛନ୍ତି। ଇନଷ୍ଟାଗ୍ରାମରେ ସେ ପ୍ରେରଣାଦାୟକ ମେସେଜ ଦେଇଛନ୍ତି। ଇତି ମଧ୍ୟରେ ଶିଳ୍ପା ସେଟ୍ଟୀ ଇନଷ୍ଟା ଷ୍ଟୋରୀରେ ବହିର ଏକ ପୃଷ୍ଠା ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ଦିନ ଓ ସପ୍ତାହାନ୍ତ ଆରମ୍ଭକୁ ‘ନୂଆ ଅନ୍ତ’ ବୋଲି ଲେଖି ସମ୍ବୋଧିତ କରିଛନ୍ତି।

ଶିଳ୍ପା ସେଟ୍ଟୀଙ୍କ ନୋଟ ବୁକରେ ଲେଖାଯାଇଛି, କେହି ବି ପଛକୁ ଯାଇ ନୂଆ ଆରମ୍ଭ କରିପାରନ୍ତି ନାହିଁ। କିନ୍ତୁ ଏବେଠୁ ଆରମ୍ଭ କରି ଏକ ନୂଆ ଅନ୍ତ କରିପାରିବ। ନୋଟରେ ଆଗକୁ କୁହାଯାଇଛି ଯେ କିଭଳି ମଣିଷ ନିଜର ଭୁଲ ନିଷ୍ପତ୍ତି, ଭୁଲ କାମ ବିଷୟରେ ଭାବିବା ଓ ବିଶ୍ଳେଷଣ କରିବାରେ ସମୟ ନଷ୍ଟ କରିଦିଏ ଏବଂ ‘ଯଦି’ ଭଳି ଶବ୍ଦରେ ସୀମିତ ରହିଯାଏ।

ନୋଟରେ ଆଗକୁ ଲେଖାଯାଇଛି, ଆମେ ଯେତେ ବିଚାର କଲେ ବି ସେହି ଭୁଲଗୁଡିକୁ ସୁଧାରି ପାରିବାନାହିଁ। ଆମେ ନିଜ ପୋଷ୍ଟକୁ ବଦଳାଇ ପାରିବାନି। କିନ୍ତୁ ଉତ୍ତମ ନିର୍ଣ୍ଣୟ ନେବାପାଇଁ ଆଗକୁ ବଢ଼ିପାରିବା। ଶେଷରେ ଲେଖାହୋଇଛି, ମୁଁ ଅତୀତରେ କରିଥିବା କାମଗୁଡିକୁ ପରିଭାଷିତ କରିବାର ଆବଶ୍ୟକତା ନାହିଁ। ଆମେ ଆମ ଭବିଷ୍ୟତକୁ ସେହିପରି କରିପାରିବା ଯେଉଁପରି ଆମେ ଚାହୁଁଛୁ।

ନିକଟରେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ଯେଉଁଥିରେ ଶିଳ୍ପା ସେଟ୍ଟୀଙ୍କ ବୟାନ ସାମ୍ନାକୁ ଆସିଛି ଯାହା ସେ ପୋଲିସକୁ ଦେଇଥିଲେ। ପୋଲିସକୁ ସେ କହିଥିଲେ ଯେ ସେ ନିଜ କାମରେ ବ୍ୟସ୍ତ ଥିଲେ ଓ ତାଙ୍କ ସ୍ୱାମୀ କଣ କରୁଛନ୍ତି ସେ ସମ୍ପର୍କରେ ସେ କିଛି ଜାଣିନଥିଲେ।

   Related Posts