Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପୁଅ-ଝିଅ ସହ ଘରେ ନବରାତ୍ରି ପୂଜା କରୁଥିବା ନଜର ଆସିଲେ ଶିଳ୍ପା: ହେଲେ କେଉଁଠି ବି ନଜର ଆସିଲେନି ରାଜ

11/10/2021 at 8:13 PM

ମୁମ୍ବାଇ ୧୧/୧୦ : ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ପୁଅ ଭିଆନ ଓ ଝିଅ ସମିଶାଙ୍କ ସହ ଘରେ ପୂଜା କରୁଥିବା ନଜର ଆସିଛନ୍ତି। ଏହି ସମୟରେ ଶିଳ୍ପା, ଭିଆନ୍ ଏବଂ ସମିଶାଙ୍କ ସହ ପୁରା ଷ୍ଟାଫ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ରାଜ କୁନ୍ଦ୍ରା କେଉଁଠି ବି ନଜର ଆସୁନାହାନ୍ତି। ଭିଡିଓରେ ଶିଳ୍ପା ଏବଂ ତାଙ୍କ ପିଲାମାନେ କମଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି।

ଶିଳ୍ପା ଏବଂ ଭିଆନ୍ ଆଳତି କରୁଥିବାବେଳେ ସମିଶା ଘଣ୍ଟି ବଜାଉଛନ୍ତି। ଏହି ଭିଡିଓ ସେୟାର କରି ଶିଳ୍ପା ଲେଖିଛନ୍ତି, “ମୋର ପ୍ରେରଣା ସୋମବାର… ମୋ ପିଲା ଏବଂ ବିଶ୍ୱାସ। କିଛି ଜିନିଷ ଆଗାମୀ ପିଢ଼ିକୁ ବ୍ୟାଖ୍ୟା କରାଯାଇପାରିବ ନାହିଁ ଯେପର୍ଯ୍ୟନ୍ତ ସେମାନେ ନିଜ ସାମ୍ନାରେ ଏହା ଘଟୁଥିବାର ନ ଦେଖନ୍ତି। ମୋ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ମୋ ପିଲାମାନେ ମଧ୍ୟ ସେହି ସଂସ୍କାର ସହ ବଢନ୍ତୁ ଯେଉଁ ସଂସ୍କାର ମୋତେ ମୋ ପିତାମାତା ଦେଇଛନ୍ତି। ମୁଁ ସର୍ବଦା ପିଲାମାନଙ୍କଠାରେ ବିଶ୍ୱାସର ଜାଗ୍ରତ କରିବାକୁ ଚାହୁଁଥିଲି କାରଣ ବିଶ୍ୱାସ ଆମକୁ ଅଧିକ ଶକ୍ତିଶାଳୀ କରିଥାଏ ଏବଂ ଯେତେବେଳେ ଆମେ ବଡ଼ ହୋଇଥାଉ, ଏହା ଆମକୁ ଜୀବନର ଅଭିଜ୍ଞତାକୁ ଏକ ଭଲ ଉପାୟରେ ଗ୍ରହଣ କରିବା ଶିଖାଇଥାଏ। ଆପଣ ସମସ୍ତଙ୍କୁ ହାପି ସଣ୍ଡେ।”

ଗତ କିଛି ଦିନ ହେଲା ଶିଳ୍ପା ସେଟ୍ଟୀ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ଅଛନ୍ତି। ନିଜ ପିଲାଙ୍କ ସହ ଅନେକ ପୋଷ୍ଟ ମଧ୍ୟ ସେୟାର କରୁଛନ୍ତି। କିନ୍ତୁ ସେ ଏବେ ଯାଏଁ ରାଜ କୁନ୍ଦ୍ରାଙ୍କ ସହ କୌଣସି ପୋଷ୍ଟ ସେୟାର କରିନାହାନ୍ତି। ରାଜ କୁନ୍ଦ୍ରା ଜେଲରୁ ବାହାରିବା ପରେ ଶିଳ୍ପା ଏବେ ସହ ତାଙ୍କ ସହ ପବ୍ଲିକରେ କିମ୍ବା ସୋସିଆଲ ମିଡ଼ିଆରେ କେଉଁଠି ବି ନଜର ଆସିନାହାନ୍ତି। ଅଶ୍ଳୀଳ ଫିଲ୍ମ ମାମଲାରେ ରାଜ କୁନ୍ଦ୍ରାଙ୍କୁ ପୋଲିସ ଜୁଲାଇ ୧୮ ରେ ଗିରଫ କରିଥିଲା। ପ୍ରାୟ ୨ ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଛି।

   Related Posts