Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିଳ୍ପା ସେଟ୍ଟୀ ହେଲିକପ୍ଟର ଉଡ଼ାଇବା ଭିଡିଓ ଭାଇରାଲ…

ମୁମ୍ବାଇ୨୭|୧:ବଲିଉଡର ଫିଟ୍‌ନେସ ଫ୍ରିକ୍‌ ଶିଳ୍ପା ସେଟ୍ଟୀ ଫିଲ୍ମ ଦୂନିଆରୁ ଦୂରା ଅଛନ୍ତି ସତ ହେଲେ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। ସେ ନିଜ ଫ୍ୟାନ୍ସମାନଙ୍କ ପାଇଁ ପ୍ରତିଦିନର ଅପଡେଟ୍‌ ସୋସିଆଲ ମିଡିଆରେ ଦିଅନ୍ତି। ଅଭିନେତ୍ରୀ ଶିଳ୍ପା ଏବେ ଫିଲ୍ମ ଛାଡ଼ି ଟିଭି ଶୋରେ କାମ କରୁଛନ୍ତି। ଏବେ ଅନେକ ଦିନ ପରେ ସେ ଫିଲ୍ମରେ କମ୍‌ବ୍ୟାକ୍‌ କରିବେ। ଅପକମିଂ ଫିଲ୍ମ ହଙ୍ଗାମାର ସିକ୍ୱେଲରେ ଶିଳ୍ପା ଅଭିନୟ କରିବେ।

ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ଶିଳ୍ପା ନିଜ ଟ୍ଵିଟର ଇନ୍‌ଷ୍ଟାରେ ନିୟମିତ ଭାବେ ଫଟୋ ଓ ଭିଡିଓ ସେୟାର କରନ୍ତି। । ନିକଟରେ ଶିଳ୍ପା ପୁଣି ଥରେ ଏକ ଭିଡିଓ ସେୟାର କରିଛନ୍ତି। ପ୍ରତ୍ୟେକ ଥର ଶିଳ୍ପା ନିଜର ଫିଟ୍‌ନୋସ ଭିଡିଓ ସେୟାର କରନ୍ତି। ହେଲେ ଏଥର ସେ ଏକ ଭିନ୍ନ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ହେଲିକପ୍ଟର ଉଡ଼ାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଏହି ଭିଡିଓକୁ ଶିଳ୍ପା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

ଏହି ଭିଡିଓରେ ଶିଳ୍ପାଙ୍କୁ ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି। ଶିଳ୍ପାଙ୍କ ପାଇଲଟ ଅବତାରକୁ ଫ୍ୟାନ୍‌ମାନେ ପସନ୍ଦ କରି ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି। ଶିଳ୍ପାଙ୍କ ଫିଟ୍‌ନେସ୍‌ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରୁହେ। ଖୁବ୍‌ଶୀଘ୍ର ଶିଳ୍ପାଙ୍କୁ ପରଦାରେ ଦେଖିବାକୁ ମିଳିବ। ହଙ୍ଗାମାର ସିକ୍ୱେଲରେ ପରେଶ ରାଓ୍ଵଲଙ୍କ ସହ ନଜର ଆସିବେ ଶିଳ୍ପା।ତେବେ ଦର୍ଶକ ଏହି ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଅଛନ୍ତି।

   Related Posts