ରାଜଙ୍କୁ ନେଇ ପ୍ରଶ୍ନ ପଚାରିବାରୁ ରାଗି ଗଲେ ଶିଳ୍ପା : କହିଲେ ମୁଁ କ’ଣ ରାଜ, ମୁଁ ତାଙ୍କ ପରି ଦେଖା ଯାଉଛି କି…

Published By : Prameya-News7 Bureau | September 29, 2021 IST

ମୁମ୍ବାଇ ୨୯/୦୯ : ସାଧାରଣତଃ ଯେତେବେଳେ ଶିଲ୍ପାଙ୍କୁ ଦେଖିଲେ ସେ ତାଙ୍କର ହସ ହସ ମୁହଁ ଦେଖାନ୍ତି ।ଏବଂ ଫଟୋଗ୍ରାପରଙ୍କୁ ଖୁବ୍‌ ପୋଜ୍‌ ଦିଅନ୍ତି । କିନ୍ତୁ ଶିଳ୍ପାଙ୍କୁ କେବେ ରାବିର ଦେଖି ନାହୁଁ ହେଲେ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନେଇ ଏବେ ରାଗି ଯାଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସବୁବେଳେ ହସ ହସ ରହୁଥିବା ଶିଳ୍ପାଙ୍କ ମୁହଁରୁ ଉଡି ଯାଇଥିଲା ହସ। କିଛି ସମୟ ପାଈଁ ପାଲଟିଲେ ଆଙ୍ଗ୍ରି ଲେଡି, । ରାଗିଯାଇ କହିଲେ ମୁଁ କ’ଣ ରାଜ କୁନ୍ଦ୍ରା?

ତେବେ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପାଙ୍କ ଜୀବନରେ କିଛି ସମୟ କଠିନ ଦିନ ଚାଲିଥିଲା । କିନ୍ତୁ ରାଜ କୁନ୍ଦ୍ରା ଗିରଫ ହେବା ପରେ ତାଙ୍କୁ ନାନା ପ୍ରଶ୍ନର ଉତ୍ତର ଦେବାକୁ ପଡୁଥିଲା। ଏଥିପାଇଁ ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ । ସେ ଅନେକ ଥର ସ୍ୱାମୀଙ୍କ ପର୍ଣ୍ଣ ଫିଲ୍ମ ମାମଲାରେ କିଛି ଜାଣିନଥିବା ସ୍ପଷ୍ଟ କରିଛନ୍ତି, କିନ୍ତୁ ତାଙ୍କ ଉତ୍ତରରେ କେହି ସନ୍ତୁଷ୍ଟ ନୁହଁନ୍ତି। ତାଙ୍କୁ ପ୍ରଶ୍ନ କରିବା ମଧ୍ୟ ବନ୍ଦ ହୋଇ ନଥିଲା।

ନିକଟରେ ରାଜ କୁନ୍ଦ୍ରାଙ୍କୁ ନେଇ ଏଭଳି କିଛି ପ୍ରଶ୍ନ ଗଣମାଧ୍ୟମର ପ୍ରତିନିଧିମାନେ  ତାଙ୍କୁ ପଚାରିଥିଲେ। ରାଜଙ୍କ ବିଷୟରେ ଏକ ପ୍ରଶ୍ନ ପଚରାଯିବା ପରେ ଶିଳ୍ପା ରାଗି ଯାଇଥିଲେ। ସେ ଏତେ ରାଗି ଯାଇଥିଲେ ଯେ କହିଥିଲେ – ‘ମୁଁ କ’ଣ ରାଜ କୁନ୍ଦ୍ରା, ମୁଁ ତାଙ୍କ ପରି ଦେଖାଯାଉଛି କି? ନା, ନା ମୁଁ କିଏ?...’ ଶିଳ୍ପାଙ୍କ ଏହି ଆଙ୍ଗ୍ରି ଲୁକ୍‌ର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

{"align":"center","id":519268,"width":608,"height":758,"sizeSlug":"large","linkDestination":"none"}
ABPlive

ଉଲ୍ଲେଖଯୋଗ୍ୟ ଯେ, ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରା ଗତ କିଛି ଦିନ ହେବ ଜାମିନରେ ଜେଲ୍‌ରୁ ମୁକୁଳିଛନ୍ତି। ୫୦ ହଜାର ଟଙ୍କା ମୁଚଲିକାରେ ତାଙ୍କୁ ଜାମିନ୍‌ ମିଳିଛି। ରାଜ କୁନ୍ଦ୍ରା ଜେଲରୁ ବାହାରକୁ ଆସିବା ପରେ ଶିଳ୍ପା ସୋଶାଲ ମିଡିଆରେ ଏକ ଭାବୁକ ମେସେଜ ଲେଖିଥିଲେ। ସେ କହିଥିଲେ, ‘ଆମେ ସମସ୍ତେ ଶୁଣିଥିବା ଯେ, ଦୁଃଖ ଆମକୁ ମଜଭୁତ କରେ। ଆମେ ଆମ କଠିନ ପରିସ୍ଥିତିରୁ ଅନେକ କିଛି ଶିଖିବାକୁ ପାଇଥାଉ। ଏହା ସତ ହୋଇପାରିବ। କିନ୍ତୁ ଏହା ସେତେ ସହଜ ନୁହେଁ, ଯେତେକି ଆମେ ଭାବୁଛେ। ମୁଁ ଅନ୍ୟମାନଙ୍କ ତୁଳନାରେ ବହୁ ଖରାପ ସମୟକୁ ଘୃଣା କରେ। କିନ୍ତୁ ମୁଁ ଜାଣେ ଯେ ମୁଁ ସେମାନଙ୍କ ସହ ମୁକାବିଲା କରିବାକୁ ଯଥେଷ୍ଟ’।

ସୂଚନା ମୁତାବକ, ଜୁଲାଇ ୧୯ ତାରିଖରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ପର୍ଣ୍ଣ ଫିଲ୍ମ ତିଆରି କରିବା ଏବଂ ସେଗୁଡିକ ଆପ୍‌ରେ ସେୟାର କରିବା ଅଭିଯଗୋରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରା ଯାଇଥିଲା।। ତାଙ୍କ ନାଁରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ନେଇ ପୁଲିସ କହିଥିଲା। ରାଜଙ୍କ ସହ ତାଙ୍କ ଆଇଟି ହେଡ୍‌କୁ ମଧ୍ୟ ପୁଲିସ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.