'ଶିଳ୍ପା ଶେଟ୍ଟୀ ସବୁ ଜାଣିଛନ୍ତି, ସେ ରାଜ କୁନ୍ଦ୍ରାଙ୍କ କମ୍ପାନୀର ନିର୍ଦ୍ଦେଶକ'- ମଡେଲଙ୍କ ଦାବି

Published By : Prameya-News7 Bureau | July 21, 2021 IST

ମୁମ୍ବାଇ ୨୧/୦୭ : ଅଶ୍ଳୀଳ ଭିଡିଓ ତିଆରି ଏବଂ ଅପଲୋଡ୍ ମାମଲାରେ ବ୍ୟବସାୟୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଛି। ଏପର୍ଯ୍ୟନ୍ତ ଯାଞ୍ଚରେ ପୋଲିସ ରାଜ କୁନ୍ଦ୍ରାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଇଛି। ରାଜ କୁନ୍ଦ୍ରା ବର୍ତ୍ତମାନ ମୁମ୍ବାଇର ବାଇକୁଲ୍ଲା ଜେଲରେ ଅଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ଶିଳ୍ପା ଶେଟ୍ଟୀଙ୍କର ଏହି ମାମଲାରେ କୌଣସି ଭୂମିକା ଅଛି କି ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା। ପୋଲିସ ଶିଳ୍ପାଙ୍କ ଭୂମିକା ଉପରେ ପ୍ରଶ୍ନ କରିନାହିଁ କିନ୍ତୁ ମଡେଲ ସାଗରିକା ଶୋନା ସୁମନ ଦାବି କରିଛନ୍ତି ଯେ ଶିଳ୍ପା ଏହି ମାମଲାରେ ସବୁକିଛି ଜାଣିଛନ୍ତି।

ମଡେଲ ସାଗରିକା ଶୋନା ପୂର୍ବରୁ ମଧ୍ୟ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତିକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ରାଜ କୁନ୍ଦ୍ରା ଗିରଫ ହେବା ପରେ ସେ ଦାବି କରିଛନ୍ତି ଯେ ଶିଳ୍ପା ଶେଟ୍ଟୀ ଏହି ମାମଲା ବିଷୟରେ ସବୁକିଛି ଜାଣିଛନ୍ତି। ଏବିପି ନ୍ୟୁଜ୍ ସହ ଏକ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ଶିଳ୍ପା ରାଜ କୁନ୍ଦ୍ରାଙ୍କ କମ୍ପାନୀରେ ନିର୍ଦ୍ଦେଶକ ଅଛନ୍ତି।

wp:gallery {"ids":[483698],"linkTo":"none"} /wp:gallery

ସାଗରିକା ଦାବି କରିଛନ୍ତି ଯେ ଶିଳ୍ପା ଶେଟ୍ଟୀଙ୍କ ନାମ କମ୍ପାନୀର ନିର୍ଦ୍ଦେଶକ ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ଅଛି। ସେ କହିଛନ୍ତି ଯେ କମ୍ପାନୀରେ କ’ଣ ଘଟୁଛି ଜଣେ ନିର୍ଦ୍ଦେଶକ ଭଲା କେମିତି ଜାଣିନଥିବ ? ସେ କହିଛନ୍ତି ଯେ ପୋଲିସ ଶିଳ୍ପା ଶେଟ୍ଟୀଙ୍କୁ ମଧ୍ୟ ପଚରାଉଚୁରା କରିବା ଉଚିତ୍। ସେ ନିଶ୍ଚୟ ରାଜଙ୍କ ପର୍ଣ୍ଣ ରାକେଟ ବିଷୟରେ ଜାଣିଥିବେ।

ସାଗାରିକା ଏହା ପୂର୍ବରୁ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ କରିଥିଲେ ଯେ ତାଙ୍କୁ ଏକ ୱେବ୍ ସିରିଜ୍ ପାଇଁ ହ୍ୱାଟ୍ସ ଆପ୍ ଭିଡିଓରେ ନଗ୍ନ ଅଡିସନ ମାଗାଯାଇଛି। ସେ କହିଛନ୍ତି ଯେ ଉମେଶଙ୍କ ସହ ରାଜ କୁନ୍ଦ୍ରା ମଧ୍ୟ କଲ୍ କରିଥିଲେ। ସେ କହିଛନ୍ତି ଯେ ସେମାନେ ଅତି ଅଶ୍ଳୀଳ ଭାଷାରେ କଥା ହୋଇଥିଲେ। ଯଦିଓ ରାଜ କୁନ୍ଦ୍ରା ମାସ୍କ ପିନ୍ଧିଥିଲେ କିନ୍ତୁ ସେ ତାଙ୍କୁ ଚିହ୍ନିପାରିଥିଲେ।

ସାଗାରିକା କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ କାହାକୁ ଏ ସମ୍ପର୍କରେ କହି ନାହାନ୍ତି କିନ୍ତୁ ଯଦି ମୁମ୍ବାଇ ପୋଲିସ ପଚରାଉଚରା ପାଇଁ ଡାକେ ତେବେ ସେ ନିଶ୍ଚୟ ପୋଲିସକୁ ସାହାଯ୍ୟ କରିବେ। ସେ କହିଛନ୍ତି ଯେ ତାଙ୍କୁ ହ୍ୱାଟ୍ସ ଆପରେ କଲ୍ କରାଯାଇଥିଲା। ନହେଲେ ସେ ନିଶ୍ଚୟ ସେହି କଲ ରେକର୍ଡ କରିଥାନ୍ତେ ଓ ପ୍ରମାଣ ସହ ପୋଲିସ ନିକଟରେ ପହଞ୍ଚିଥାନ୍ତେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.