ନୂଆ ଫୋନ୍ ଦେଖାଇ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଲେ ଶିଳ୍ପା, ୟୁଜର୍ କହିଲେ କିଏ ଦେଇଛି କି ?

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ ୨୯/୦୯: ରାଜ କୁନ୍ଦ୍ରା ଜେଲରୁ ଘରକୁ ଫେରିବା ପରେ ଶିଳ୍ପା ବହୁତ ଖୁସି ଅଛନ୍ତି। ଯାହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଦେଖାଯାଉଛି। କିନ୍ତୁ ସୋସିଆଲ ମିଡିଆର କିଛି ଟ୍ରୋଲର୍ସଙ୍କୁ ଶିଳ୍ପାଙ୍କ ଏହି ଖୁସି ପସନ୍ଦ ଆସୁ ନାହିଁ। ନିକଟରେ ଶିଳ୍ପା ଶେଟ୍ଟୀ ତାଙ୍କ ନୂଆ ମୋବାଇଲ୍ ଫୋନର ଆନନ୍ଦରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଦେଖି କିଛି ଲୋକ ତାଙ୍କୁ ଥଟ୍ଟା କରିବା ଆରମ୍ଭ କରିଛନ୍ତି। ଶିଳ୍ପାଙ୍କର ଏହି ଭିଡିଓ ଉପରେ କମେଣ୍ଟ ଦେଇ ଲୋକମାନେ ତାଙ୍କୁ ରାଜ କୁନ୍ଦ୍ରାଙ୍କ ଟଙ୍କାରେ ଆଣିଥିବା କହୁଛନ୍ତି।

wp:html
/wp:html

ସୂଚନା ଅନୁଯାୟୀ, ନୂଆ ମୋବାଇଲ ଭିଡିଓ ସେୟାର କରି ଶିଳ୍ପା କ୍ୟାପସନରେ ଲେଖିଛନ୍ତି, 'ଆଇଫୋନ୍ ୧୩ ମୋତେ ବହୁତ ଇମ୍ପ୍ରେସ୍ କରିଛି। ଏହା ବାସ୍ତବରେ ଆପଣଙ୍କ ଫିଙ୍ଗରପ୍ରିଣ୍ଟ ଉପରେ ଏକ ସିନେମାଟିକ୍ ଏକ୍ସପେରିଏନ୍ସ। ଭିଡିଓରେ ଶିଳ୍ପାଙ୍କ ହାତରେ ଆଇଫୋନ୍ ୧୩ ର ଏକ ବକ୍ସ ଅଛି, ଯାହାକୁ ସେ ଖୋଲୁଥିବାର ଦେଖାଯାଉଛି । ଶିଳ୍ପାଙ୍କ ଏହି ଭିଡିଓ କିଛି ସମୟରେ ଲକ୍ଷ ଲକ୍ଷ ଲକ୍ଷ ଭ୍ୟୁ ପାଇଛି। ଜଣେ ୟୁଜର ଉପରେ କମେଣ୍ଟ ଦେଇ ଲେଖିଛନ୍ତି, 'କ’ଣ ରାଜ କୁନ୍ଦ୍ରା ଦେଇଛନ୍ତି?' ଏଥିସହିତ ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, 'ଜେଲରୁ ଆସିବା ପରେ ଏହା ରାଜ କୁନ୍ଦ୍ରାଙ୍କ ପ୍ରଥମ ଉପହାର'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.