Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଶିଳ୍ପା ସେଟ୍ଟୀଙ୍କ ପୁରା ପରିବାର କରୋନା ପଜିଟିଭ୍: ଇମୋସନାଲ୍ ପୋଷ୍ଟ ସେୟାର କଲେ ଅଭିନେତ୍ରୀ

7/05/2021 at 4:03 PM

ମୁମ୍ବାଇ ୦୭/୦୫ : କରୋନାର ଦ୍ୱିତୀୟ ଲହର ସମସ୍ତଙ୍କର ଚିନ୍ତା ବଢ଼ାଇଛି । କରୋନା କାହାକୁ ବି ଛାଡ଼ୁନି, ଅନେକ ଲୋକଙ୍କ ସଂକ୍ରମିତ କରୁଛି । ବଲିଉଡର ଅନେକ ସେଲିବ୍ରିଟି କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁରା ପରିବାର କରୋନାରେ ସଂକ୍ରମିତ ହୋଇଛି . ତେବେ ଶିଳ୍ପାଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି । ସେ ସୋସିଆଲ ମିଡ଼ିଆରେ ଏ ସମ୍ପର୍କରେ ପୋଷ୍ଟ ସେୟାର କରିଛନ୍ତି । ଜାଣିବା ପରେ ପ୍ରଶଂସକ ଶିଳ୍ପାଙ୍କ ପୁରା ପରିବାରର ଆରୋଗ୍ୟ କାମନା କରିଛନ୍ତି ।

ସୋସିଆଲ ମିଡ଼ିଆରେ ଶିଳ୍ପା ପୋଷ୍ଟ ସେୟାର କରି ଲେଖିଛନ୍ତି, ଗତ ୧୦ ଦିନ ପରିବାର ପାଇଁ ବହୁତ କଠିନ ଥିଲା । ପ୍ରଥମେ ଶ୍ୱଶୁର, ପରେ ସ୍ୱାମୀ, ତାପରେ ତାଙ୍କ ମା’, ଓ ତାଙ୍କ ଝିଅ ଓ ପୁଅ କରୋନା ପଜିଟିଭ ହୋଇଥିଲେ । ସମସ୍ତେ କରୋନା ପ୍ରୋଟୋକଲ ଫଲୋ କରୁଛନ୍ତି । ପରିବାରର ସମସ୍ତେ ନିଜ ନିଜ ରୁମରେ ଆଇସୋଲେସନରେ ଅଛନ୍ତି । ଶିଳ୍ପାଙ୍କ ଘରେ ଦୁଇଜଣ ସହାୟକ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି ।

ଭଗବାନଙ୍କ କୃପାରେ ସମସ୍ତେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଅଭିନେତ୍ରୀ ବିଏମସି ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ଏବଂ ସାନିଟାଇଜର ବ୍ୟବହାର କରିବାକୁ ଅପିଲ କରିଛନ୍ତି । ଏହିଭଳି ସଙ୍କଟ ପରିସ୍ଥିତି ମାନସିକ ଭାବେ ଦୃଢ ରହିବାକୁ ଶିଳ୍ପା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

   Related Posts