ଶିଲ୍ପା ସେଟ୍ଟୀଙ୍କ ପାଟିରେ ଜୋତା , ଖାଉଛନ୍ତି ହିଲ୍ ! ଦର୍ଶକ କହିଲେ ଏମିତି କାହିଁକି ?

Published By : Prameya-News7 Bureau | February 03, 2020 IST

ମୁମ୍ବାଇ୩|୨: ବଲିଉଡ୍‌ର କ୍ରେଜି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶିଳ୍ପା ସେଟ୍ଟୀ। ବାଜିଗର ଚଳଚ୍ଚିତ୍ରରୁ ସେ ତାଙ୍କ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ଶିଲ୍ପା ନିଜ ସୌନ୍ଦର୍ଯ୍ୟ ଓ ଫିଟନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ବିବାହ ବନ୍ଧନରେ ବାନ୍ଧିହେବା ପରେ ସିନେମା ଜଗତରୁ ଦୂରେଇ ଯାଇଥିବା ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ଏବେ ରିଆଲିଟି ସୋରେ ଦେଖିବାକୁ ମିଳନ୍ତି।

{"id":219503,"sizeSlug":"large"}

ସେ ସବୁବେଳେ ନିଜର ଫିଟ୍‌ନେସ ଭିଡିଓ ପାଇଁ ଚର୍ଚ୍ଚାରେ ରୁହନ୍ତି। ପରଦାରେ ନିଜ ଝଲକ୍‌ ନେଇ ପୁଣି ଥରେ କମ୍‌ ବ୍ୟାକ୍‌ କରିବେ ଶିଳ୍ପା। ହଙ୍ଗାମାର ସିକ୍ୱେଲରେ ପରେଶ ରାଓ୍ଵଲଙ୍କ ସହ ନଜର ଆସିବେ ଶିଳ୍ପା।ତେବେ ଦର୍ଶକ ଏହି ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଅଛନ୍ତି।

{"id":219504,"sizeSlug":"large"}

ନିକଟରେ ଶିଳ୍ପାଙ୍କର ଏକ ମଜେଦାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ହେଲ୍‌ଦି ଡାଏଟ୍‌ ସହ ଏହି ଅଭିନେତ୍ରୀ କେବେ କେବେ ଜଙ୍କ ଫୁଡ୍‌ ଖାଇବାର ମଧ୍ୟ ମଜା ନିଆନ୍ତି।  ଖାଇବା ସହ ଫିଟ୍‌ନେସ୍‌କୁ ବାଲାନ୍ସ ରଖିଥାଆନ୍ତି ଶିଳ୍ପା। ଖାଇବା ପିଇବାର ମଜା ନେଉଥିବା ଭିଡିଓ ଓ ଫଟୋ ମଧ୍ୟ କେବେ କେବେ ସୋସିଆଲ ମିଡିଆରେ ସେୟାର କରନ୍ତି ଶିଳ୍ପା।

{"id":219505,"sizeSlug":"large"}

ଠିକ୍‌ ସେହିଭଳି ଏବେ ଇନ୍‌ଷ୍ଟାରେ ଶିଳ୍ପା ଏକ ଭିଡିଓ ସେୟାର କରିଛନ୍ତି।  ଭିଡିଓରେ ସେ ଏକ ହାଏ ହିଲ୍‌ ଜୋତା ଖାଇବାରେ ନଜର ଆସିଛନ୍ତି।  ଶିଳ୍ପା ଭିଡିଓର କ୍ୟାପ୍‌ସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ 'ଜୋତା ଖାଇବେ?  ଖାସ୍‌ ସନ୍‌ଣ୍ଡେର ମଜା ନିଆରା ଚକୋଲେଟ୍‌ ସହିତ। #sunday #sundaybinge #dessert #fun #cheatday'।ଭିଡିଓରେ ଶିଳ୍ପା ଭିନ୍ନ ଭିନ୍ନ ପ୍ରକାରର ଚକୋଲେଟ୍‌ ଏବଂ ମିଠା ଖାଉଥିବାର ଦେଖାଯାଇଛନ୍ତି। କିନ୍ତୁ ତାଙ୍କୁ ସବୁଠାରୁ ଜୋତା ଶେପ୍‌ର ଚକୋଲେଟ୍‌ ଭଲ ଲାଗିଥିଲା।  ଯାହାକୁ ସେ ଦେଖୁ ଦେଖୁ ଖାଇବାରେ ଲାଗିଥିଲେ।

wp:core-embed/instagram {"url":"https://www.instagram.com/p/B8D3RUDBZ-A/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B8D3RUDBZ-A/?utm_source=ig_embed
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.