Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କନ୍ୟା ପୂଜା କଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଧୋଇଲେ ପିଲାଙ୍କ ପାଦ, ପରଷିଲେ ଖାଦ୍ୟ

25/10/2020 at 12:47 PM

ନୂଆଦିଲ୍ଲୀ ୨୫/୧୦: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି ସବୁ ପର୍ବପର୍ବାଣୀକୁ ଧୁମଧାମରେ ପାଳନ କରନ୍ତି। ଏବେ ଏଥିରୁ ବାଦ ପଡ଼ି ନାହିଁ ନବରାତ୍ରି। ଶିଳ୍ପା ସେଟ୍ଟୀ ଗତକାଲି ଗୋଟିଏ ଭିଡ଼ିଓ ସେୟାର କରିଥିଲେ ଯେଉଁଥିରେ ସେ ଦୁର୍ଗାଷ୍ଟମୀକୁ ଖୁବ୍ ଭକ୍ତିର ସହ ପାଳନ କରୁଛନ୍ତି। ଏହି ଅବସରରେ ସେ କନ୍ୟା ପୂଜା ମଧ୍ୟ କରିଛନ୍ତି। କେବଳ ଏତିକି ନୁହେଁ ପିଲାମାନଙ୍କୁ ସେ ନିଜ ହାତରେ ଖାଦ୍ୟ ମଧ୍ୟ ପରଷିଛନ୍ତି। ଏହାର ଏକ ଭିଡ଼ିଓକୁ ମଧ୍ୟ ଶିଳ୍ପା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହ ସେ ଏହାକୁ ତାଙ୍କ ଟ୍ବିଟ୍ ପେଜରେ ସେୟାର କରିଛନ୍ତି। ତେବେ ଏବେ ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି।

ଭିଡ଼ିଓରେ ଦେଖିବାକୁ ମିଳୁଛି ସେ ସବା ପ୍ରଥମେ ନିଜ ଝିଅ ସମୀସା ପାଦରେ ଚନ୍ଦନ ଲଗାଉଛନ୍ତି। ଏହା ପରେ ଶିଳ୍ପା ନିମନ୍ତ୍ରଣ କରିଥିବା ୮ଜଣ ଅନ୍ୟ କନ୍ୟାଙ୍କ ପାଦ ଧୋଉଛନ୍ତି। ଏହା ସହ ସେ ସବୁ ଝିଅଙ୍କ ଆରତୀ କରି ଖାଦ୍ୟ ପରଷୁଛନ୍ତି। କରୋନାର ସମସ୍ତ ନିୟମ ଭିତରେ ଏହାକୁ ପାଳନ କରିଥିବା ସେ ଟ୍ବିଟରେ କହିଛନ୍ତି। ଦୁଇ ଘଣ୍ଟାରେ ଏ ଭିଡିଓକୁ ଦୁଇ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଶିଳ୍ପାଙ୍କ କନ୍ୟା ପୂଜାକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି ।

ସୂଚନାଯୋଗ୍ୟ ଶିଳ୍ପା ‘ହଙ୍ଗାମା ୨’ ଓ ନିକ୍କମା’ ଜରିଆରେ ପୁଣି ଥରେ ବଡ଼ ପରଦାରେ ନଜର ଆସିବେ। ହଙ୍ଗାମା ୨ର ଫାଷ୍ଟଲୁକ ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି। ଫିଲ୍ମ ବ୍ୟତୀତ ଶିଳ୍ପା ସୋସିଆଲ ମିଡ଼ିଆରେ ବେଶ ଆକ୍ଟିଭ ରହନ୍ତି। ସେ ସାଧାରଣତଃ ଫିଟନେସ ସହ ଜଡ଼ିତ ଟିପ୍ସ ସାମାଜିକ ଗଣମାଧ୍ୟମରେ ସେୟାର କରିଥାନ୍ତି।

   Related Posts