ରାଜ କୁନ୍ଦ୍ରାଙ୍କ ପାଇଁ କରୱା ଚୌଥ ବ୍ରତ ରଖିଛନ୍ତି ଶିଳ୍ପା, ହେଲେ ସାଙ୍ଗରେ ନାହାନ୍ତି ପତିଦେବ

Published By : Prameya-News7 Bureau | October 24, 2021 IST

ମୁମ୍ବାଇ ୨୪/୧୦ : ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରତି ବର୍ଷ ଭଳି ଏଥର ମଧ୍ୟ କରୱା ଚୌଥ ବ୍ରତ ପାଳନ କରିଛନ୍ତି। ଶିଳ୍ପା ସୋସିଆଲ ମିଡ଼ିଆରେ ରାଜ କୁନ୍ଦ୍ରାଙ୍କ ମା' ଅର୍ଥାତ ତାଙ୍କ ଶାଶୁ ଦେଇଥିବା ଉପହାରର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ହ୍ୟାପି କରୱା ଚୌଥ ଷ୍ଟିକର ମଧ୍ୟ ଦେଇଛନ୍ତି। ଭିଡିଓରେ ସେ କହିଛନ୍ତି, ମୋ ଶାଶୁ ଦେଇଥିବା ସରଗି। ସମସ୍ତଙ୍କୁ କରୱା ଚୌଥର ଶୁଭକାମନା।

{"id":532491,"sizeSlug":"full","linkDestination":"none"}

ଶିଳ୍ପା ସେଟ୍ଟୀ ନାଲି ଓ ସୁନେଲି ରଙ୍ଗର କୁର୍ତ୍ତୀ ପିନ୍ଧି ନିଜର ଏକ ଫଟୋ ସେୟାର କରିଛନ୍ତି। କ୍ୟାପ୍ସନରେ ସେ ଲେଖିଛନ୍ତି, 'ସମସ୍ତଙ୍କୁ କରୱା ଚୌଥର ଶୁଭକାମନା। ଉପବାସ ରଖିଥିବା ମହିଳା, ଆପଣ ଓ ଆପଣଙ୍କ ସ୍ୱାମୀ ସୁସ୍ଥ, ସୁରକ୍ଷିତ ଓ ଖୁସିରେ ରୁହନ୍ତୁ।' ନାଲି କୁର୍ତ୍ତୀ ସହ ସେ ମଥାରେ ସିନ୍ଦୁର ଓ ହାତରେ ନାଲି ଚୁଡ଼ି ମଧ୍ୟ ପିନ୍ଧିଛନ୍ତି। ଏହି ଗେଟଅପରେ ଶିଳ୍ପା ବହୁତ ସୁନ୍ଦର ଦେଖାଯାଉଛନ୍ତି।

wp:html
/wp:html

ଶିଳ୍ପା ପ୍ରତି ବର୍ଷ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ କରୱା ଚୌଥ ପାଳନ କରନ୍ତି। କିନ୍ତୁ ଏଥର ବୋଧହୁଏ ସେ କୁନ୍ଦ୍ରାଙ୍କ ବିନା କରୱା ଚୌଥ ପାଳନ କରୁଛନ୍ତି। କାରଣ ରାଜ କୁନ୍ଦ୍ରା କେଉଁଠି ବି ନଜର ଆସୁ ନାହାନ୍ତି। ଗତ ବର୍ଷ ଶିଳ୍ପା ସେଟ୍ଟୀ ଇନଷ୍ଟାଗ୍ରାମରେ ରାଜ କୁନ୍ଦ୍ରାଙ୍କ ସହ କରୱା ଚୌଥ ପୂଜାର ଏକ ଭିଡିଓ ସେୟାର କରିଥିଲେ। ସେ କହିଥିଲେ ଯେ ରାଜ ମଧ୍ୟ ତାଙ୍କ ସହ ବ୍ରତ ପାଳନ କରନ୍ତି।

wp:html
/wp:html

କିଛି ଘଣ୍ଟା ପୂର୍ବରୁ ଶିଳ୍ପା ସେଟ୍ଟୀ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ବଗିଚାରେ ପିଜୁଳି ଗଛ ତଳେ ନଜର ଆସିଛନ୍ତି। ଗଛରୁ ପାଚିଲା ପିଜୁଳି ତୋଳି ସେ ବହୁତ ଖୁସି ନଜର ଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.