ରାଜ୍ କୁନ୍ଦ୍ରାଙ୍କ ଗିରଫକୁ ନେଇ ମୁହଁ ଖୋଲିଲେ ପତ୍ନୀ ଶିଳ୍ପା ସେଟ୍ଟୀ ; କହିଲେ ଏମିତି…

Published By : Prameya-News7 Bureau | August 02, 2021 IST

ମୁମ୍ବାଇ ୦୨/୦୮ : ଅଶ୍ଳୀଳ ଭିଡିଓ ତିଆରି କରିବା ମାମଲାରେ  ଗିରଫ ହୋଇଥିବା ରାଜ କୁନ୍ଦ୍ରା ଏବେ ଜେଲରେ ଅଛନ୍ତି । ତାଙ୍କ ଗିରଫଦାରୀ ପରେ ଶିଳ୍ପାଙ୍କୁ ପଚରାଉଚୁରା କରାଯାଇଛି । ଏହା ସହିତ ସୋସିଆଲ ମିଡିଆରେ ତାଙ୍କୁ ପ୍ରବଳ ଟ୍ରୋଲର ଶିକାର ହେବାକୁ ପଡିଛି । ବହୁତ ଦିନ ପରେ ଏନେଇ ମୁହଁ ଖୋଲିଛନ୍ତି ଶିଳ୍ପା ସେଟ୍ଟୀ ।

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ନିଜର ବୟାନ ରଖିଛନ୍ତି ଶିଳ୍ପା । ପ୍ରଥମ ଥର ପାଇଁ ଶିଳ୍ପା ଏନେଇ ଏକ ପୋଷ୍ଟ ସେୟାର କରି କହିଛନ୍ତି କି, ‘ଗତ କିଛି ଦିନ ହେଲା ଏହା ମୋ ପାଇଁ ବହୁତ କଷ୍ଟ ଦାୟକ ହୋଇଛି । ଅନେକ ଗୁଜବ ଓ ମିଥ୍ୟା ଆରୋପ ମଧ୍ୟ ଆସିଛି । ଗଣମାଧ୍ୟମ ମଧ୍ୟ ମୋ ଉପରେ ଯେଉଁ ଆରୋପ ଲଗାଛି ତାହା ସମ୍ପୂର୍ଣ୍ଣ ଭୁଲ୍ । ଏହା ସହ କେବଳ ମୁଁ ନୁହେଁ ମୋ ପରିବାର ଉପରେ ମଧ୍ୟ ପ୍ରବଳ ଚାପ ରହିଛି । ଏଥିରେ କେବଳ ମୋତେ ନୁହେଁ ମୋ ପରିବାରଙ୍କୁ ମଧ୍ୟ ଟଣା ଯାଇଛି । ମୁଁ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇ ନାହିଁ କିମ୍ବା ଭବିଷ୍ୟତରେ ମଧ୍ୟ ତାହା କରିବି ନାହିଁ ।’

{"width":836,"height":470}
शिल्पा शेट्टी ने राज कुंद्रा की गिरफ्तारी के बाद लिखा लंबा पोस्ट, बोलीं- ‘मैं अब तक चुप रही...’

ଏହା ସହ ଶିଳ୍ପା ଆହୁରି ମଧ୍ୟ କହିଛନ୍ତି କି 'ସେ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ କେବଳ ପିଲାମାନଙ୍କ ପାଇଁ ଆମର ଗୋପନୀୟତାକୁ ସମ୍ମାନ କରନ୍ତୁ ଏବଂ ଆପଣ ସମସ୍ତଙ୍କୁ ପ୍ରାର୍ଥନା କରୁଛି କି ଅଧା ଖବର ଶୁଣି କୌଣସି ଟିପ୍ପଣୀ ଦିଅନ୍ତୁ ନାହିଁ । ସୂଚନାର ସତ୍ୟତା ଉପରେ ଯାଞ୍ଚ ନକରି, କାହାରି ଉପରେ କୌଣସି ପ୍ରକାରର ମନ୍ତବ୍ୟ ଦିଅନ୍ତୁ ନାହିଁ । ଆପଣମାନେ ମୋ ବିଷୟରେ ଭୁଲ ଖବର ଲେଖିବା ବନ୍ଦ କରନ୍ତୁ । କାରଣ ଏହି ମାମଲା ବର୍ତ୍ତମାନ କୋର୍ଟରେ ଅଛି । ଆଇନକୁ ତାହା କମ କରିବାକୁ ଦିଅନ୍ତୁ । ତାହାର ଯାଞ୍ଚ କରାଯାଉଛି ଖାଲି ଏତିକି କହିବି ମୋତେ ମୁମ୍ବାଇ ପୋଲିସ୍ ଓ ନ୍ୟାୟ ବ୍ୟବସ୍ଥା ଉପରେ ପୂରା ବିଶ୍ବାସ ଅଛି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.