Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପୁଣି ଫସିଲେ ଶିଳ୍ପା ସେଟ୍ଟୀ ଓ ରାଜ୍‌ କୁନ୍ଦ୍ରା , ଦୁହିଁଙ୍କ ଉପରେ ୧.୫୧ କୋଟି ଟଙ୍କାର ଠକେଇ ଅଭିଯୋଗ

14/11/2021 at 1:26 PM

ମୁମ୍ବାଇ ୧୪।୧୧ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଅନ୍ୟ ଏକ ଅସୁବିଧାରେ ଥିବା ଜଣାପଡିଛି। ତାଙ୍କୁ ୧.୫୧ କୋଟି ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ଦମ୍ପତିଙ୍କ ବ୍ୟତୀତ ଫ୍ୟାଶନ ଟିଭିର ପରିଚାଳନା ନିର୍ଦ୍ଦେଶକ କାଶୀଫ ଖାନ ଏବଂ ଅନ୍ୟମାନଙ୍କ ଉପରେ ମଧ୍ୟ ଠକେଇ ଅଭିଯୋଗ କରିଛନ୍ତି। ପୁଣେରେ ରହୁଥିବା ନିତିନ ବାରାଇ ଏହି ତିନିଜଣଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।

ତେବେ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ଏହି ଘଟଣା ଜୁଲାଇ ୨୦୧୪ରେ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଯୁବକଙ୍କ ଅଭିଯୋଗ ପରେ ପୋଲିସ ଆଇପିସିର ଧାରା ଲଗାଇବା ସହ ଏବଂ ଅନ୍ୟାନ୍ୟ ମାମଲା ରୁଜୁ କରିଛି। ଏନେଇ ଅଭିଯୋଗକାରୀ କହିଛନ୍ତି ଯେ SFL ଫିଟନେସ୍ ପିଭି ଲିମିଟେଡ୍‌ର ନିର୍ଦ୍ଦେଶକ କାଶିଫ୍ ଖାନ୍, ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା ଏବଂ ଅନ୍ୟମାନେ ଏହି ଫିଟନେସ୍ ସେଣ୍ଟରରେ ଟଙ୍କା ବିନିଯୋଗ କରିବାକୁ କହିଥିଲେ ଏବଂ ଲାଭର ପ୍ରତିଶୃତି ମଧ୍ୟ ଦେଇଥିଲେ। କିନ୍ତୁ ଯୁବକମାନେ ଦାବି କରିଛନ୍ତି ଯେ ଯେତେବେଳେ ଏହା ଘଟିଲା ନାହିଁ ଏବଂ ସେ ତାଙ୍କ ଟଙ୍କା ମାଗିଥିଲେ, ସେତେବେଳେ ତାଙ୍କୁ ଧମକ ଦିଆଯାଇଥିଲା।

ହେଲେ ଏନେଇ ଏପର୍ଯ୍ୟନ୍ତ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁଣ୍ଡ୍ରାଙ୍କ ବିଷୟରେ କୌଣସି ବିବୃତ୍ତି ଆସିନାହିଁ। ନିକଟରେ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳତା ବା ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ କରାଯାଇଥିଲା। ଏବେ ଅନ୍ୟ ଏକ ମାମଲାରେ ସେ ଆଇନଗତ କାର୍ଯ୍ୟରେ ଧରା ପଡ଼ିଥିବା ଜଣାପଡିଛି।

   Related Posts