ଶିଖର-ଆୟଶାଙ୍କ ହେଲା ବିବାହ ବିଚ୍ଛେଦ, ଭାବୁକ ପୋଷ୍ଟ ଜରିଆରେ ସୂଚନା ଦେଲେ ପତ୍ନୀ ଆୟଶା ମୁଖାର୍ଜୀ

Published By : Prameya-News7 Bureau | September 07, 2021 IST

ନୂଆଦିଲ୍ଲୀ ୦୭।୦୯: ଭାରତୀୟ ଓପନର ବ୍ୟାଟସମ୍ୟାନ ଶିଖର ଧାଓ୍ଵନଙ୍କ ତାଙ୍କ ପତ୍ନୀ ଆୟଶା ମୁଖାର୍ଜୀଙ୍କ ସହିତ ବିବାହ ବିଚ୍ଛେଦ ଘଟିଛି। ଆୟଶା ଏହାର ସୂଚନା ନିଜର ଇନଷ୍ଟାଗ୍ରାମରେ ଏକ ଭାବୁକ ପୋଷ୍ଟ ଜରିଆରେ ଦେଇଛନ୍ତି। ୨୦୧୨ରେ ଧାଓ୍ଵନ ଓ ଆୟଶାଙ୍କ ମଧ୍ୟରେ ବିବାହ ହୋଇଥିଲା। ୨୦୧୪ରେ ଏହି ଦମ୍ପତ୍ତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ବିବାହର ୯ ବର୍ଷ ପରେ ଏମିତି ନିଷ୍ପତ୍ତି ଧାଓ୍ଵନଙ୍କ ପ୍ରଶଂସକଙ୍କୁ ଚକିତ କରିଛି। ହେଲେ ଧାଓ୍ଵନଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ।

ଆୟଶା ଛାଡପତ୍ର ବିଷୟରେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଥରୁଟିଏ ତଲାକ ହୋଇ ସାରିଛି, ଲାଗୁଥିଲା ଦ୍ଵିତୀୟ ଥର ଏମିତି କରିବା ସବୁ କିଛି ବାଜିରେ ଲାଗିଯିବ। ମୋତେ ବହୁତ କିଛି ସାବ୍ୟସ୍ତ କରିବାର ଥିଲା। ଏଥିପାଇଁ ଯେବେ ମୋର ଦ୍ଵିତୀୟ ବିବାହ ବିଚ୍ଛେଦ ଘଟିଲା ଏହା ମୋ ପାଇଁ ବହୁତ ଭୟାବହ ଥିଲା। ମୁଁ ଭାବୁଥିଲି ତଲାକ ଏକ ଖରାପ ଶବ୍ଦ, ମାତ୍ର ମୋର ଦୁଇ ଥର ତଲାକ ହୋଇଗଲା। ମଜାର କଥା ଶବ୍ଦଗୁଡିକର କେତେ ଶକ୍ତିଶାଳୀ ଅର୍ଥ ଥାଏ ଏବଂ ସମ୍ବନ୍ଧ ଥାଏ। ମୁଁ ଛାଡପତ୍ରନାରୀ ଭାବେ ନିଜେ ଅନୁଭବ କରି ସାରିଛି। ଯେବେ ମୋର ପ୍ରଥମ ଥର ଛାଡପତ୍ର ହୋଇଥିଲା ସେହି ସମୟରେ ମୁଁ ବହୁତ ଡରି ଯାଇଥିଲି। ମୋତେ ଲାଗିଲା ଯେ ମୁଁ ବିଫଳ ହୋଇଗଲି ଏବଂ ନିଜ  ମା-ବାପାଙ୍କୁ ନିରାଶ କଲି। ମୋତେ ଲାଗିଲା ଯେ, ମୁଁ ମୋ ପିଲାମାନଙ୍କୁ ନିଚ୍ଚ ଦେଖାଉଛି। ଆଉ କିଛି ମାତ୍ରାରେ ଲାଗିଥିଲା ଯେ, ମୁଁ ଭଗବାନଙ୍କ ମଧ୍ୟ ଅପମାନ କରିଛି। ତଲାକ ବହୁତ ଖରାପ ଶବ୍ଦ।

wp:html
/wp:html

ଆୟଶାଙ୍କ ପ୍ରଥମ ବିବାହ ଅଷ୍ଟ୍ରେଲିଆର ଏକ ବ୍ୟବସାୟୀଙ୍କ ସହ ହୋଇଥିଲା। ଆୟଶାଙ୍କ ପ୍ରଥମ ବିବାହରେ ଦୁଇଟି କନ୍ୟା ସନ୍ତାନ ହୋଇଥିଲା। ତାଙ୍କର ପ୍ରଥମ ଝିଅର ଜନ୍ମ ୨୦୦୦ ମସିହାରେ ହୋଇଥିଲା। ପୁଣି ଦ୍ଵିତୀୟ କନ୍ୟାର ଜନ୍ମ ୨୦୦୫ରେ ହୋଇଥିଲା। ପ୍ରଥମ ଝିଅର ନାମ ଆଲିଆ ଏବଂ ଦ୍ଵିତୀୟ ଝିଅର ନାମ ରିୟା।

ଉଲ୍ଲେଖନୀୟ ଆୟଶା ଓ ଧାଓ୍ଵନଙ୍କ ପ୍ରେମକାହାଣୀ ଫେସବୁକ୍‌ରୁ ଆରମ୍ଭ ହୋଇଥିଲା। ଉଭୟଙ୍କ ମଧ୍ୟରେ ହରଭଜନ ସିଂହ ମ୍ୟୁଚଲ ଫ୍ରେଣ୍ଡ ଥିଲେ। ଦୁହେଁ ଫେସବୁକ୍‌ରେ ଖୁବ୍ ଚାଟିଂ କରିଥିଲେ ଏବଂ ଉଭୟେ ପରସ୍ପରକୁ ଭଲ ପାଇ ବସିଲେ। ଯାହା ପରେ ବିବାହର ରୂପ ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.