Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପ୍ରଥମ ଦିନିକିଆରେ ଚମକିଲେ ଶିଖର ଧାଓ୍ଵନ, ଭାଙ୍ଗିଲେ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ

18/07/2021 at 9:21 PM

କଲୋମ୍ବୋ ୧୮।୦୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶିଖର ଧାଓ୍ଵନ ଦୁଇ ଦୁଇଟି ଏକ ଖାସ୍ ରେକର୍ଡ ନିଜ ନାମରେ କରିଛନ୍ତି। ଧାଓ୍ଵନ ଦେଶର ସବୁଠୁ ବୟୋଜ୍ୟୋଷ୍ଠ ଅଧିନାୟକ ହେବାର  ରେକର୍ଡ କରିଛନ୍ତି।  ଏହା ବାଦ୍ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

ଧାଓ୍ଵନଙ୍କ ବସୟ ୩୫ ବର୍ଷ ୨୨୫ ଦିନ। ସେ ମହିନ୍ଦର ଅମରନାଥଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅମରନାଥ ୧୯୮୪ରେ ୩୪ ବର୍ଷ ୩୭ ଦିନ ବୟସରେ ପ୍ରଥମ ଥର  ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ଏହି ପରି ଧାଓ୍ଵନ ୩୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ଧାଓ୍ଵନଙ୍କ ନେତୃତ୍ଵରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଅଛି। ଏହି ଗସ୍ତରେ ଦଳ ୩ଟି ଦିନିକିଆ ଓ  ୩ଟି ଟି-୨୦ ମ୍ୟାଚ୍ ଖେଳିବ।

ଧାଓ୍ଵନ ଅଧିନାୟକତ୍ଵରେ ଏକ ରେକର୍ଡ କରିବା ପରେ  ବ୍ୟାଟିଂରେ ମଧ୍ୟ ଏକ ବଡ ରେକର୍ଡ କରିଛନ୍ତି। ଧାଓ୍ଵନ ଦିନିକିଆରେ ୬୦୦୦ ରନ ପୂରଣ କରି ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି। ଧାଓ୍ଵନ ଏହି ମ୍ୟାଚ୍ ପୂର୍ବରୁ ୫୯୭୭ ରନ କରିଥିଲେ। ସେ ପ୍ରଥମ ଦିନିକିଆରେ ୨୩ ରନ ୬ ହଜାର ଦିନିକିଆ ରନ ପୂରଣ କରିଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ ସେ ୧୦ତମ ଭାରତୀୟ ଖେଳାଳି ହୋଇଛନ୍ତି। ଏଥିସହ ଦ୍ଵିତୀୟ ଭାରତୀୟ ଖେଳାଳି ଭାବେ ଦ୍ରୁତ ୬୦୦୦ ରନ ପୂରଣ କରିଛନ୍ତି।

ଏହି ତାଲିକାରେ  ଶୀର୍ଷରେ ରହିଛି  ବିରାଟ କୋହଲିଙ୍କ ନାମ। କୋହଲି ୧୩୬ଟି ଇନିଂସରୁ ଏହି  ରେକର୍ଡ ହାସଲ କରିଛନ୍ତି। ଦ୍ଵିତୀୟରେ ଥିଲେ ଗାଙ୍ଗୁଲି। ସେ ୧୪୭ଟି ଇନିଂସରୁ ୬୦୦୦ ରନ ପୂରଣ କରିଛନ୍ତି। ହେଲେ ଧାଓ୍ଵନ ୧୪୦ତମ ଇନିଂସରେ ୬୦୦୦ ରନ ପୂରଣ କରିଛନ୍ତି। ଆଜିର ମ୍ୟାଚ୍‌ରେ ୨୩ ରନ କରିବା ମାତ୍ରେ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି।

   Related Posts