Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଶ୍ରୀଲଙ୍କା ବିପକ୍ଷରେ ୮୬ ରନର ନଟ୍‌ ଆଉଟ୍‌ ଇନିଂସ ଖେଳି ଏହି ରେକର୍ଡ କଲେ ଶିଖର ଧାଓ୍ବନ, ପଛରେ ପଡିଲେ ଗାଙ୍ଗୁଲି

19/07/2021 at 3:28 PM

ନୂଆଦିଲ୍ଲୀ ୧୯/୦୭ : ଶିଖର ଧାଓ୍ବନଙ୍କ ନେତୃତ୍ବରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆକୁ ୭ ଓ୍ବିକେଟରେ ଜିତି ନେଇଛି ଟିମ ଇଣ୍ଡିଆ । ଭାରତର ଏହି ବିଜୟ ପଛରେ ଅଧିନାୟକ ଶିଖର ଧାଓ୍ବନଙ୍କ ଯୋଗଦାନ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ପ୍ରଥମ ଦିନିକିଆରେ ଅପରାଜିତ ୮୬ ରନର ଇନିଂସ ଖେଳିଥିଲେ ଧାଓ୍ବନ ଯାହାକି ଭାରତକୁ ସହଜ ବିଜୟ ଦେଇଥିଲା । ଏହି ଅପରାଜିତ ପାଳି ସହ ଧାଓ୍ବନ ଏକାଧିକ ରକର୍ଡର ଅଧିକାରୀ ହୋଇଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ୮୬ରନର ଅପରାଜିତ ଇଂନିସ ଖେଳିଥିବା ଧାଓ୍ବନ ଏଥିସହିତ ଦିନିକିଆ କ୍ରିକେଟରେ ୬୦୦୦ ଆନ୍ତର୍ଜାତିକ ରନ ପୂରଣ କରିଛନ୍ତି । ୧୦ମ ଭାରତୀୟ ଖେଳାଳି ଭାବେ ସେ ଏହି କୃତିତ୍ବ ହାସଲ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ୨୩ ରନ କରିଥିବା ବେଳେ ସେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଥିଲେ । ଗାଙ୍ଗୁଲି ୧୪୭ଟି ମ୍ୟାଚରେ ୬ ହଜାର ରନ କରିଥିବା ବେଳେ ଧାଓ୍ବନ ୧୪୦ଟି ମ୍ୟାଚ ଖେଳି ଏହି ରେକର୍ଡ ହାସଲ କରିଛନ୍ତି ।

ଏହି ଲିଷ୍ଟ​‌ରେ ଅଧିନାୟକ ବିରାଟ କୋହଲି ପ୍ରଥମ​‌ରେ ଅଛନ୍ତି । ସେ ମାତ୍ର ୧୩୬ ମ୍ୟାଚ ଖେଳି ୬ ହଜାର ରନ ପୂରଣ କରିଛନ୍ତି । ସେହିପରି ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ୧୬୨ ମ୍ୟାଚ ଖେଳି ୬ ହଜାର ରନ କ୍ଲବ୍‌ରେ ସାମିଲ ହୋଇଥିଲେ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୬୬ ମ୍ୟାଚ, ମାଷ୍ଟର ବ୍ଲଷ୍ଟର ସଚିନ ତେନ୍ଦୁଲକର ୧୭୦ଟି ମ୍ୟାଚ ଖେଳି ୬ ହଜାର ରନ ପୂରଣ କରିଥିଲେ ।   

ବିଶ୍ବସ୍ତରୀୟ ରେକର୍ଡ କଥା କହିବାକୁ ଗଲେ ଧାଓ୍ବନ ଦିନିକିଆ କ୍ରିକେଟରେ ୬ ହଜାର ରନ ପୂରଣ କରିବାରେ ବିଶ୍ବର ଚତୁର୍ଥ ଦୃତ ଖେଳାଳି । ତାଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର ହାସିମ ଆମଲା ୧୨୩ ମ୍ୟାଚ ଖେଳି ସବୁଠାରୁ ଦୃତ ୬ ହଜାର ରନ ପୂରଣ କରିଥିଲେ । ତାଙ୍କ ପରକୁ ଦ୍ବିତୀୟ ସ୍ଥାନରେ ବିରାଟ କୋହଲି ୧୩୬ ମ୍ୟାଚ, ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ଓ୍ବିଲିୟମସନ ୧୩୯ଟି ପାଳି ଖେଳି ୬ ହଜାର ରନ କ୍ଲବରେ ସାମିଲ ହୋଇଥିଲେ ।

Shikhar Dhawan and ishan kishan
aajtak

ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ସିଂହଳୀ ଦଳ ବିପକ୍ଷରେ କ୍ୟାରିୟରର ୧୦୦୦ ଦିନିକିଆ ରନ ସଂଗ୍ରହ କରିଛନ୍ତି ଧାଓ୍ବନ । ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୧୭ଟି ଇଂନିସରୁ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ଏହା ସହିତ ବୟସ୍କ ଖେଳାଳି ଭାବେ ପ୍ରଥମ ଥର ପାଇଁ ଭାରତର ଅଧିନାୟକ ଭାର ମଧ୍ୟ ସେ ସମ୍ଭାଳୁଛନ୍ତି । ସେ ୩୫ ବର୍ଷ ୨୨୫ ଦିନରେ ଭାରତର ଅଧିନାୟକ ହୋଇଥିବା ବେ​‌ଳେ ମହିନ୍ଦର ଅମରନାଥ୧୯୮୪ ମସିହାରେ ୩୪ ବର୍ଷ ୩୭ ଦିନରେ ଅଧିନାୟକ ଭାର ସମ୍ଭାଳିଥିଲେ । ଏହା ସହିତ ଧାଓ୍ବନ ୩୭ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ।

Shikhar Dhawan
aajtak

   Related Posts