କ୍ରିକେଟ ଛାଡ଼ିଲେ ଶିଖର ଧଓ୍ବନ : ଖେଳିଲେ ବ୍ୟାଡମିଣ୍ଟନ୍ , ଖେଳ ଅପେକ୍ଷା ତାଙ୍କ ଗୀତ ଓ ନାଚ ହେଲା ଅଧିକ ଭାଇରାଲ୍
3/04/2020 at 3:26 PM

ନୂଆଦିଲ୍ଲୀ ୩/୪: କରୋନା ଭାଇରସର ପ୍ରାଦୁର୍ଭାବ ଯୋଗୁଁ ଏବେ ସମସ୍ତ କଳାକାର ଆଇସୋଲେସନରେ ଅଛନ୍ତି। କିନ୍ତୁ ସେଲ୍ଫ ଆଇସୋଲେସନ ପରେ ମଧ୍ୟ ଏହି କଳାକାର ଲଗାତାର ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ଭାରତୀୟ କ୍ରିକେଟ ଟିମର ପ୍ରସିଦ୍ଧ କ୍ରିକେଟର ଶିଖର ଧଓ୍ବନ ଏବଂ ତାଙ୍କ ପତ୍ନୀ ଆୟଶା ଧଓ୍ବନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି। ଏହି ଭିଡିଓରେ ଶିଖର ଧଓ୍ବନ ଜିତେନ୍ଦ୍ରଙ୍କ ଭୂମିକାରେ ନଜର ଆସୁଥିବାବେଳେ ତାଙ୍କ ପତ୍ନୀ ଅଭିନେତ୍ରୀ ଲିନା ଚନ୍ଦ୍ରାଓ୍ବରକରଙ୍କ ଭୂମିକାରେ ନଜର ଆସିଛନ୍ତି। ଉଭୟ ସ୍ବାମୀ,ସ୍ତ୍ରୀ ଘରେ ଢଲ ଗୟା ଦିନ ହୋ ଗଇ ଶ୍ୟାମ ଗୀତରେ ଡ୍ୟାନ୍ସ କରୁଛନ୍ତି।
ଶିଖର ଧଓ୍ବନ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରୁ ସେୟାର କରିଛନ୍ତି। କେବଳ ଏତିକି ନୁହେଁ ,ଲୋକେ ତାଙ୍କ ଭିଡିସରେ ଅନେକ କମେଣ୍ଟ ଦେଇଛନ୍ତି।

ଶିଖର ଧଓ୍ବନଙ୍କ ଏହି ଭିଡିଓରେ ଅନେକ କ୍ରିକେଟର କମେଣ୍ଟ ଦେଇଛନ୍ତି। ଏହା ସହିତ ସମସ୍ତେ ତାଙ୍କ ପ୍ରଶଂସା କରିଛନ୍ତି। ଭାରତୀୟ କ୍ରିକେଟର ଶିଖର ଧଓ୍ବନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ସେ ଅଧିକାଂଶ ସମୟରେ ନିଜ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି।