ସାର୍ଟ ଖୋଲି ପୃଥ୍ବୀ ଶାଙ୍କ ସହ ଏହିଭଳି ଡ୍ୟାନ୍ସ କଲେ ଶିଖର୍ ଧୱନ୍, କ୍ଵାରେଣ୍ଟାଇନରେ କରୁଛନ୍ତି ମସ୍ତି

Published By : Prameya-News7 Bureau | November 18, 2020 IST

ନୂଆଦିଲ୍ଲୀ ୧୮/୧୧ : ଟିମ୍ ଇଣ୍ଡିଆ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଟିମ୍ ବର୍ତ୍ତମାନ କ୍ଵାରେଣ୍ଟାଇନରେ ଅଛି। କ୍ଵାରେଣ୍ଟାଇନରେ ଖେଳାଳି ମଉଜ ମସ୍ତିରେ ମସଗୁଲ ଥିବା ଦେଖିବାକୁ ମିଳିଛି। ଖେଳାଳି ପ୍ରାକ୍ଟିସ ସେସନର ଭିଡିଓ ମଧ୍ୟ ସେୟାର କରୁଛନ୍ତି। ଶିଖର ଧୱନ ମଧ୍ୟ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଦେଖି ଆପଣ ବି ହସି ହସି ଗଡ଼ିଯିବେ। ଶିଖର ଧୱନ ଓ ପୃଥ୍ବୀ ଶାଙ୍କ ଏହି ଭିଡିଓ ବହୁତ ଭାଇରାଲ ହେଉଛି। ଭିଡିଓରେ ଶିଖର ଧୱନ ନିଜ ସାର୍ଟ ଖୋଲି ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।

{"id":363796,"sizeSlug":"large"}

ଶିଖର ଧୱନ ଓ ପୃଥ୍ବୀ ଶା 'ସାତ୍ ସମନ୍ଦର୍ ପାର୍ ମେଁ ତେରେ ପିଛେ ପିଛେ...' ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓ ସେୟାର୍ କରି ଶିଖର ଧୱନ ଲେଖିଛନ୍ତି, 'ଲୈଲା ମୁଝେ ଅଭି ଭି ପାଗଳ ବନା ରହି ହେ'। ଶିଖର ଧୱନ ଓ ପୃଥ୍ବୀ ଶା ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଖେଳିଥିଲେ। ସେତେବେଳେ ଉଭୟ ମଉଜ ମସ୍ତି କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା।

https://www.instagram.com/reel/CHuEKf7D8Y2/?utm_source=ig_embed

କେଉଁ ଟିମରେ କେଉଁ କେଉଁ ଖେଳାଳି ସାମିଲ ଅଛନ୍ତି ଜାଣନ୍ତୁ:

ଭାରତୀୟ ଟେଷ୍ଟ ଟିମ - ବିରାଟ କୋହଲି, ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶା, ଚେତ୍ତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଶୁଭମନ ଗିଲ, ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା, ରବି ଚନ୍ଦ୍ରନ ଅଶ୍ୱିନ, କେଏଲ ରାହୁଲ, ରିଦ୍ଧିମାନ ଶାହା, ଋଷଭ ପନ୍ଥ, ଯଶପ୍ରୀତ ବୁମରାହା, ମହମ୍ମଦ ସାମୀ, ଉମେଶ ଯାଦବ, ନବଦ୍ୱୀପ ସାଇନି, କୁଲଦୀପ ଯାଦବ, ମହମ୍ମଦ ଶିରାଜ।

ଅଷ୍ଟ୍ରେଲିଆ ଟେଷ୍ଟ ଟିମ - ଜୋ ବର୍ସ୍ନ, ବିଲ ପୁକୋସ୍କି, ଷ୍ଟିଭ୍ ସ୍ମିଥ୍, ଡେଭିଡ ୱାର୍ନର, ଟ୍ରେବିସ ହେଡ଼, ମାର୍ନସ ଲାବୁସେନ, ମାଇକେଲ ନେସେର, କୈମରେନ ଗ୍ରୀନ, ଟିମ ପେନ, ମେଥ୍ୟୁ ବେଡ୍, ସିନ ଏବଟ, ପ୍ୟାଟ୍ କମିନ୍ସ, ଜୋସ୍ ହାଜଲେଉଡ୍, ନାଥାନ୍ ଲିଅନ୍, ଜେମ୍ସ ପାଟିନ୍ସନ୍, ମିସେଲ୍ ଷ୍ଟାର୍କ, ମିସେଲ ସ୍ୱେପ୍ସନ।

ଅଷ୍ଟ୍ରେଲିଆ ଏକଦିବସୀୟ ଓ ଟି-୨୦ ଟିମ - ଆରୋନ ଫିଞ୍ଚ, ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର, ମୋଇସ ହେନ୍ରିକ୍ସ, ମାର୍ନୁସ ଲାବୁସେନ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ଆଷ୍ଟନ୍ ଏଗର୍, କ୍ୟାମେରନ୍ ଗ୍ରୀନ୍, ଡାନିଏଲ୍ ସେମ୍ସ, ଆଲେକ୍ସ କାରୀ, ମାଥ୍ୟୁ ୱେଡ୍, ସିନ ଏବଟ, ପ୍ୟାଟ୍ କମିନ୍ସ, ଜୋସ୍ ହାଜଲେଉଡ୍, ଆଣ୍ଡ୍ରିୟୁ ଟାଇ, ମିସେଲ ଷ୍ଟାର୍କ, ଆଦାମ ଜାମ୍ପା।

ଭାରତ ଟି-୨୦ ଟିମ -  ବିରାଟ କୋହଲି, ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, କେଏଲ୍ ରାହୁଲ, ସଞ୍ଜୁ ସାମସନ୍, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା, ମହମ୍ମଦ ସାମି, ନବଦ୍ୱୀପ ସାଇନି, ଟି ନଟରାଜନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.