Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ଶିବୁ ସୋରେନ କରୋନା ପଜିଟିଭ : ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟ ‌ହେବ କରୋନା ଟେଷ୍ଟ

22/08/2020 at 10:05 AM

ରାଞ୍ଚି ୨୨/୮: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଅଧ୍ୟକ୍ଷ ଏବଂ ରାଜ୍ୟସଭା ସଦସ୍ୟ ଶିବୁ ସୋରେନ୍ ଏବଂ ପତ୍ନୀ ରୂପି ସୋରେନ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ଉଭୟଙ୍କୁ ଆଇସୋଲେଟ୍ କରାଯାଇଛି। ଏହା ସହିତ ଶିବୁ ସୋରେନଙ୍କ ପୁଅ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋମବାର  ଅର୍ଥାତ୍ ଅଗଷ୍ଟ ୨୪ତାରିଖରେ ପୁଣି ଥରେ କରୋନା ଟେଷ୍ଟ କରାଯିବ।

ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଘରେ ମୁତୟନ ଥିବା ୧୭ଜଣ କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ଶିବୁ ସୋରେନ ଏବଂ ତାଙ୍କ ପତ୍ନୀ ରୂପୀ ସୋରେନଙ୍କ କରୋନା ଟେଷ୍ଟ କରାଯାଇଥିଲା। ତା’ପରେ ତାଙ୍କ ରେଜଲ୍ଟ ପଜିଟିଭ ଆସିଥିଲା। ଶିବୁ ସୋରେନଙ୍କ ବୟସ ୭୬ବର୍ଷଠୁ ଅଧିକ ହୋଇଗଲାଣି,ଏପରି ପରିସ୍ଥିତିରେ କରୋନା ସଂକ୍ରମଣ କଥା ଜଣା ପଡ଼ିବା ପରେ ସମସ୍ତେ ଚିନ୍ତାରେ ଅଛନ୍ତି।

 ଶିବୁ ସୋରେନ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘର ଅଲଗା ଅଲଗା। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ। ଏହା ପୂର୍ବରୁ ମଧ୍ୟ ହେମନ୍ତଙ୍କ କରୋନା ଟେଷ୍ଟ କରାଯାଇଥିଲା, ଯାହା ନେଗେଟିଭ ଆସିଥିଲା।

ଏହା ପୂର୍ବରୁ ଝାଡ଼ଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ବନ୍ନା ଗୁପ୍ତା କରୋନା ସଂକ୍ରମିତ ଜଣା ପଡ଼ିଥିଲା। ବନ୍ନା ଗୁପ୍ତା କ୍ୟାବିନେଟ୍ ବୈଠକରେ ଭାଗ ନେଇଥିଲେ,ଯେଉଁଥିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ। ବନ୍ନା ଗୁପ୍ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ମନ୍ତ୍ରୀଙ୍କ କରୋନା ଟେଷ୍ଟ କରାଯିବ।

   Related Posts