ସାମାନ୍ୟ ମେସେଜରୁ ତୁମୁଳକାଣ୍ଡ: ପୂର୍ବତନ ନୌସେନା ଅଧିକାରୀଙ୍କୁ ଶିବସେନା କର୍ମୀଙ୍କ ହମଲା, ଜାମିନ୍ ପରେ ସୋସିଆଲ୍ ମିଡ଼ିଆରେ ଜନ ଅସନ୍ତୋଷ

Published By : Prameya-News7 Bureau | September 12, 2020 IST

ମୁମ୍ବାଇ ୧୨/୦୯ : ମୁମ୍ବାଇରେ ନୌସେନାର ପୂର୍ବତନ ଅଧିକାରୀଙ୍କୁ ମାଡ ମାରିଥିବା ମାମଲା ସାମ୍ନାକୁ ଆସିଛି । ଶିବସେନା ନେତା କମଲେସ କଦମ ଓ ଆଉ ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । ମାମଲାରେ କମଲେସ କଦମ ଓ ଅନ୍ୟ ୫ ଜଣଙ୍କୁ ଜାମିନ ମିଳିଛି । ସମତା ନଗର ଥାନାରୁ ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ପୂର୍ବତନ ଅଧିକାରୀଙ୍କ ଉପରକୁ ହୋଇଥିବା ହମଲାକୁ ନେଇ ମୁମ୍ବାଇ ପୋଲିସ ଏମାନଙ୍କୁ ଗିରଫ କରିଥିଲା । ଶିବସେନା କର୍ମୀ ଅଭିଯୋଗ କରିଛନ୍ତି ଯେ, ୬୫ ବର୍ଷ ବୟସ୍କ ପୂର୍ବତନ ନୌସେନା ଅଧିକାରୀ ସୋସିଆଲ ମିଡ଼ିଆରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର ଏକ କାର୍ଟୁନ ଫରୱାର୍ଡ଼ କରିଥିଲେ ।

{"id":328497,"sizeSlug":"large"}

ମୁମ୍ବାଇ ସମତା ନଗର ଥାନାରେ କମଲେସ କଦମ ଓ ତାଙ୍କର ୮-୧୦ ସହଯୋଗୀଙ୍କ ବିରୋଧରେ ପୂର୍ବତନ ନୌସେନା ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ମାମଲା ରୁଜ୍ଜୁ ହୋଇଥିଲା । ମାମଲାରେ ପୋଲିସ କମଲେସ କଦମ ସମେତ ୬ଜଣଙ୍କ ଗିରଫ କରିଥିଲା । ଟ୍ୱିଟରରେ ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି | ବୟସ୍କ ନୌସେନା ଅଧିକାରୀଙ୍କୁ ଶିବସେନା କର୍ମୀ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ କାନ୍ଦିବଲି ଇଷ୍ଟର ବିଧାୟକ ଅତୁଳ ଭଟଖଲକାର ସେୟାର କରିଛନ୍ତି ।

{"id":328498,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା ହ୍ୱାଟ୍ସଆପରେ ଏକ କାର୍ଟୁନ୍ ଫରୱାର୍ଡ଼ କରିଥିଲେ । ଏହି କାର୍ଟୁନ୍ ଫରୱାର୍ଡ଼ ପରେ ତାଙ୍କ ପାଖକୁ ଧମକପୂର୍ଣ ଫୋନ କଲ ଆସିଥିଲା ବୋଲି ସେ କହିଛନ୍ତି । ଏହାପରେ ପାଖାପାଖି ୮-୧୦ ଜଣ ତାଙ୍କୁ ହମଲା କରିଥିଲେ ଓ ମାଡ ମାରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ଆଗକୁ ସେ କହିଛନ୍ତି ଯେ, ସେ ସାରା ଜୀବନ ଦେଶର ସେବା କରିଛନ୍ତି । ଏହିଭଳି ସରକାର ରହିବ ଉଚିତ ନୁହେଁ ।

wp:core-embed/twitter {"url":"https://twitter.com/BhatkhalkarA/status/1304411651349737479","type":"rich","providerNameSlug":"twitter","className":""}
https://twitter.com/BhatkhalkarA/status/1304411651349737479
/wp:core-embed/twitter

ପୂର୍ବତନ ନୌସେନା ଅଧିକାରୀଙ୍କ ଝିଅ କହିଛନ୍ତି ଯେ,ଏକ ମେସେଜ ଫରୱାର୍ଡ଼ ପରେ ତାଙ୍କ ପାଖକୁ ଧମକପୂର୍ଣ କଲ ଆସିଥିଲା । ଏହାପରେ ଶିବସେନା କର୍ମୀ ତାଙ୍କ ଘରକୁ ଆସି ତାଙ୍କ ପିତାଙ୍କୁ ମାରପିଟ୍ କରିଥିଲେ । ଏହାପରେ ପୋଲିସ ଆସି ତାଙ୍କ ପିତାଙ୍କୁ ନେଇଯାଇଥିଲା । ଏହାପରେ ସେ ମାମଲା ରୁଜ୍ଜୁ କରିଥିଲେ ।

wp:core-embed/twitter {"url":"https://twitter.com/Dev_Fadnavis/status/1304429403741589505","type":"rich","providerNameSlug":"twitter","className":""}
https://twitter.com/Dev_Fadnavis/status/1304429403741589505
/wp:core-embed/twitter

ଅପରପକ୍ଷରେ ନୌସେନା ଅଧିକାରୀଙ୍କୁ ହମଲା କରିଥିବା ମାମଲାରେ ବିଜେପି ନେତା ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଉଦ୍ଧବ ଠାକରେ ସରକାରଙ୍କୁ ଟ୍ୱିଟରରେ ହମଲା କରିଛନ୍ତି | ସେ ଏହାକୁ ଅତ୍ୟନ୍ତ ଦୁଃଖଦ ଓ ଆଚମ୍ବିତ ଘଟଣା ବୋଲି କହିଛନ୍ତି | କୃପା କରି ଗୁଣ୍ଡାରାଜ ବନ୍ଦ କରନ୍ତୁ ବୋଲି ସେ ଉଦ୍ଧବ ଠାକରେଙ୍କୁ ନିବେଦନ କରିଛନ୍ତି | ଏହାସହ ଗୁଣ୍ଡାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.