ସୋନିଆ ଗାନ୍ଧୀଙ୍କୁ ଶିବାନନ୍ଦ ତିୱାରୀଙ୍କ ପରାମର୍ଶ-‘ପୁତ୍ର ମୋହ ତ୍ୟାଗ କରନ୍ତୁ, ଦେଶ କଥା ଚିନ୍ତା କରନ୍ତୁ’
19/12/2020 at 11:56 AM

ନୂଆଦିଲ୍ଲୀ ୧୯/୧୨ : ଦଳର ଦାୟିତ୍ୱ କାହାକୁ ଦିଆଯିବ ସେନେଇ ଦ୍ବୀବିଧାରେ ଫସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଏଥିପାଇଁ ସୋନିଆ ଗାନ୍ଧୀ ଶନିବାର ଦିନ କଂଗ୍ରେସର ବଡ ବଡ ନେତାଙ୍କ ବୈଠକ ଡାକିଛନ୍ତି। ସୂତ୍ର ଅନୁଯାୟୀ, ଦଳର ବଡ ବଡ ନେତାଙ୍କ ଏହି G-୨୩ ସମୂହ ବୈଠକରେ ଅନେକ ବରିଷ୍ଠ ନେତାଙ୍କ ସହ ସୋନିଆ ଗାନ୍ଧୀଙ୍କ ଛଡା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହୋଇପାରନ୍ତି। ଆଗାମୀ ଦିନରେ ଦଳର ନେତୃତ୍ୱ ଗାନ୍ଧୀ ପରିବାର ହାତରେ ରହିବ ନା ଦଳର ଦାୟିତ୍ୱ ଆଉ କାହାକୁ ଦିଆଯିବ ତାହା ବୈଠକ ପରେ ସ୍ପଷ୍ଟ ହେବ। କଂଗ୍ରେସର ଏହି ଅନ୍ତର୍ଦ୍ୱନ୍ଦ ଓ ମନ୍ଥନ ମଧ୍ୟରେ ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ କଂଗ୍ରେସ ଉପରେ ହମଲା କରିଛି। ରାଷ୍ଟ୍ରୀୟ ଜନତା ଦଳର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ କ୍ଷମତାକୁ ନେଇ ପ୍ରଶ୍ନ କରିଛନ୍ତି।
ଶିବାନନ୍ଦ ତିୱାରୀ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରେସ ବିଜ୍ଞପ୍ତିରେ ସେ କହିଛନ୍ତି, ‘ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଲୋକଙ୍କୁ ଉତ୍ସାହିତ କରିବା କ୍ଷମତା ନାହିଁ। ଜନତାଙ୍କ କଥା ଛାଡ଼ନ୍ତୁ, ତାଙ୍କ ଦଳକୁ ହିଁ ତାଙ୍କ ଉପରେ ବିଶ୍ୱାସ ନାହିଁ। ସେଥିପାଇଁ ଅନେକ ସ୍ଥାନରୁ ଲୋକେ କଂଗ୍ରେସରୁ ମୁହଁ ମୋଦି ଚାଲିଯାଉଛନ୍ତି। ସୋନିଆ ଗାନ୍ଧୀ କାମଚଳା ଅଧ୍ୟକୟ ଭାବେ କୌଣସି ପ୍ରକାରେ ଦଳକୁ ନେଇଚାଲିଛନ୍ତି।’
ଶିବାନନ୍ଦ ତିୱାରୀଙ୍କ ବୟାନ ଉପରେ କଂଗ୍ରେସ ଓଲଟା ହମଲା କରିଛି। ଦଳର ଏମଏଲସି ପ୍ରେମଚାନ୍ଦ ମିଶ୍ର କହିଛନ୍ତି ଯେ ‘ଶିବାନନ୍ଦ ତିୱାରୀ ସର୍ବଦା କଂଗ୍ରେସ ବିରୋଧୀ। ରାଷ୍ଟ୍ରୀୟ ଜନତା ଦଳର ମଧ୍ୟ ତାଙ୍କ ପାଇଁ ଭଲ ରାୟ ନାହିଁ। ରାଷ୍ଟ୍ରୀୟ ଜନତା ଦଳ ତାଙ୍କୁ ଦଳରୁ ବାହାର କରିଦେଉ।’