ଶିବକାଶୀ ବାଣ କାରଖାନାରେ ଅଗ୍ନିକାଣ୍ଡ, ୬ ମୃତ, ଅନେକ ଆହତ

Published By : Prameya-News7 Bureau | February 25, 2021 IST

ମଦୁରାଇ ୨୫।୨: ତାମିଲନାଡ଼ୁ ବିରୁଧୁନଗର ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଫଳରେ ଭୀଷଣ ଦୁର୍ଘଟଣା ଘଟିଥିବା ବେଳେ ଅନୁନ୍ୟ ୬ ଜଣ ପ୍ରାଣ ହରାଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ ବାଣ କାରଖାନାଟି ଶିବକାଶୀ ନିକଟବର୍ତ୍ତି ଅଞ୍ଚଳରେ। ଅଗ୍ନିକାଣ୍ଡ ସୂଚନା ପାଇ ଦମକଳ ବିଭାଗ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

{"id":414806,"sizeSlug":"large","linkDestination":"none"}

ବାଣ କାରଖାନାରେ ଅଗ୍ନିକାଣ୍ଡ ଯୋଗୁ ଭୀଷଣ ବିସ୍ଫୋରଣ ହୋଇଥିଲା। ନିଆଁର ଲେଲିହାନ ଶିଖା ଭିତରକୁ ପଶିବାକୁ କେହି ସାହାସ କରିନଥିଲେ। ଘଟଣାରେ ଅନେକ ଲୋକେ ପୋଡି ହୋଇ ଆହତ ହୋଇଛନ୍ତି। ତେବେ କେତେ ଲୋକ ପ୍ରଭାବିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସେମାନଙ୍କୁ ଆଖପାଖ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିବା ଜଏଣ୍ଟ ଡାଇରେକ୍ଟର ଅଫ ହେଲଥ ସୂଚନା ଦେଇଛନ୍ତି।

{"id":414807,"sizeSlug":"large","linkDestination":"none"}

ଏହି ଅଗ୍ନିକାଣ୍ଡ ଏତେ ଭୀଷଣ ଯେ କାରଖାନା ଆଖପାଖର ଘର ମଧ୍ୟ ଖାଲି କରାଯାଇଛି। ଲୋକଙ୍କୁ ଦୁର୍ଘଟଣାସ୍ଥଳ ନିକଟକୁ ଯିବାକୁ ଦିଆଯାଉ ନାହିଁ। ଦମକଳ ବିଭାଗ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ତେବେ କାରଖାନାରେ ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି।

{"id":414808,"width":577,"height":393,"sizeSlug":"large","linkDestination":"none"}

ଶିବକାଶୀର କେତେକ ବାଣ କାରଖାନା ନିକଟରେ ଥିବା ବିରୁଧନଗରରେ ସେମାନଙ୍କର ଶାଖା ଚଳାଇଛନ୍ତି। ଏଥିରେ ଗତ ୧୨ ତାରିଖ ଦିନ ଅଚାନାକୂଲମ ଗାଁରେ ଥିବା ବାଣ କାରଖାନାରେ ଦୁର୍ଘଟଣା ଘଟି ନିଆଁ ଲାଗିଯିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ମାସକରେ ଗୋଟିଏ ଅଞ୍ଚଳର ଦୁଇଟି ଅଲା ଅଲଗା ସ୍ଥାନରେ ଥିବା ବାଣ କାରଖାନାରେ ନିଆଁ ଲାଗିବା ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କର କାରଣ ପାଲଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.