ୱବେଶୀ ଏବଂ ଆତଙ୍କବାଦୀ ସଂଗଠନ ଆଇଏସର ମୁଖ୍ୟ ଅବୁ -ଅଲ -ବାଗଦାଦି ମଧ୍ୟରେ କୌଣସି ଫରକ ନାହିଁ କହିଲା ସିୟା ଓ୍ବାକଫ ବୋର୍ଡ

Published By : Prameya-News7 Bureau | November 18, 2019 IST

wp:heading {"level":5}
ନୂଆଦିଲ୍ଲୀ ୧୮।୧୧: ସିୟା ଓ୍ବାକଫ ବୋର୍ଡ ମୁଖ୍ୟ ଓ୍ବାସିମ ରେଜବି  AIMIM ପାର୍ଟି ମୁଖ୍ୟ ତଥା ସାଂସଦ ଓ୍ବବେଶୀଙ୍କ ତୁଳନା ଆତଙ୍କବାଦୀ ସଂଗଠନ ଆଇଏସର ମୁଖ୍ୟ ଅବୁ -ଅଲ -ବାଗଦାଦି ସହ ତୁଳନା କରିବା ସହ ଓ୍ବବେଶୀ ଓ ବାଗଦାଦୀ ମଧ୍ୟରେ କୌଣସି ଫରକ ନାହିଁ ବୋଲି ମଧ୍ୟ କହିଛନ୍ତି ।
/wp:heading {"id":186036,"sizeSlug":"large"}
wp:heading {"level":5}
ସୁପ୍ରିମକୋର୍ଟରେ ଅଯୋଧ୍ଯା ରାୟ ଆସିବା ପରେ ଓ୍ବବେଶୀ ଏହି ରାୟ ସହିତ ସନ୍ତୁଷ୍ଟ ନାହାନ୍ତି ବୋଲି ଗଣମାଧ୍ୟମରେ କହିଥିଲେ ,  ଏନେଇ  ସିୟା ଓ୍ବାକଫ ବୋର୍ଡ ମୁଖ୍ୟ ଓ୍ବାସିମ ରିଜବି କହିଛନ୍ତି  ଯେ,    ଓ୍ବବେଶୀ ଓ ବାଗଦାଦୀ ମଧ୍ୟରେ କୌଣସି ଫରକ ନାହିଁ । ବାଗଦାଦୀ ଆତଙ୍କ ସଂଗଠନ ଚଳାଇବା ପାଇଁ ସେନା,  ବନ୍ଧୁକ, ଗୁଳି,ବାରୁଦର ବ୍ୟବହାର କରୁଥିବାବେଳେ, ଓ୍ବବେଶୀ ନିଜ ମୁହଁରେ ଆତଙ୍କର ପ୍ରଚାର ପ୍ରସାର କରୁଛନ୍ତି ।  ଯାହାକି ଆତଙ୍କୀ ଗତିବିଧି ପାଇଁ ଉସକାଉଛି ।
/wp:heading {"id":186035,"sizeSlug":"large"}
wp:heading {"level":5}
ଦେଶରେ ଏପରି ଗମ୍ଭୀର ସମୟରେ ଓ୍ବବେଶୀ ଓ ମୁସଲିମ ପର୍ସନାଲ ଲ ବୋର୍ଡ ଉପରେ କଟକଣା ଲଗାଇବା ଉଚିତ । ସେପଟେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ୍ବେବଶୀଙ୍କୁ ଦ୍ବିତୀୟ ଜାକିର ନାଇକ ବୋଲି କହିବା ସହ,  ସେ  ସୁପ୍ରିମକୋର୍ଟଙ୍କ ରାୟ ଉପରେ ଅଧିକରୁ ଅଧିକ  ନିଜର ମତ ରଖୁଛନ୍ତି, ବୋଲି କହିଛନ୍ତି ।ଏହା ଦ୍ବାରା  ଦେଶରେ ଆଇନ କାନୁନ ପରିସ୍ଥିତ ବିଗିଡାବାରେ ଆଶଙ୍କା ରହିଛି ବୋଲି ସେ କହିଛନ୍ତି  ।
/wp:heading wp:heading {"level":5}
ସୁପ୍ରମକୋର୍ଟଙ୍କ ରାୟ ଉପରେ ଓ୍ବବେଶୀଙ୍କ ଟିପ୍ପଣୀ ନେଇ ଗତ ୧୧ନଭେମ୍ବରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ସୁପ୍ରିମକୋର୍ଟଙ୍କ ରାୟରେ ସେ ସନ୍ତୁଷ୍ଟ ନାହାନ୍ତି  ବୋଲି କହିବା ସହ , ଆମକୁ ସମ୍ବିଧାନ ଉପରେ ପୂରା ବିଶ୍ବାସ ରହିଛି କହିଥିଲେ । ଆମେ ଆମ ଅଧିକାର ପାଇଁ ଲଢୁଛୁ ।  ପାଞ୍ଚ ଏକର ଜମି ପାଇଁ  ଲଢୁନାହୁଁ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ । 
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.