Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଆପଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଛନ୍ତି କି ? ଏବେ ମିଟର ରିଡିଂରୁ ଗ୍ରାମ୍ୟ ପୋଖରୀରେ ମାଛ ଚାଷ ସହ ପାଇବେ ଏହି ସବୁ କାମ

6/06/2019 at 5:15 PM

ଭୁବନେଶ୍ବର ୬|୬: ବଢିବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହଭାଗିତା । ଅଧିକା କାମ ସହ ଅଧିକା ଆର୍ଥିକ ସ୍ବାଧିନତା ଦେଇ ମହିଳା ସଶକ୍ତିକରଣ କାର୍ଡକୁ ଆହୁରି ସଶକ୍ତ କରିବା ଯୋଜନାରେ ରାଜ୍ୟ ସରକାର । ଏସଏଚଜି କାର୍ଡ ନିର୍ବାଚନରେ କ୍ଲିକ୍ କରିବା ପରେ ସରକାର ଏବେ ସେମାନଙ୍କୁ ପୁରସ୍କାର ଦେବା ମୁଡ୍ ରେ ।

ସରକାରଙ୍କର ପ୍ରତି ବିଭାଗରେ କିଭଳି ମହିଳା ସ୍ବୟଂ ସହାୟିକା ଗୋଷ୍ଠି ସିଧାସଳଖ କାମ ପାଇବେ ତାପାଇଁ ରୋଡମ୍ୟାପ ତିଆରି ହୋଇଛି । କେଉଁ ବିଭାଗର କେଉଁ କାମ ଏସଏଚଜି କରିବେ ତାର ତାଲିକା ସରିଛି । ତାହା ଅନୁସାରେ ଜିଲ୍ଲାପାଳଙ୍କୁ ନିର୍ଦେଶ ମଧ୍ୟ ଯାଇଛି ଯେ ଏସଏଚଜିଙ୍କୁ ଲଗାଇ କିଭଳି ଏସବୁ ବିଭାଗ କାମ ହେବ ତାକୁ ଧ୍ୟାନ ଦେବାକୁ ।

…  

ସରିଲା ନିର୍ବାଚନ । ଯେଉଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହାୟତାରେ ନିର୍ବାଚନ ବୈତରଣୀ ପାର ହୋଇ ପୁଣିଥରେ କ୍ଷମତାକୁ ଫେରିଲେ ନବୀନ। ଏବେ ସମୟ ସେମାନଙ୍କ କଥା ବୁଝିବାକୁ । ଆଗରୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଥ ଦେଇ ସେମାନଙ୍କୁ ଛୋଟମୋଟ କାମ କରିବାକୁ ପ୍ରୋତ୍ସାହନ ମିଳୁଥିଲା । ଏବେ ସିଧା ସେମାନଙ୍କ ହାତକୁ ଦିଆଯିବ ସରକାରଙ୍କ ଯୋଜନା ଅନ୍ତର୍ଗତ କାମ । ପ୍ରାଥମିକ ଭାବେ ସରକାରଙ୍କ ୧୦ଟି ପ୍ରମୁଖ ବିଭାଗ ସ୍ବୟଂ ସହାୟକ ଗୋଷ୍ଠିଙ୍କୁ କଣ କାମ ଦେବେ ତାର ଚିଠା ପ୍ରସ୍ତୁତ କରିଛି ମିଶନ ଶକ୍ତି ନିର୍ଦ୍ଦେଶାଳୟ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ବି କରାଯାଇଛି । ଏହାଫଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଆର୍ଥିକ ସ୍ଥିତିକୁ ଆହୁରି ମଜଭୁତ କରିବା ସହ ମହିଳା ସଶକ୍ତି କରଣକୁ ଆଗକୁ ବଢାଇବାକୁ ଟାର୍ଗେଟ କରିଛନ୍ତି ସରକାର ।

ନିଷ୍ପତ୍ତି ଅନୁଯାୟୀ, ଏଣିକି ସ୍ବୟଂ ସହାୟକ ଗୋଷ୍ଠୀ ଏସବୁ କାମ କରିବେ –

୧- ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କୁ ରାଶି ଲଡ଼଼ୁ ଠାରୁ ୟୁନିଫର୍ମ ପର୍ଯ୍ୟନ୍ତ ଯୋଗାଣର ମାଧ୍ୟମ ହେବ

୨- ଚାଷୀଙ୍କ ଠାରୁ ଧାନ ସଂଗ୍ରହ ବିହନ ବିକ୍ରୟରେ ସହଯୋଗ କରିବେ

 ୩- ମଧ୍ୟାହ୍ନ ଭୋଜନର ତଦାରଖ କରିବେ

୪- ସ୍କୁଲକୁ ଚାଉଳ ଯୋଗାଣ ଦେଖିବେ

୫- ଏସଏଚଜି ମାଧ୍ୟମରେ ଇଲେକ୍ଟ୍ରି ମିଟର ରିଡିଙ୍ଗ କାମ କରାଇବ ଶକ୍ତି ବିଭାଗ

୬- ସହରାଞ୍ଚଳରେ ଏସଏଚଜି ମାଧ୍ୟମରେ କମନ ସର୍ଭିସ ସେଣ୍ଟର ଖୋଲିବା ଠାରୁ ପିଡିଏସ୍ ଚାଉଳ ଓ କିରୋସିନି ବାଣ୍ଟବ କାମ କରାଇବ ନଗର ଉନ୍ନୟନ ବିଭାଗ ।

୭- ଏସଏଚଜି ମାଧ୍ୟମରେ ଜଙ୍ଗଲ ସୁରକ୍ଷା ଓ ବନୀକରଣ କରାଇବ ଜଙ୍ଗଲ ଓ ପରିବେଶ ବିଭାଗ

୮- ମତ୍ସ୍ୟ ଓ ପଶୁସଂପଦ ବିଭାଗ ଏସଏଚଜି ମାଧ୍ୟମରେ ପଞ୍ଚାୟତ ପୋଖରୀରେ ମାଛ ଚାଷକରିବେ

୯- ହସ୍ପିଟାଲକୁ ରୋଗିଙ୍କ ପାଇଁ ଖାଦ୍ୟ, ସାନିଟାରୀ ନାପକିନ ଆଦି ଜିନିଷ ଏସଏଚଜି ମାଧ୍ୟମରେ ଯୋଗାଯିବ।

୧୦- ଗ୍ରାମ୍ୟ ରାସ୍ତାର ରକ୍ଷଣାବେକ୍ଷଣ କାମ ଏସଏଚଜି ତଦାରଖ କରିବ । ଅର୍ଥାତ ସବୁ ପ୍ରମୁଖ ବିଭାଗରେ କିଛି ନା କିଛି କାମ ଯେଭଳି ମହିଳା ସ୍ବୟଂ ସହାୟକ ଗୋଷ୍ଠି ପାଇବେ ତାର ପୁରା ରୋଡମ୍ୟାପ ପ୍ରସ୍ତୁତ ହୋଇଛି ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଏଥର ସରକାରଙ୍କ ଫୋକସରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବାସହ ଜଣେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ନେତ୍ରୀଙ୍କୁ ଲୋକସଭା ଲଢାଇ ନବୀନ ଯେଉଁ ମହିଳାକାର୍ଡ ଖେଳିଥିଲେ ତାହା କ୍ଲିକ୍ କରିବା ପରେ ଏବେ ସରକାରଙ୍କ ସବୁ ଫୋକସ ଏସଏଚଜିଙ୍କ ଆଡେ । ଅର୍ଥାତ ମିଶନ ଶକ୍ତି ଏବେ ପାଲଟିବ ମିଶନ ୨୦୨୪ ।

   Related Posts