ସ୍ୱାବଲମ୍ୱୀ ହେଉଛନ୍ତି SHG ମହିଳା, ମାସିକ ରୋଜଗାର କରୁଛନ୍ତି ଦେଢ ଲକ୍ଷ ଟଙ୍କା

Published By : Prameya-News7 Bureau | May 29, 2021 IST

ସାନଖେମୁଣ୍ଡି ୨୯/୫ : ରାଜ୍ୟରେ ଥିବା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରମୂଖ ବ୍ୟବସ୍ଥା ମଧ୍ୟରେ ରହିଛି ସେଲ୍ଫ ହେଲ୍ପ ଗ୍ରୁଫ୍ । SHG ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ଆଗକୁ ନେବା ସରକାରଙ୍କ ମୁଖ୍ୟ ଉଦେଶ୍ୟ । ଗଂଜାମ ସାନଖେମୁଣ୍ଡି ବ୍ଲକରେ ଥିବା ପୋଡାମାରି ଗାଁରେ ଥିବା ଗ୍ରୁପ୍ଏ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ଏଠାରେ ଥିବା ଏହି ଗ୍ରୁପରେ ୩୫ ମହିଳା ଅଛନ୍ତି ଏବେ ରୋଜଗାର କ୍ଷମ ଆଉ ସଫଳ ସ୍ୱାବଲମ୍ବୀ ।

wp:gallery {"ids":[458463],"linkTo":"none"} /wp:gallery

ଜଣଙ୍କ ମାସିକ ରହିଛି ଆୟ ୫ ହଜାର ଟଙ୍କା । ଘରର ସମସ୍ତ କାମ ସରିବା ପରେ ବଳକା ସମୟ କୁ ନଷ୍ଟ ନକରି ଏକାଥରକେ ୩୫ ମହିଳା ମୁମ୍ବାଇରୁ ଆସିଥିବା ଅତ୍ୟାଧୁନିକ ମେସିନରେ କରୁଛନ୍ତି ସିଲେଇ କାମ । ସରକାରଙ୍କ ସାହାଯ୍ୟ ପ୍ରଶାସନର ସହଯୋଗରେ କରୁଛନ୍ତି ଭଳିକି ଭଳି ମାସ୍କ , ସ୍କୁଲ ଡ୍ରେସ ଏବଂ ଅନ୍ୟାନ୍ୟ ସାମଗ୍ରୀ । ଆଉ ମାସିକ ଆଦାୟ କରୁଛନ୍ତି ଦେଢ଼ ଲକ୍ଷ ଟଙ୍କା ।

wp:gallery {"ids":[458464],"linkTo":"none"} /wp:gallery

ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ଅଂଚଳ ତଥା ଜିଲ୍ଲାରେ ଏବେ ବେଶ ଚର୍ଚାରେ ଜୟ ବଜରଙ୍ଗୀ SHG ମହିଳା ଗ୍ରୁଫ୍ । ପ୍ରଶାସନକୁ ଆବଶ୍ୟକତା ପଡୁଥିବା ମାସ୍କଠୁ ନେଇ ହୋଲସେଲ ଦୋକାନକୁ ମଧ୍ୟ ବିକ୍ରି କରୁଛନ୍ତି ପୋଷାକ । ଆଉ ଘରର ବଳକା ସମୟ ଦେଇ ଏକତା ରେ ମହିଳାମାନେ ଆଗଧାଡିରେ ଠିଆ ହୋଇ ମାସକୁ ମାସ ଟଙ୍କା ପାଇପାରୁଛନ୍ତି । ତେଣୁ ରାଜ୍ୟ ସରକାର ଏବଂ ଜିଲ୍ଲାପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.