ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ

Published By : Prameya-News7 Bureau | December 14, 2019 IST

କଣ୍ଟାବାଞ୍ଜି ୧୪।୧୨- ସୋସିଇଟି କିମ୍ବା ପେକ୍ସ କର୍ମଚାରୀ ନୁହେଁ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ଘର ପାଖରେ ସୁବିଧାରେ ଧାନ ବିକ୍ରି କରି ଚାଷୀ ଖୁସ୍ । ତେବେ ଏଭଳି ବ୍ୟବସ୍ଥା ପାଇଁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ମହିଳା ସ୍ବୟଂ ସହାୟକ ଗେ।ଷ୍ଠୀ ।

{"id":197792,"sizeSlug":"large"}

ମଣ୍ଡିରେ ଚାଲିଛି ଧାନ କିଣା । ସୁରୁଖୁରୁରେ ଧାନ କିଣୁଛନ୍ତି ଚାଷୀ । ନାଁ ଅଛି କଟନୀ ଛଟନୀର ଭୟ ନା ଗାଡି ଭଡା ଚିନ୍ତା । ଘର ପାଖରେ ସୁବିଧାରେ କଷ୍ଟ ଉପାର୍ଜିତ ଫସଲ ବିକୁଛନ୍ତି ଚାଷୀ । ସେ ପୁଣି କୌଣସି ସେ।ସାଇଟି କି ପେକ୍ସକୁ ନୁହେଁ, ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି ମହିଳା ସ୍ବୟଂ ସହାୟକ ଗେ।ଷ୍ଠୀ । ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବଙ୍ଗେ।ମୁଣ୍ଡା ବ୍ଳକ ଭାଲୁମୁଣ୍ଡା ପଞ୍ଚାୟତରେ । ମଣ୍ଡିରେ ନିୟେ।ଜିତ ଅଛନ୍ତି ଏସଏଚଜି ଗ୍ରୃପର ୧୦ଜଣ ମହିଳା । ଧାନ କିଣି ଏସଏଚଜି ଗ୍ରୃପ୍ ସ୍ବାବଲମ୍ବୀ ହେଉଥିବା ବେଳେ ଠିକ୍ ପାଉଣା ପାଇ ଚାଷୀ ବି ଖୁସ୍ ।

{"id":197793,"sizeSlug":"large"}

ପ୍ରଥମ ଥର ପାଇଁ ଧାନ କିଣା ପ୍ରକ୍ରିୟାରେ ମହିଳାଙ୍କୁ ସାମିଲ କରାଯାଇଛି । ଧାନର ଆଦ୍ରତା ପରୀକ୍ଷାଠୁ ଓଜନ କରିବା ସବୁ କିଛି କରୁଛନ୍ତି ଏସଏସଜି ଗ୍ରୃପ ର ସଦସ୍ୟ । ଧାନ କୁଇଣ୍ଟାଲ ପିଛା ଏମାନଙ୍କୁ ମିଲୁଛି ୩୬ ଟଂକା ୪୭ ପଇସା । ଏହି କାମରେ ସଫଳତା ମିଲିଲେ ଆଗକୁ ମଧ୍ୟ କାମରେ ନିୟୋଜିତ ହେବେ ବୋଲି କହିଛନ୍ତି ଏସଏସଜି ଗ୍ରୃପ ସଦସ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.