ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରାଙ୍କ ବଡ ଖୁଲାସା-ବଡ ବଡ କ୍ରିକେଟର୍ସଙ୍କ ପତ୍ନୀ ମଧ୍ୟ ନିଅନ୍ତି 'ଡ୍ରଗ୍ସ'

Published By : Prameya-News7 Bureau | September 24, 2020 IST

ମୁମ୍ବାଇ ୨୪/୦୯ : ବଲିଉଡ ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ଶେର୍ଲିନ୍ ଚୋପ୍ରା କହିଛନ୍ତି ଯେ ଏନସିବି ବହୁତ ଭଲ କାମ କରୁଛି । ଏହା ସହିତ ଶେର୍ଲିନ୍ ଚୋପ୍ରା ଏକ ବଡ଼ ଖୁଲାସା କରିଛନ୍ତି ଯେ ବଡ କ୍ରିକେଟର ଏବଂ ସୁପରଷ୍ଟାରଙ୍କ ପତ୍ନୀ ମଧ୍ୟ ଡ୍ରଗ୍ସ ନିଅନ୍ତି । ସେ କହିଛନ୍ତି, ଏନସିବି ବହୁତ ଭଲ କାମ କରୁଛି । ଏତେ ବର୍ଷ ଧରି ଆମେ ଯେଉଁମାନଙ୍କ ଉପରେ ବିଶ୍ୱାସ କରି ଆସୁଥିଲେ ଯେ ଏମାନେ ଆମର ସୁପରଷ୍ଟାର, ଆମର ସୁପର ହିରୋ ଆଜି ସେମାନଙ୍କ ବାସ୍ତବତା ସାମ୍ନାକୁ ଆସିଛି । ଏମାନେ ଡ୍ରଗ୍ସ ସେବନ କରନ୍ତି । କେତେଥର, କେବେ ନିଅନ୍ତି ତାହା ଏମାନେ ଏବେ ଏନସିବି କହିବେ ।

{"id":333846,"sizeSlug":"large"}

ଡ୍ରଗ୍ସ ପାର୍ଟି ସମ୍ବନ୍ଧରେ ସେ କହିଛନ୍ତି, "ମୁଁ କେକେଆର ମ୍ୟାଚ ଦେଖିବାକୁ କୋଲକାତା ଯାଇଥିଲି । ମ୍ୟାଚ୍ ପରେ ପାର୍ଟି ରଖାଯାଇଥିଲା । ମୁଁ ମଧ୍ୟ ସେହି ପାର୍ଟିକୁ ଯାଇଥିଲି । ମୁଁ ଦେଖିଲି ପାର୍ଟିରେ କ୍ରିକେଟର୍ସ, ବଲିଉଡ୍ ସେଲିବ୍ରିଟି ସମସ୍ତେ ଦମ୍ ମାରୋ ଦମ୍ କରୁଛନ୍ତି । ମୁଁ ସମସ୍ତଙ୍କ ସହ ଡ୍ୟାନ୍ସ ବି କରିଥିଲି । ଡ୍ୟାନ୍ସ କରି ହାଲିଆ ହେବାପରେ ମୁଁ ବାଥରୁମ ଯାଇଥିଲି । ସେଠାରେ ଯାହା ଚାଲିଥିଲା ମୁଁ ଦେଖି ଚକିତ ହୋଇଗଲି । କ୍ରିକେଟର୍ସଙ୍କ ପତ୍ନୀ କୋକିନ ସ୍ନୋଟ୍ କରୁଥିଲେ । ମୋତେ ଲାଗିଲା ମୁଁ ଭୁଲ ଜାଗାକୁ ପଳେଇ ଆସିଛି । ଡ୍ରଗ୍ସ ପରେ ପାର୍ଟି ସିଲସିଲା ବନ୍ଦ ହୁଏନାହିଁ । ବାସ୍ ଗୋଟେ ପରେ ଗୋଟେ ଚାଲିଥାଏ |"

ଶେର୍ଲିନ୍ କୌଣସି କ୍ରିକେଟର୍ସ କିମ୍ବା ତାଙ୍କ ପତ୍ନୀଙ୍କ ନାଁ ଖୁଲାସା କରିନାହାନ୍ତି । ସେ କହିଛନ୍ତି ଯେ ଯେତେବେଳେ ଏନସିବି ଡ଼ାକିବ ସେତେବେଳେ କୁହାଯିବ । ସେ କହିଛନ୍ତି ଯେଉଁମାନଙ୍କ ନାଁ ସାମ୍ନାକୁ ଆସିଛି କେବଳ ସେତିକି ଲୋକ ନାହାନ୍ତି ବରଂ ଏହି ନେକ୍ସେସ୍ ବହୁତ ବଡ । ଏବେ ଯାଏଁ ଏନସିବି ବଡ ଖେଳାଳିଙ୍କ ପାଖରେ ପହଞ୍ଚିନି । ତେବେ ଏନସିବି ଖୁବ ଶୀଘ୍ର ସେମାନଙ୍କ ପାଖରେ ପହଞ୍ଚିବ ବୋଲି ସେ ଅନୁମାନ କରିଛନ୍ତି ।

{"id":333848,"sizeSlug":"large"}

ଷ୍ଟାରଙ୍କ ପତ୍ନୀମାନଙ୍କୁ ଟାର୍ଗେଟ କରି ଶେର୍ଲିନ୍ କହିଛନ୍ତି, "ସେମାନଙ୍କ ସମ୍ପର୍କରେ ଆମେ ଯାହା ପଢୁ, ସେମାନଙ୍କ ବ୍ୟାଗ ମୂଲ୍ୟ, ସେମାନଙ୍କ ଜୋତା ମୂଲ୍ୟ...ବର୍ତ୍ତମାନ ପତା କରିବା ଉଚିତ ଯେ ଏମାନେ କେଉଁ ମାଲ୍ ନେଉଛନ୍ତି । ଏହା ସହ ଶେର୍ଲିନ୍ କ୍ୱାନ କମ୍ପାନୀ ସମ୍ପର୍କରେ କହିଛନ୍ତି, "କ୍ୱାନ କମ୍ପାନୀ ମାଲିକ ଏକ ନମ୍ବରର ଖରାପ ଲୋକ । ମୁଁ ଯେତେବେଳେ ତାଙ୍କୁ ଭେଟିବାକୁ ଯାଇଥିଲି, ସେତେବେଳେ ମୁଁ ତାଙ୍କ ବିଷୟରେ ଜାଣି ନଥିଲି, କିନ୍ତୁ ସାକ୍ଷାତ କରିବା ପରେ ବୁଝିପାରିଲି । ସେ ବହୁତ ଖରାପ ଖରାପ କଥା କହିଥିଲେ । ମୁଁ ଭଲ ପୋଷାକ ପିନ୍ଧି ଯାଇଥିଲି । ସେ ମୋତେ ମୁଣ୍ଡରୁ ଗୋଡ ଯାଏଁ ଘୁରିଲେ । ମୁଁ ପଚାରିଲି କଣ ହେଲା, ଚିରା ପିନ୍ଧିଛି କି, କିଛି ଦାଗ ଲାଗିଛି କି ? ସେ ମୋତେ ବହୁତ ଅଶ୍ଳୀଳ କଥା ପଚାରିଥିଲେ । ଜଣେ ଖରାପ ଚରିତ୍ରହୀନ ଲୋକ ହିଁ ଏହିଭଳି ପ୍ରଶ୍ନ ପଚାରି ପାରିବ ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.