Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଫସିବା ଆଗରୁ ଖସିବା ବାଟ ଖୋଜିଲେ ଶର୍ଲିନ୍, ଗିରଫରୁ ବର୍ତ୍ତିବାକୁ କୋର୍ଟରେ କଲେ ଆବେଦନ

27/07/2021 at 2:10 PM

ମୁମ୍ବାଇ ୨୭/୦୭ : ଅଶ୍ଳୀଳ ଫିଲ୍ମ ନିର୍ମାଣ ଏବଂ ଆପ୍ ମାଧ୍ୟମରେ ତାହାକୁ ପ୍ରସାରଣ ପାଇଁ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ଅସୁବିଧା କମ୍ ହେବାର ନାମ ନେଉନାହିଁ। ଅଶ୍ଳୀଳ ଭିଡିଓ ମାମଲାରେ ପଚରାଉଚରା ପାଇଁ ଅଭିନେତ୍ରୀ ଶର୍ଲିନ୍ ଚୋପ୍ରାଙ୍କୁ ମଧ୍ୟ ପୋଲିସ ସମନ ପଠାଇଛି। ଯାହା ଅଧୀନରେ ତାଙ୍କୁ ଆଜି ରାଜ କୁନ୍ଦ୍ରା ଅଶ୍ଳୀଳ ମାମଲାରେ ମୁମ୍ବାଇ ପୋଲିସର ପ୍ରପର୍ଟି ସେଲ ସମ୍ମୁଖରେ ହାଜର ହେବାକୁ ପଡିବ। କିନ୍ତୁ, ଏହା ପୂର୍ବରୁ ଶର୍ଲିନ୍ ଚୋପ୍ରା ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚି ସାରିଛନ୍ତି। ଯେଉଁଥିପାଇଁ ଜଣାପଡୁଛି ଯେ ସେ ଗିରଫ ହେବାକୁ ଭୟ କରୁଛନ୍ତି।

ରାଜ କୁନ୍ଦ୍ରା ମାମଲାରେ ବିବୃତ୍ତି ଦାଖଲ କରିବା ପୂର୍ବରୁ ଶର୍ଲିନ୍ ଚୋପ୍ରା ବମ୍ବେ ହାଇକୋର୍ଟରେ ଏକ ଜାମିନ ଆବେଦନ କରିଛନ୍ତି। ଶର୍ଲିନ୍ ଚୋପ୍ରା ମୁମ୍ବାଇ କ୍ରାଇମ ବ୍ରାଞ୍ଚକୁ ସୂଚନା ଦେଇଥିଲେ ଯେ ସେ ପ୍ରପର୍ଟି ସେଲ ସମ୍ମୁଖରେ ହାଜର ହେବା ପୂର୍ବରୁ କୋର୍ଟରେ ଏକ ଜାମିନ ଆବେଦନ କରିବେ । ବର୍ତ୍ତମାନ ସେ କୋର୍ଟରେ ଆବେଦନ କରିଛନ୍ତି। ମୁମ୍ବାଇ ପୋଲିସର ପ୍ରପର୍ଟି ସେଲ୍ ଅଭିନେତ୍ରୀଙ୍କୁ ଆଜି ତାଙ୍କର ବିବୃତ୍ତି ରେକର୍ଡ କରିବାକୁ ଡାକିଛି ।

ଶର୍ଲିନଙ୍କ ଜାମିନ ଆବେଦନ ପରେ ଜଣାପଡୁଛି ଯେ ଅଭିନେତ୍ରୀ ଗିରଫ ହେବାକୁ ଭୟ କରୁଛନ୍ତି। ସେଥିପାଇଁ ସେ ପୂର୍ବରୁ ଜାମିନ ଆବେଦନ କରିସାରିଛନ୍ତି। ଏହାପୂର୍ବରୁ ଜୁଲାଇ ୨୫ ରବିବାର ଦିନ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଅଭିନେତ୍ରୀ ଗେହନା ବଶିଷ୍ଠଙ୍କ ବ୍ୟତୀତ ଆଉ ଦୁଇ ଜଣଙ୍କୁ ସେମାନଙ୍କ ବିବୃତ୍ତି ଦାଖଲ କରିବାକୁ ଡକାଇଥିଲା କିନ୍ତୁ ସେମାନେ ହାଜର ହୋଇନଥିଲେ। ଏହି ମାମଲାରେ ରାଜ କୁନ୍ଦ୍ରା ଏବଂ ତାଙ୍କ ଆଇଟି ମୁଖ୍ୟ ରିୟାନ୍ ଥର୍ପେଙ୍କ ବ୍ୟତୀତ ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ଅନେକ ଲୋକଙ୍କୁ ଗିରଫ କରିଛି।  

   Related Posts