ଶିଶୁ କନ୍ୟା ସେରିନ୍ ମୃତ୍ୟୁ ମାମଲାରେ ପ୍ରବାସୀ ଭାରତୀୟ ପିତାଙ୍କୁ ଦାୟି କଲେ ଆମେରିକୀୟ କୋର୍ଟ

Published By : Prameya-News7 Bureau | June 27, 2019 IST

ଡଲାସ :  ଆମେରିକା ସହର ଡଲାସର ଉପନଗରୀୟ ଅଞ୍ଚଳରେ ୨୦୧୭ ମସିହାରେ ହୋଇଥିବା ୩ ବର୍ଷର ଶିଶୁକନ୍ୟା ସେରିନ ମାଥ୍ୟୁ ମୃତ୍ୟୁ ମାମଲାର ରାୟ ପ୍ରକାଶ ପାଇଛି। ୧୨ସଦସୀୟ ଜଜ୍ ଙ୍କ ଖଣ୍ଡପୀଠ ମାମଲାରେ ମୃତ ଶିଶୁର ପିତା ପ୍ରବାସୀ ଭାରତୀୟ ବେସ୍ଲେ ମାଥ୍ୟୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମୃତ ସେରିନ୍ କୁ  ବେସ୍ଲେ ଓ ତାଙ୍କ ପତ୍ନୀ ସିନୀ ମାଥ୍ୟୁ ପୌଷ୍ୟ ଗ୍ରହଣ କରିଥିଲେ। ବିହାରର ଏକ ଅନାଥାଳୟରୁ ସେମାନେ ଏହି ଝିଅଟିକୁ ପୌଷ ଗ୍ରହଣ କରିଥିବା ବେଳେ ଆମେରିକାରେ ତାର ସନ୍ଦିଗ୍ଧ ମୃତ୍ୟୁ ହୋଇଥିଲା

{"id":127937}

ଖଣ୍ଡପୀଠ ମାମଲାରେ ବେସ୍ଲେଙ୍କୁ ୩୦ ବର୍ଷ  ପର୍ଯ୍ୟନ୍ତ ପାରୋଲ ବି ମିଳିପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି । ୩୦ ବର୍ଷ କାରାଦଣ୍ଡ ଭୋଗିବା ପରେ ସେ ପାରୋଲ ପାଇଁ ନିବେଦନ କରିପାରିବେ ବୋଲି କହିଛନ୍ତି ଖଣ୍ଡପୀଠ। ତେବେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ କରିଛନ୍ତି କୋର୍ଟ। ବେସ୍ଲେ ଓ ସିନି ମାଥ୍ୟୁ ମୂଳ କେରଳର ବାସିନ୍ଦା। ତେବେ ଆମେରିକାରେ ବସବାସ କରନ୍ତି। ଦୀର୍ଘ ବର୍ଷ ଧରି ସେମାନେ ନିସନ୍ତାନ ରହିବା ପରେ ଭାରତକୁ ଆସି ପୌଷ୍ୟ ସନ୍ତାନ ଗ୍ରହଣ କରିଥିଲେ। ୩ ବର୍ଷର ଦିବ୍ୟାଙ୍ଗ ଶିଶୁକନ୍ୟାକୁ ସେମାନେ ପୌଷ୍ୟ ଗ୍ରହଣ କରିବା ସହ ସେରିନ ନାମ ଦେଇ ଆମେରିକା ନେଇ ଯାଇଥିଲେ। ତେବେ ୨୦୧୬ ମସିହା ଅକ୍ଟୋବର ୨୨ ତାରିଖରେ  ଶିଶୁର ଷଢି ଯାଇଥିବା ମୃତ ଦେହ ଟେକ୍ସାସର ଏକ ପୋଲ ନିକଟରୁ ପୋଲିସ ଉଦ୍ଧାର କରିଥିଲା।

{"id":127938}

ଶବଟି ଏତେମାତ୍ରାରେ ଷଢିଯାଇଥିଲା ଯେ ତାକୁ ଚିହ୍ନଟ କରିବା ବି ସମ୍ଭବ ନଥିଲା। ତେବେ   ଅକ୍ଟୋବର ୭ ତାରିଖରୁ ଶିଶୁ ଘରୁ ନିଖୋଜ ଥିବା ନେଇ ଦମ୍ପତ୍ତି ପୋଲିସରେ  କରିଥିବା ଅଭିଯୋଗ  ଆଧାରରେ ମୃତ ଶିଶୁଟିର ଚିହ୍ନଟ ହୋଇଥିଲା। ମାମଲାର ତଦନ୍ତ ବେଳେ ବେସ୍ଲେଙ୍କ ବୟାନରୁ ସେ ହିଁ ଶିଶୁର ହତ୍ୟାକାରୀ ବୋଲି ସନ୍ଦେହ କରାଯାଉଥିଲା। ଖୀର ନ ପିଇବାରୁ ସେ ରାତି ପ୍ରାୟ ୩ଟା ବେଳେ ଦିବ୍ୟାଙ୍ଗ ଶିଶୁଟିକୁ   ଘରୁ ବାହାର କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.