Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଏବେ ମନଇଚ୍ଛା ନୁହେଁ ନିର୍ଦିଷ୍ଟ ଫର୍ମାଟରେ ଫି ନେଉଛନ୍ତି ଶେରଗଡ ଟୋଲଗେଟ୍ କର୍ତ୍ତୃପକ୍ଷ, ନ୍ୟୁଜ୍ ସେଭେନର ଖବର ପ୍ରସାରଣର ପ୍ରଭାବ

14/11/2019 at 6:49 PM

ବାଲେଶ୍ୱର ୧୪।୧୧ –  ନ୍ୟୁଜ୍ ସେଭେନର ଖବର ପ୍ରସାରଣ ପରେ ବାଟକୁ ଆସିଛନ୍ତି NHAI ଏବଂ ଶେରଗଡ଼ ଟୋଲଗେଟ୍ କର୍ତ୍ତୃପକ୍ଷ ।  ବଦଳିଛି ଟୋଲ ଫି ଆଦାୟ ମନି ରିସିପ୍ଟର ଫର୍ମାଟ୍ । ଆଉ ମନଇଚ୍ଛା ନୁହେଁ ଏଣିକ ନିର୍ଦ୍ଧାରିତ ଫି ନେବାକୁ ବାଧ୍ୟ ହୋଇଛନ୍ତି ଟୋଲଗେଟ୍ କର୍ତ୍ତୃପକ୍ଷ । ତେବେ ଖୁବ୍ ଶୀଘ୍ର ଟୋଲ ଗେଟ୍ ଲିଜ୍ ନେଇଥିବା କମ୍ପାନୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ନିଆଯାଇଛି ନିଷ୍ପତ୍ତି । ତେବେ ଟୋଲଗେଟ୍ କର୍ତ୍ତୃପକ୍ଷ ବେଆଇନ୍ ଭାବେ ଆଦାୟ କରିଥିବା ୧୦କୋଟିର ଅଧିକ ଟଙ୍କାକୁ ନେଇ କ’ଣ ଆକ୍ସନ ନିଆଯିବା ଦରକାର ଚାଲନ୍ତୁ ଦେଖିବା ଏଇ ରିପୋର୍ଟରେ ।

ମେ’ ୭ରୁ ନଭେମ୍ବର ୭ । ୬ ମାସ ଭିତରେ ବେଆଇନ୍ ଭାବେ ପ୍ରାୟ ୧୦କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ବାଲେଶ୍ବର ଜିଲ୍ଲାର ଶେରଗଡ଼ ଟୋଲ ଗେଟ୍ କର୍ତ୍ତୃପକ୍ଷ । ନ୍ୟୁଜ୍ ସେଭେନ୍‌ରେ ଏହି କେଳେଙ୍କାରୀର ପର୍ଦ୍ଦାଫାସ ହେବା ପରେ ବାଟକୁ ଆସିଛନ୍ତି NHAI ଏବଂ ଶେରଗଡ଼ ଟୋଲଗେଟ୍ କର୍ତ୍ତୃପକ୍ଷ ।  ବଦଳିଛି ଟୋଲ ଫି ଆଦାୟ ମନି ରିସିପ୍ଟର ଫର୍ମାଟ୍ । ଆଉ ମନଇଚ୍ଛା ନୁହେଁ ଏଣିକ ନିର୍ଦ୍ଧାରିତ ଫି ନେବାକୁ ବାଧ୍ୟ ହୋଇଛନ୍ତି ଟୋଲଗେଟ୍ କର୍ତ୍ତୃପକ୍ଷ । ଖୁବ୍ ଶୀଘ୍ର ଟୋଲ ଗେଟ୍ ଲିଜ୍ ନେଇଥିବା କମ୍ପାନୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ନିଆଯାଇଛି ନିଷ୍ପତ୍ତି । ହେଲେ ସଂପୃକ୍ତ କମ୍ପାନୀ ଠକି ନେଇଥିବା ୧୦କୋଟିରୁ ଅଧିକ ଟଙ୍କା କେମିତି ଆଦାୟ କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ ।

ଏଭଳି ବେଆଇନ୍ କାର୍ଯ୍ୟ କରିଥିବା କମ୍ପାନୀ ଠାରୁ ଆଦାୟ ଟୋଲ୍ ଟ୍ୟାକ୍ସର ୫୦ଗୁଣ ଫାଇନ୍ ଆଦାୟ କରାଯିବାର ନିୟମ ରହିଛି । ଅର୍ଥାତ୍ ଶେରଗଡ଼ ଟୋଲଗେଟ୍ରେ ଏଭଳି ଅନିୟମିତତା କରିଥିବା କମ୍ପାନୀ ଏବେ ପ୍ରାୟ ୫୦୦କୋଟି ଟଙ୍କାର ଫାଇନ୍ ଦେବା କଥା । ତେବେ କମ୍ପାନୀ ଠାରୁ ଏହି ଫାଇନ୍ ଟଙ୍କା କିଏ ଆଉ କେମିତି ଆଦାୟ କରିବେ ତା ଉପରେ ରହିଛି ନଜର ।

ଯାହାଙ୍କ ମିଲିଭଗତରେ ପୂରା କେଳେଙ୍କାରୀ ହୋଇଛି ସେଇମାନଙ୍କୁ ହିଁ ଦିଆଯାଇଛି ଏହାର ତଦନ୍ତ ଦାୟିତ୍ବ । ଏମିତରେ ତଦନ୍ତ କିଭଳି ସ୍ବଚ୍ଛ ହୋଇପାରିବ, କିଭଳି ଫାଇନ୍ ଆଦାୟ ହେବ ତାକୁ ନେଇ ଦେଖାଦେଇଛି ସଂଦେହ ।

   Related Posts