Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

୮ ଫୁଟ୍‌ ଲମ୍ବା ହୋଇଥିବାରୁ କାବୁଲର ଶେର ଖାନଙ୍କୁ ଲକ୍ଷ୍ନୌରେ ମିଳିଲା ନାହିଁ ହୋଟେଲ, ପୋଲିସକୁ ମାଗିଲେ ସାହାଯ୍ୟ

7/11/2019 at 4:48 PM

ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜର ୱାନଡେ କ୍ରିକେଟ ମ୍ୟାଚର ମୁକାବିଲା ଦେଖିବା ପାଇଁ ରାଜଧାନୀରେ ପହଞ୍ଚିଥିଲେ କାବୁଲର ଶେର ଖାନ। ସେ ଏତେ ଲମ୍ବା ଯେ, ତାଙ୍କୁ ଦେଖି ହୋଟେଲ ମାଲିକ ରୁମ ଦେବା ପାଇଁ ମନା କରିଥିଲେ। ଏହା ପରେ ଶେର ଖାନ ପୋଲିସକୁ ସାହାଯ୍ୟ ମାଗିଥିଲେ। ପରେ ତାଙ୍କ ରହିବା ବ୍ୟବସ୍ଥା ରାଜଧାନୀର ଏକ ହୋଟେଲରେ କରାଯାଇଥିଲା।

ଗତ କାଲି ଶେର ଖାନ ଏୟାରପୋର୍ଟରୁ ନାକା ଅଞ୍ଚଳ ଯାଇଥିଲେ। ସେଠାରେ କୌଣସି ହୋଟେଲ ମାଲିକ ତାଙ୍କୁ ନିଜ ହୋଟେଲରେ ରଖିବା ପାଇଁ ପ୍ରସ୍ତୁତ ନଥିଲ। ଶେର ନାକା ପୋଲିସ ଥାନା ଯାଇ ସାହାଯ୍ୟ ମାଗିଥିଲେ।

ସେଠାରେ ଉପସ୍ଥିତ ଥିବା ସବୁ ପୋଲିସକର୍ମୀ ତାଙ୍କ ଉଚ୍ଚତା ଦେଖି ଆଚମ୍ବିତ ହୋଇଥିଲେ। ପରେ ପୋଲିସ ତାଙ୍କ ରହିବା ବ୍ୟବସ୍ଥା କରାଇଥିଲେ। ଶେର ଖାନଙ୍କ ଭିସା, ପାସପୋର୍ଟ ଜାଞ୍ଚ କରାଯାଇଥିଲା। ପୋଲିସ ତାଙ୍କ ସମସ୍ୟା ଦୂର କରିଥିବାରୁ ଶେର ଲକ୍ଷ୍ନୌ ପୋଲିସକୁ ଧନ୍ୟାବାଦ ଜଣାଇଥିଲେ। 

 

   Related Posts