ତୃତୀୟ ଦିନରେ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ମୁଖ୍ୟ ଫୈଜ ରେହମାନଙ୍କୁ ପୋଲିସର ଜେରା

Published By : Prameya-News7 Bureau | December 06, 2018 IST

ଢେଙ୍କାନାଳ ୦୬|୧୨: ଢେଙ୍କାନାଳ ସେଲଟର୍ ହୋମ୍ କେଳେଙ୍କାରୀରେ ଗୋଟିଏ ପରେ ଗୋଟିଏ ସତ ପଦାକୁ ଆସିବାରେ ଲାଗିଛି । ଯୌନ ନିର୍ଯାତନା ଠାରୁ ଆରମ୍ଭ କରି ବେଆଇନ ଧର୍ମାନ୍ତରୀକରଣ ଆଦି ପ୍ରସଙ୍ଗରେ ମିଳୁଛି ଚାଞ୍ଚଲ୍ୟକର ତଥ୍ୟ । ଫଣ୍ଡିଂର ଫଣ୍ଡା ଓଗାଳିଛନ୍ତି ଫୈଜ । ଆଜି ତୃତୀୟ ଦିନରେ ଗୁଡ୍ ନ୍ୟୁଜ୍ ଚେୟାରମ୍ୟାନ୍ ଫୈଜ ରେହମାନଙ୍କୁ ପୋଲିସର ଜେରା । ବିଭିନ୍ନ ସୂତ୍ରରୁ ବିଦେଶରୁ ସଂସ୍ଥା ପାଇଁ ୧୪ ରୁ ୧୫ କୋଟି ଟଙ୍କା ଆସୁଥିବା ଜେରା ବେଳେ ଫୈଜ ମାନିଛନ୍ତି । ଧର୍ମାନ୍ତରୀକରଣ ଓ ଫରେନ ଫଣ୍ଡିଂ ଲିଙ୍କ୍ ମିଳିବା ପରେ ପୋଲିସ ଫୈଜଙ୍କୁ ଅଧିକ ଦୁଇ ଦିନ ରିମାଣ୍ଡରେ ନେଇ ସବୁ ତଥ୍ୟ ଓଗାଳିବାକୁ ଯୋଜନା କରିଛି । ଜେଲରେ ଥିବା ସେଲଟର ହୋମ୍ ର ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଜେରା କରାଯାଇଛି । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲଥିବା ଗୁଡ୍ ନ୍ୟୁଜ ସେଲଟର ହୋମ୍ ଶାଖା ଉପରେ ପୋଲିସ, ପ୍ରଶାସନ ଓ ଶିଶୁ ସୁରକ୍ଷା କମିଟି ଚଢାଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.