Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଜୟା ବଚ୍ଚନଙ୍କ ଉପରେ ବର୍ଷିଲେ ଅଭିନେତା ଶେଖର ସୁମନ : କହିଲେ ‘ଅଶୁଦ୍ଧ ହୋଇଯାଇଛି ବଲିଉଡର ଥାଳି,ସଫା କରିବାକୁ ପଡ଼ିବ’

18/09/2020 at 11:23 AM

ମୁମ୍ବାଇ ୧୮/୯: ବଲିଉଡ ଏବଂ ଡ୍ରଗ୍ ବିବାଦ ଏବେ ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ଆରମ୍ଭ ହୋଇଥିବା ନେପୋଟିଜମ୍ ବିବାଦ ଡ୍ରଗସ ଯାଏଁ ପହଞ୍ଚି ସାରିଛି। ସୁଶାନ୍ତଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କନେକ୍ସନ୍ ପରେ ବଲିଉଡରେ ଡ୍ରଗ୍ସର ବ୍ୟବହାର ଉପରେ ବିବାଦ ତେଜିଛି। ବଲିଉଡର ଡ୍ରଗ୍ସ କନେକ୍ସନକୁ ନେଇ ପ୍ରଥମେ ରବି କିଶନ ଏବଂ ତା’ପରେ ଜୟା ବଚ୍ଚନଙ୍କ ବୟାନ ପରେ ମାମଲା ବଢ଼ିବା ଦେଖାଯାଉଛି। ପ୍ରସିଦ୍ଧ ଅଭିନେତା ଶେଖର ସୁମନ ଏବେ ଜୟା ବଚ୍ଚନଙ୍କୁ ଟାର୍ଗେଟ୍ କରିଛନ୍ତି।

ଶେଖର ସୁମନ କରିଛନ୍ତି ଯେ ଏବେ ବଲିଉଡର ଥାଳି ଅଶୁଦ୍ଧ ହୋଇ ଯାଇଛି ଏବଂ ଏହାକୁ ପରିଷ୍କାର କରିବାର ଆବଶ୍ୟକତା ରହିଛି। ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ ଆଙ୍ଗଲ୍ ସାମନାକୁ ଆସିବା ପରେ ବଲିଉଡକୁ ଟାର୍ଗେଟ୍ କରୁଥିବା ବ୍ୟକ୍ତିଙ୍କ ଉପରେ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ବର୍ଷିଛନ୍ତି। ସପା ସାଂସଦ ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନଙ୍କ ଉପରେ ପରୋକ୍ଷ ଭା​‌ବେ ଟାର୍ଗେଟ୍ କରି କହିଛନ୍ତି ଯେ ଯେଉଁ ଥାଳିରେ ଖାଇଲେ ,ସେହି ଥାଳିରେ ଛେଦ କରୁଛନ୍ତି।

ଜୟା ପ୍ରଦା ମଧ୍ୟ କହିଛନ୍ତି ଯେ ଯେତେବେଳେ ଜଣେ ନେତା ତାଙ୍କ ବିରୋଧରେ ଖରାପ ଭାଷା ବ୍ୟବହାର କରିଥିଲେ ସେତେବେଳେ ଅନେକ ଲୋକ ତାଙ୍କ ସମର୍ଥନ କରିଥିଲେ। କିନ୍ତୁ ଜୟା ବଚ୍ଚନଙ୍କ ପକ୍ଷରୁ ଥରେ ବି ବିରୋଧ କରାଯାଇନଥିଲା। ସେ ଥରେ ବି ଆଜମ୍ ଖାନଙ୍କ ଭାଷାର ନିନ୍ଦା କରିନଥିଲେ। ଜୟା ବଚ୍ଚନ କଙ୍ଗନାଙ୍କ ସମର୍ଥନରେ ଗୋଟିଏ ଶବ୍ଦ ବି କହିନଥିଲେ। ତାଙ୍କ ନଜରରେ କଙ୍ଗନା ରଣୌତଙ୍କ ବିରୋଧରେ ଜୋରସୋରରେ ରାଜନୀତି କରାଯାଇଛି। ଏପରି କ୍ଷେତ୍ରରେ ଜୟା ବଚ୍ଚନଙ୍କୁ ଏହା ଉପରେ କିଛି କହିବା ଉଚିତ୍ ଥିଲା।

   Related Posts