Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଶୀଲା କି ଜାୱାନୀ ଗୀତରେ ଝିଅ ସହ ଡ୍ୟାନ୍ସ କଲେ ଡେଭିଡ ୱାର୍ଣ୍ଣର : ଉପଭୋଗ କଲେ ପ୍ରଶଂସକ

19/04/2020 at 1:23 PM

କରୋନା ମହାମାରୀ ଯୋଗୁଁ କ୍ରୀଡା ଇଭେଣ୍ଟଗୁଡିକ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ଘାତକ କରୋନା ଯୋଗୁଁ ଚଳିତ ବର୍ଷର ସ୍ପୋର୍ଟ୍ସ କ୍ୟାଲେଣ୍ଡର ପ୍ରଭାବିତ ହୋଇଛି | କେବଳ ଭାରତ ନୁହେଁ ଅନେକ ଦେଶ ଲକଡାଉନ ରହିଛି | ଏଭଳି ପରିସ୍ଥିତିରେ ଖେଳାଳିମାନେ ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି | ଲକଡାଉନ ଯୋଗୁଁ ସେମାନେ ନିଜ ଘରେ ନିଜ ପରିବାର ସହ ସମୟ କାଟୁଛନ୍ତି | ଖେଳାଳିମାନେ ନିଜକୁ ଫିଟ ଏବଂ ଖୁସି ରଖିବା ପାଇଁ ନାନା ତରିକା ଖୋଜୁଛନ୍ତି |

ଇତି ମଧ୍ୟରେ ଅଷ୍ଟ୍ରେଲିଆର ଓପନର୍ ଡେଭିଡ ୱାର୍ଣ୍ଣର ତାଙ୍କ ଝିଅ ସହିତ ଏକ ଭିଡିଓ ସେୟାର କରିଛନ୍ତି | ଯେଉଁଥିରେ ସେ ବଲିଉଡ ଗୀତ ‘ଶୀଲା କି ଜାୱାନୀ’ରେ ନାଚୁଥିବାର ଦେଖିବାକୁ ମିଳିଛି | ୩୩ ବର୍ଷ ବୟସ୍କ ଡେଭିଡ ୱାର୍ଣ୍ଣର କ୍ୟାଟ୍ରିନା କୈଫଙ୍କ ଆଇଟମ ଗୀତ ‘ଶୀଲା କି ଜାୱାନୀ’ର ଦୁଇଟି ଭିଡିଓ ସେୟାର କରିଛନ୍ତି | ଭିଡିଓରେ ଡେଭିଡ ୱାର୍ଣ୍ଣରଙ୍କ ଝିଅ ଡ୍ୟାନ୍ସ କରୁଛନ୍ତି | ଡେଭିଡ ୱାର୍ଣ୍ଣର ଏହି ଭିଡିଓକୁ ଇନ୍ସଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, “ଇଣ୍ଡି ମୋତେ ଆଉ ଏକ ଭିଡିଓ ବନାଇବା ପାଇଁ କହିଛନ୍ତି |”

ଏହାପରେ ସେ ନିଜର ଅନ୍ୟ ଭିଡିଓରେ କ୍ୟାପସନ ଦେଇଛନ୍ତି, “ଦୟାକରି କେହି ଆମର ସାହାଯ୍ୟ କରନ୍ତୁ…”
ନିକଟରେ ଡେଭିଡ ୱାର୍ଣ୍ଣର ନିଜର ୫ ବର୍ଷର ଝିଅ କହିବା ପରେ ନିଜର ଏକ ଟିକଟକ ଆକାଉଣ୍ଟ ଖୋଲିଛନ୍ତି | ଟିକଟକ ଆକାଉଣ୍ଟରେ ସେ ମଜାଳିଆ ଭିଡିଓ ତିଆରି କରି ପୋଷ୍ଟ କରୁଛନ୍ତି | ଡେଭିଡ ୱାର୍ଣ୍ଣରଙ୍କର ୩ଟି ଝିଅ ଅଛନ୍ତି, ଇବି, ଇଣ୍ଡି ଓ ଇସଲା |

   Related Posts