Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ନୱାଫ ଅଲ-ଅହମ୍ମଦ ହେଲେ କୁଏତର ନୂଆ ଅମୀର

30/09/2020 at 8:38 PM

କୁଏତସିଟି ୩୦।୯: କୁଏତର ୱଲି ଅହଦ ଶେଖ ନୱାଫ ଅଲ ଅହମ୍ମଦ ଅଲ ଶବାହ ବୁଧବାର ଦେଶର ନୂଆ ଅମୀର(ଶାସକ) ଭାବେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି। ତୈଳ ସମୃଦ୍ଧ ଏହି କ୍ଷୁଦ୍ର ଦେଶର ଶାସକ ତଥା ଶେଖ ନୱାଫଙ୍କ ସାବତ ଭାଇ ଶେଖ ସବାହ ଅଲ ଅହମ୍ମଦ ଅଲ ସବାହଙ୍କର ମଙ୍ଗଳବାର ପରଲୋକ ହୋଇଛି। ଏଣୁ ଦେଶର ନୂଆ ଅମୀର ଭାବେ ଶେଖ ନୱାଫ ଦାୟିତ୍ୱଗ୍ରହଣ କରିଛନ୍ତି।

୮୩ ବର୍ଷ ବୟସ୍କ ଶେଖ ନୱାଫ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶର ସୁରକ୍ଷାସେବା ସହ ନିଜକୁ ସମ୍ପୃକ୍ତ ରଖିଥିଲେ। ତେବେ ଶେଖ୍ ନୱାଫ ଅମୀର ହେବାପରେ ଏବେ ନୂଆ ୱଲି ଅହମ୍ମଦଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପଡୋଶୀ ଆରବ ଦେଶମାନଙ୍କ ତୁଳନାରେ କୁଏତ ଅଧିକ ସ୍ୱତନ୍ତ୍ର। ଏଠାରେ ସାଂସଦ ନିର୍ବାଚିତ ହୁଅନ୍ତି। ତେବେ ଦେଶର ପୂର୍ବ ଅମୀରଙ୍କ ପରଲୋକରେ ବୁଧବାରଠାରୁ ଆଗାମୀ ୪୦ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ପାଳନ ହେବ।

ଶେଖ ନୱାଫ ଅତୀତରେ ଦେଶର ଗୃହମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ, ସାମାଜିକ କାର୍ଯ୍ୟମନ୍ତ୍ରୀ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିବା ବେଳେ ସେନା ବାହିନୀର ଉପମୁଖ୍ୟ ପଦରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଶେଖ ସବାହ ତାଙ୍କର ଚତୁର କୂଟନୀତି ଓ ଶାନ୍ତି ପ୍ରୟାଶ ଲାଗି ସାରା ବିଶ୍ୱରେ ପରିଚିତ ଥିଲେ।  ତାଙ୍କ ବିୟୋଗରେ ଭାରତ ସମେତ ବିଭିନ୍ନ ଦେଶ ଦୁଃଖ ବ୍ୟକ୍ତ କରିଛନ୍ତି।

   Related Posts