Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମମତା ବାନାର୍ଜୀଙ୍କ ନିକଟକୁ ୨୬୦୦ କେଜି ଆମ୍ବ ଉପହାର ପଠାଇଲେ ଶେଖ ହସିନା

5/07/2021 at 9:00 PM

ନୂଆଦିଲ୍ଲୀ ୦୫।୦୭: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଗତ ରବିବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ୨୬୦୦ କିଲୋଗ୍ରାମ ଆମ୍ବ ଉପହାର ଦେଇଛନ୍ତି । ଆମ୍ବ ଦୁଇ ଦେଶର ଶୁଭେଚ୍ଛାର ପ୍ରତୀକ। ଏ ନେଇ ହରିବଙ୍ଗା ଆମ୍ବ ଶୀଘ୍ର ସେମାନଙ୍କ ନିକଟରେ ପହଂଚିବ ବୋଲି ବାଂଲାଦେଶୀ ଅଧିକାରୀ କହିଛନ୍ତି।

ବାଂଲାଦେଶର ରଙ୍ଗପୁର ଅଞ୍ଚଳରେ ଚାଷ କରାଯାଉଥିବା ବିଭିନ୍ନ ପ୍ରକାରର ହରିଭଙ୍ଗାର ସ୍ଵତନ୍ତ୍ର ଆମ୍ବକୁ ଭାରତ-ବାଂଲାଦେଶ ସୀମା ସ୍ଥିତ ବେନାପୋଲ-ପେଟ୍ରାପୋଲ ଚେକ୍ ପୋଷ୍ଟ ଦେଇ ଭାରତକୁ ପଠା ଯାଇଛି। ଆମ୍ବ ବାଂଲାଦେଶର ଡେପୁଟି ହାଇ କମିଶନର ପ୍ରଥମ ସଚିବ ମହମ୍ମଦ ସାମୁଏଲ କ୍ୱାଡର ଗ୍ରହଣ କରିଥିଲେ। ଏଠାରେ ଉପହାର ଗୁଡିକ ପ୍ୟାକ୍ କରାଯାଇ ପ୍ରଧାନମନ୍ତ୍ରୀ ଏବଂ କୋଲକାତାର ମୁଖ୍ୟମନ୍ତ୍ରୀ ବାସଭବନକୁ ପଠାଯିବ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବୋଲି ବେନାପୋଲ କଷ୍ଟମ ହାଉସର ଡେପୁଟି କମିଶନର ଅନୁପମ ଚକମା କହିଛନ୍ତି। ସୂଚନା ଅନୁଯୟୀ ରବିବାର ଅପରାହ୍ନରେ ୨୬୦ଟି ଆମ୍ବ ବାକ୍ସ ନେଇ ବାଂଲାଦେଶୀ ଟ୍ରକ କଷ୍ଟମ ଏବଂ ବନ୍ଦର ଅନୁମତି ପାଇବା ପରେ ସୀମା ଅତିକ୍ରମ କରିଛି।

ସୀମାରେ ବେନାପୋଲ ପୌରପାଳିକା ମେୟର ଆଶ୍ରାଫୁଲ ଆଲାମ ଲିଟନଙ୍କ ସମେତ ବହୁ ବିଶିଷ୍ଟ ବାଂଲାଦେଶୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଖବର ଅନୁଯାୟୀ କୁହାଯାଉଛି ଯେ ହାସିନା ଉତ୍ତର-ପୂର୍ବ କେତେକ ରାଜ୍ୟ ଆସାମ, ମେଘାଳୟ, ମିଜୋରାମ ଏବଂ ତ୍ରିପୁରାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ୟ ଆମ୍ବ ପଠାଇବାକୁ ଯୋଜନା କରିଛନ୍ତି ।
ଆମ୍ବ କୂଟନୀତି ହେଉଛି ଉପ ମହାଦେଶ ରାଜନୀତିର ଏକ ଅଂଶ। ଆମ୍ବ କୂଟନୀତି ପୂର୍ବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳୁଥିଲା। ହରିବଙ୍ଗା ଆମ୍ବ ବାଂଲାଦେଶର ଉତ୍ତର-ପଶ୍ଚିମ ଭାଗରେ ଚାଷ କରାଯାଏ। କିନ୍ତୁ ଦକ୍ଷିଣ-ଏସୀୟ ଅଞ୍ଚଳରେ ଆମ୍ବ କୂଟନୀତି ସର୍ବଦା ଏକ ପରମ୍ପରାର ରୂପ ନେଇଛି।

   Related Posts