ବାଂଲାଦେଶ ହିଂସା ମାମଲାରେ ମିଛ କହିଲେ ହସିନା ସରକାର ! ‘ମନ୍ଦିର ଭାଙ୍ଗିନି, ପ୍ରାଣ ହରାଇଛନ୍ତି ଅଧିକ ମୁସଲମାନ’

Published By : Prameya-News7 Bureau | October 29, 2021 IST

ଢ଼ାକା ୨୯/୧୦: ବାଂଲାଦେଶରେ ସାଂପ୍ରଦାୟିତ ହିଂସା ସୃଷ୍ଟି ହୋଇଥିବା ବେଳେ ସରକାରଙ୍କ ପ୍ରତିକ୍ରିୟା ମିଳିଛି। ଶେଖ ହସିନା ସରକାରଙ୍କ ମତରେ ଦେଶରେ କୌଣସି ମନ୍ଦିର ନଷ୍ଟ ହୋଇନାହିଁ । ସାଂପ୍ରଦାୟିକ ହିଂସାରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ମୁସଲମାନ ଏବଂ ୨ ହିନ୍ଦୁ ପ୍ରାଣ ହରାଇଛନ୍ତି । ଅନେକ ଗଣମାଧ୍ୟମ ମୃତ୍ୟୁ ସଂଖ୍ୟାକୁ ବଢ଼ାଇ କହୁଛନ୍ତି ବୋଲି ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ କହିଛନ୍ତି।

ଏହା ସହ ସେ ଆହୁରି କହିଛନ୍ତି ଯେ କାହା ସହ ବଳାତ୍କାର ହୋଇନାହିଁ। ଦେବୀ-ଦେବତାଙ୍କ ମୂର୍ତ୍ତି ସହ ହୋଇଥିବା ବର୍ବରତା ଦୁଃର୍ଭାଗ୍ୟପୂର୍ଣ୍ଣ, ଏମିତି ହେବାର ନଥିଲା। ଘଟଣାରେ ଦୋଷୀଙ୍କୁ ଗିରଫ କରାଯାଇଛି । ବୈଦେଶିକ ମନ୍ତ୍ରୀ ଗଣମାଧ୍ୟମ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମିଥ୍ୟା ଖବର ପ୍ରସାରଣ କରି ଶେଖ ହସିନାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଛି। ଦୁର୍ଗା ପୂଜା ସମୟରେ ହୋଇଥିବା ସାଂପ୍ରଦାୟିକ ଦଙ୍ଗା ମମାଲାରେ ତଦନ୍ତ ହେଉଛି। ଭୁଲ କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଛନ୍ତି।

ଦେବତାଙ୍କ ପ୍ରତିମୂର୍ତ୍ତି ପାଖରେ ଜଣେ ବ୍ୟକ୍ତି କୁରାନର ପୃଷ୍ଠା ଛାଡ଼ିଥିବା ଘଟଣାର ଯାଞ୍ଚ ହେଉଛି । ଯାହାଦ୍ବାରା ସୋସିଆଲ ମିଡିଆରେ ଆକ୍ରୋଶ ବଢ଼ିଥିଲା ବୋଲି ଏକେ ଅବଦୁଲ କହିଛନ୍ତି। ନ୍ୟୁଜ୍‌ ଏଜେନ୍ସି ଏଏନଆଇ ଅନୁସାରେ, ହିନ୍ଦୁଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲରେ ପାଖାପାଖି ୭୧ଟି ମାମଲା ରୁଜୁ ହୋଇଛି ଏବଂ ୪୫୦ ଜଣଙ୍କୁ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ଗିରଫ ମଧ୍ୟ କରାଯାଇଛି । ଦେଶରେ ସାଂପ୍ରଦାୟିକ ହିଂସା ପାଇଁ ଉସୁକାଇଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗୃହମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ଶେଖ ହସିନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.