ବିଗ୍‌ବସ୍‌ ଏକ୍ସ ପ୍ରତିଯୋଗୀ ଗୌତମ ଗୁଲାଟୀଙ୍କୁ କିସ୍ କଲେ ସେହନାଜ୍‌ ଗିଲ୍, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | January 19, 2020 IST

ମୁମ୍ବାଇ୧୯|୧: ବିବାଦୀୟ ଶୋ ବିଗ୍‌ବସ୍‌ର ସିଜିନ୍‌୧୩ ରେ ଏହି ୱିକ୍‌ କିଛି ନୂଆ ଦେଖିବାକୁ ମିଳିବ। ଏଥର ଓ୍ଵିକେଣ୍ଡ କା ଓ୍ଵାରରେ ସଲମାନ ଖାନ୍ ଘରର ସଦସ୍ୟଙ୍କର କ୍ଲାସ୍ ନେବେ। ହେଲେ ନିକଟରେ ବିଗବସର ଲାଟେଷ୍ଟ ପ୍ରମୋରେ ଏକ ନୂଆ ଜିନିଷ ଦେଖିବାକୁ ମିଳିଛି।

{"id":213308,"sizeSlug":"large"}

ବିଗ ବସ୍ ୮ର ବିଜେତା ଗୌତମ ଗୁଲାଟୀ ହାଉସରେ ଏଣ୍ଟ୍ରୀ କରିବେ। ଗୌତମ ଗୁଲାଟୀଙ୍କର ବହୁତ ବଡ ଫ୍ୟାନ୍‌ ହେଉଛନ୍ତି ସେହନାଜ୍ ଗିଲ୍ । ସେହନାଜ୍‌ ନିଜେ ଏହି ବିଷୟରେ ଏକ ଏପିସୋଡ୍‌ରେ କହିଥିଲେ। ତେବେ ସେହନାଜ୍‌ଙ୍କ ସ୍ବପ୍ନ ପୂରଣ ହୋଇଛି। ଏହି ୱିକ୍‌ରେ ଘରେ ନଜର ଆସିବେ ଗୌତମ।

{"id":213312,"width":574,"height":511,"sizeSlug":"large"}

ଗୌତମ ଗୁଲାଟିଙ୍କୁ ଦେଖି ସେହନାଜ୍‌ ନିଜକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ।  ସେହନାଜ ତାଙ୍କ ପାଇଁ ପାଗଳ ବୋଲି ସେ ନିଜେ କହିଛନ୍ତି। ତାଙ୍କର ଏହି କ୍ରେଜିନେସ୍ ଏପିସୋଡରେ ଦେଖିବାକୁ ମିଳିବ। ଗୌତମ ଗୁଲାଟୀ ଘରେ ଏଣ୍ଟ୍ରୀ କରୁଥିବା ବେଳେ ସେହନାଜଙ୍କର ଖୁସିର ସୀମା କହିଲେ ନସରେ। ସେହନାଜ ଗୌତମ୍‌ଙ୍କୁ କିସ୍‌ ମଧ୍ୟ କରିଛନ୍ତି। ଯାହା ଦେଖି ସିଦ୍ଧାର୍ଥ ଶୁକ୍ଳା ଆଶ୍ଚର୍ଯ୍ୟ ହୋଇଥିଲେ।  

wp:core-embed/instagram {"url":"https://www.instagram.com/p/B7dFp7sB38q/","type":"rich","providerNameSlug":"instagram","className":""}
https://www.instagram.com/p/B7dFp7sB38q/
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.